PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ଆସନ୍ତା ୨୨ରେ ବାରବାଟୀରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍ ମହାମୁକାବିଲା : ଆଜି ଉଭୟ ଦଳର ଖେଳାଳି ବିଶ୍ରାମ ନେବେ, ଶନିବାର କରିବେ ଅଭ୍ୟାସ

ଭୁବନେଶ୍ବର ୨୦।୧୨: ଆସନ୍ତା ୨୨ରେ କଟକ ବାରବାଟୀରେ ଭାରତ ଓ୍ବେଷ୍ଟଇଣ୍ଡିଜ୍ ମହାମୁକାବିଲା। ରବିବାର ଖେଳାଯିବାକୁ ଥିବା ଦିନିକିଆ ପାଇଁ ଭାରତ ଓ୍ବେଷ୍ଟଇଣ୍ଡିଜ୍ ଖେଳାଳୀମାନେ ଆଜି ବାରବାଟୀରେ ଅଭ୍ୟାସ କରିବାର କାର୍ଯ୍ୟକ୍ରମ ଥିଲା। ହେଲେ ଏହାକୁ ଶେଷ ମୁହୂର୍ତ୍ତରେ ସ୍ଥଗିତ ରଖାଯାଇଛି।

ଆଜି ଉଭୟ ଦଳର ଖେଳାଳୀମାନେ ବିଶ୍ରାମ ନେଲାପରେ ଶନିବାର କଟକ ଯିବେ ବୋଲି ଜଣାପଡ଼ିଛି। ଶନିବାର ସକାଳ ୯ଟାରୁ ୧୨ଟା ପର୍ଯ୍ୟନ୍ତ  ଓ୍ବେଷ୍ଟଇଣ୍ଡିଜ୍ ଓ ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ଭାରତୀୟ ଖେଳାଳୀମାନେ ଅଭ୍ୟାସ କରିବେ। ଏଥିପାଇଁ ଅଭ୍ୟାସ ପିଚକୁ ପ୍ରସ୍ତୁତ କରାଯାଇଛି।

ଓସିଏ ଗେଟ୍ ଦେଇ ଖେଳାଳିମାନେ ଯିବାକୁ ଥିବା ନୂଆ ରାସ୍ତାରେ କାରପେଟ୍ ଲଗାଯାଇଛି। ଖେଳାଳିଙ୍କ ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ଷ୍ଟାଡିୟମ ବାହାରେ ଭିତରେ ନିୟୋଜିତ ହେବେ ପୋଲିସ ଫୋର୍ସ। ତେବେ ସାଧାରଣ ବର୍ଗଙ୍କ ପାଇଁ ୬ନମ୍ବର ଗ୍ୟାଲେରୀ ଖୋଲାରହିବ।