PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର: ଗୋଷ୍ଠୀ ସଂକ୍ରମଣ ମୁହାଁ ଓଡ଼ିଶା, ସାମାନ୍ୟ ଲକ୍ଷଣ ଥିଲେ ଟେଷ୍ଟ କରନ୍ତୁ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଚଣ୍ଡିଖୋଲ: ଭାରସାମ୍ୟ ହରାଇ ବ୍ରିଜ୍ ତଳକୁ ଖସିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର୍
  • ||
  • ଢେଙ୍କାନାଳ :ଢେଙ୍କାନାଳ ସିଭିଲ କୋର୍ଟକୁ ସିଲ , ୧୦ରୁ ଅଧିକ କର୍ମଚାରୀ ସଂକ୍ରମିତ ଚିହ୍ନଟ ପରେ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କଲା ପୌରପ୍ରଶାସନ
  • ||
  • ଭୁବନେଶ୍ଵର: ରାଜ୍ୟରେ ତଳମୁହାଁ କରୋନା ଗ୍ରାଫ୍, ଦଶମ ଓ ଦ୍ଵାଦଶ ପରୀକ୍ଷା ପାଇଁ ପ୍ରସ୍ତୁତ ରୁହ : ଗଣଶିକ୍ଷା ମନ୍ତ୍ରୀ
  • ||
  • ବୌଦ୍ଧ: ବାଇକ୍‌କୁ ଧକ୍କା ଦେଲା ଅଜଣା ଗାଡି, ଜଣେ ମୃତ ଅନ୍ୟ ଜଣେ ଗୁରୁତର
  • ||
  • ପାଟଣା: ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଦୁଇ ପରିବାର ଭିତରେ ଗଣ୍ଡଗୋଳ, ବଡ଼ ଭାଇ ମୁଣ୍ଡରେ ପଥର ଛେଚିଦେଲେ ସାନ ଭାଇର ପରିବାର
  • ||
  • ଭୁବନେଶ୍ଵର: ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ ଗାନ୍ଧୀ ମାର୍ଗରେ ହେଉଛି ଫୁଲଡ୍ରେସ୍ ରିହର୍ସଲ, ସୁରକ୍ଷା ବ୍ୟବସ୍ଥା ପାଇଁ ଟ୍ରାଫିକ୍ କଟକଣା
  • ||
  • ଭୁବନେଶ୍ଵର: ରାଜ୍ୟରେ ତଳକୁ ଖସିଲା ସଂକ୍ରମଣ ଗ୍ରାଫ୍ : ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୭୨୯୧ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ଵର: ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ଖଲ୍ଲିକୋଟ: ପରିବା ବୋଝେଇ ଅଟୋକୁ ଧକ୍କା ଦେଲା ବାଲି ବୋଝେଇ ଟ୍ରକ୍, ଜଣେ ମୃତ ୨ ଗୁରୁତର
  • ||
  • ପୁରୀ: ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କୋଭିଡ୍ ପଜିଟିଭ୍‌, ହସ୍ପିଟାଲରେ ଭର୍ତ୍ତି
  • ||
  • ଭୁବନେଶ୍ୱର : ମାସେ ଚିକିତ୍ସା ପରେ ଜଙ୍ଗଲକୁ ଫେରିଲା ୧୨ ଫୁଟର ଅହିରାଜ, ଢ଼େଲାମାଡ଼ରେ ଭାଙ୍ଗିଥିଲା ପିଞ୍ଜରା ହାଡ଼
  • ||
  • ଭୁବନେଶ୍ଵର : ଆଉ ଦୁଇ ଦିନ ଭିଜିବ ଓଡ଼ିଶା, ଉପକୂଳ ସମେତ ୭ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଆଶଙ୍କା
  • ||
  • ଲମତାପୁଟ : ପିକଅପ୍ ଭ୍ୟାନ୍‌ରୁ ୨ କୁଇଣ୍ଟାଲ ଗଞ୍ଜେଇ ଜବତ, ୨ ମାଫିଆ ଗିରଫ
  • ||

ଭାରତର ଆକ୍ରମଣକୁ ନିଜ ହିସାବରେ ଜବାବ୍ ଦେବୁ: ପାକ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ,୨୬।୨:ପୁଲଓ୍ବାମା ଘଟଣାର ପ୍ରତିଶୋଧ ନେଇ ଭାରତର ବାୟୁସେନା ଏଲଓସି ନିକଟରେ ଥିବା ଆତଙ୍କବାଦୀଙ୍କ କ୍ୟାମ୍ପ ଓ ଲଞ୍ଚ ପ୍ୟାଡ୍ ଉପରେ ଆକ୍ରମଣ କରିଥିଲା। ଏହି ଘଟଣା ପରେ ପାକିସ୍ତାନ ସରକାର ଘୋର ବିରୋଧର ସମ୍ମୁଖୀନ ହୋଇଛନ୍ତି। ଏହି ଘଟଣା ନେଇ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହା ମେହମୁଦ କ୍ୟୁରେସୀ ସାମ୍ବାଦିକ ସମ୍ମିଳନୀ କରିଥିଲେ। ସାମ୍ବାଦିକ ସମ୍ମିଳନୀରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ କହିଥିଲେ ପାକିସ୍ତାନ ଭାରତର ଆକ୍ରମଣକୁ ନିଜ ହିସାବରେ ଜବାବ ଦେବୁ। ସମୟ ଓ ସ୍ଥାନ ପାକିସ୍ତାନ ନିଜ ହିସାବରେ ପ୍ରସ୍ତୁତ କରିବ। ଏହା ସହ ଆକ୍ରମଣ ସ୍ଥାନୀୟ ଓ ଅନ୍ତର୍ଜାତୀୟ ଗଣମାଧ୍ୟମକୁ ନେଇଯିବ। ଯେଉଁଠାରେ ସେମାନେ ଭାରତର କାରସାତି ଦେଖିପାରିବେ। ହେଲିକପ୍ଟର ପ୍ରସ୍ତୁତ ଅଛି। ଯଦି ପାଣିପାଗ ଭଲ ରୁହେ ତେବେ ସେଠାକୁ ସେ ନେଇଯିବେ ବୋଲି କହିଛନ୍ତି ପାକ୍ ବୈଦେଶିକ ମନ୍ତ୍ରୀ

source: https://www.dawn.com

ତେବେ ସାମ୍ବାଦିକ ସମ୍ମିଳନୀରେ ପାକିସ୍ତାନର ମିଛ ଜଣାପଡିଥିଲା। ବୈଦେଶିକ ମନ୍ତ୍ରୀ ଏହି ସମୟରେ କହିଥିଲେ ଆକ୍ରମଣ ସମୟରେ ବାୟୁସେନା ପ୍ରସ୍ତୁତ ଥିଲା କିନ୍ତୁ ଅନ୍ଧାରରେ କିଛି ଦେଖାଯାଉନଥିଲା। ସେଠାରେ ବମ୍ ମାଡ ହୋଇଥିଲା। ଆଗକୁ ଯଦି କିଛି ହୁଏ ତେବେ ଜବାବ ଦେବୁ। ପରେ କ୍ୟୁରେସି ପରିସ୍ଥିତିକୁ ସମ୍ଭାଳିବାର ଚେଷ୍ଟା କରି କହିଥିଲେ କିନ୍ତୁ ସେତେବେଳକୁ ସତ ସାମନାକୁ ଆସିଯାଇଥିଲା। କାରଣ ପାକିସ୍ତାନ ସେନା କହୁଥିଲା ବାଲକୋଟରେ କିଛି ହୋଇନି ଓ ଭାରତ କେବଳ ମିଛ ପ୍ରଚାର କରୁଛି।  ଅନ୍ୟପକ୍ଷେ ଗଣମାଧ୍ୟମ ରିପୋର୍ଟ ଅନୁସାରେ ପାକିସ୍ତାନୀ ସେନା ବାଲକୋଟକୁ ଘେରାଉ କରିଦେଇଛି ଓ ଭାରତର ଆକ୍ରମଣ ପରେ ହୋଇଥିବା ଧ୍ବଂସର ଚିହ୍ନକୁ ହଟାଇବାକୁ ଚେଷ୍ଟା କରୁଛନ୍ତି।

source: https://samaydhara.com

ସାମ୍ବାଦିକ ସମ୍ମିଳନୀରେ କ୍ୟୁରେସୀଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ପରଭେଜ ଖଟକ ଓ ଅର୍ଥମନ୍ତ୍ରୀ ଅସଦ ଉମର ସାମିଲ ଥିଲେ। ଏହାପରେ କ୍ୟୁରେସି କହିଛନ୍ତି ଆମେ ୩ ମନ୍ତ୍ରୀଙ୍କ କମିଟି ତିଆରି କରିଛୁ।  ଆମେ ସଂସଦକୁ ଓ ଦେଶର ନାଗରିକଙ୍କୁ ସମ୍ପୂର୍ଣ୍ଣ ସୂଚନା ଦେବୁ। ମେହବୁବା ମୁଫତିଙ୍କ ବୟାନ ଆପଣଙ୍କ ସାମନାରେ ଅଛି। ଯାହା ଦେଖାଯାଉୁଛି ତାହା ଠିକ୍ ନୁହେଁ। ଆମେ ଓଆଇସି ଅର୍ଥାତ ଅର୍ଗନାଇଜେସନ୍ ଅଫ୍ ଇସଲାମିକ୍ କୋ ଅପରେସନର ସଦସ୍ୟଙ୍କୁ ଭାରତର ଏହି କାର୍ଯ୍ୟକଳାପ ସମ୍ପର୍କରେ ସୂଚନା ଦେବୁ। ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ୟୁଏଇ ଓ ସାଉଦି ରାଜକୁମାରଙ୍କ ସହ କଥା ହେବେ। ପୁଲଓ୍ବାମା ଆକ୍ରମଣ ଘଟଣା ପରେ ସାରା ବିଶ୍ବରୁ ଏକଘରିଆା ହୋଇଯାଇଥିବା ପାକିସ୍ତାନ ସାମନାରେ ଏବେ ବହୁତ ବଡ ବିପଦ ସୃଷ୍ଟି ହୋଇଛି। ବାଲାକୋଟରେ ଜୈଶ-ଏ-ମହମ୍ମଦର ଆତଙ୍କବାଦୀ କ୍ୟାମ୍ପକୁ ଭାରତୀୟ ବାୟୁସେନା ନଷ୍ଟ କରି ୩୦୦ ଆତଙ୍କବାଦୀଙ୍କୁ ମାରିବାରେ ସଫଳ ହୋଇଛି। ଏହାପରେ ଏବେ ପାକିସ୍ତାନରେ ସ୍ଥିତି ଖୁବ୍ ସଙ୍ଗୀନ ହୋଇପଡିଛି। ସେଠାର ସଂସଦରେ ଇମ୍ରାନ ଖାନ୍ ସରକାରଙ୍କ ବିରୋଧରେ ବିରୋଧ ଆରମ୍ଭ ହୋଇଯାଇଛି। ସେଠାରେ ଇମ୍ରାନ୍ ଖାନ୍ ଲଜ୍ବ୍ୟା କର ଆଦି ସ୍ଲୋଗାନ ଶୁଣିବାକୁ ମିଳୁଛି। ଏହାପରେ ସରକାର ସେଠାରେ ଏକ ଉଚ୍ଚସ୍ତରୀୟ ବୈଠକ ଡକାଇଥିଲେ। ଯେଉଁଥିରେ ନ୍ୟାସନାଲ ସିକ୍ୟୁରିଟି କମିଟିର ଅଧିକାରୀ ଯୋଗ ଦେଇଥିଲେ। ଇମ୍ରାନ ମଧ୍ୟ ସାମିଲ ହୋଇଥିଲେ।