PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓମିକ୍ରନ୍ ଭୟ : ତାମିଲନାଡୁର ଏକ ସ୍କୁଲ୍‌ରେ କରୋନା ଆତଙ୍କ , ୨୫ ପିଲାଙ୍କୁ କୋଭିଡ୍‌ ପଜିଟିଭ୍
  • ||
  • ୨୯ ଦେଶକୁ ମାଡ଼ି ଗଲାଣି ଓମିକ୍ରନ୍ – ପ୍ରେସମିଟ୍‌ରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା
  • ||
  • ଭାରତରେ ଓମିକ୍ରନ ,କର୍ଣ୍ଣାଟକରୁ ଚିହ୍ନଟ ହେଲେ ୨ ଓମିକ୍ରନ ଆକ୍ରାନ୍ତ , ପ୍ରେସ୍‌ମିଟ୍‌ରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା
  • ||
  • ତେଲେଙ୍ଗାନାରେ ଚିହ୍ନଟ ହୋଇନି ଓମିକ୍ରନ , ଏ ନେଇ ଖବରକୁ ଖଣ୍ଡନ କଲା ତେଲେଙ୍ଗାନା ସ୍ୱାସ୍ଥ୍ୟ ବିଭାଗ । ବ୍ରିଟେନ୍‌ ଫେରନ୍ତା ମହିଳା କୋଭିଡ୍‌ ପଜିଟିଭ ଚିହ୍ନଟ
  • ||
  • ଭାରତରେ ପ୍ରଥମ ଓମିକ୍ରନ ଭାରିଆଣ୍ଟ ଚିହ୍ନଟ , ତେଲେଙ୍ଗାନାରୁ ଓମିକ୍ରନ୍‌ ଭାରିଆଣ୍ଟ ଆକ୍ରାନ୍ତ ଚିହ୍ନଟ , ଆକ୍ରାନ୍ତ ମହିଳାଙ୍କର ବୟସ ୩୫ ବର୍ଷ , ଇଂଲଣ୍ଡରୁ ଫେରିଥିଲେ ସଂପୃକ୍ତ ମହିଳା
  • ||
  • କଟକ: ଗାଡ଼ି ଟଣା ବେଳେ ଫାଇନାନ୍ସ କମ୍ପାନି କର୍ମଚାରୀ ଉପରକୁ ବ୍ଲାଙ୍କ ଫାଇରିଙ୍ଗ୍ ଘଟଣା, ଦୁଇ ଅଭିଯୁକ୍ତକୁ ଧରିବା ପାଇଁ କଟକ ପୋଲିସ ଟିମ୍ ଗଞ୍ଜାମରେ
  • ||
  • ଅମ୍ବାଦଳା: ୮ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ, ବାଇକ ସହ ୩ ଗିରଫ
  • ||
  • ବ୍ରହ୍ମପୁର: ବିଶିଷ୍ଟ ସିପିଏମ୍ ନେତା ବସନ୍ତ ନନ୍ଦଙ୍କ ହୃଦଘାତରେ ବିୟୋଗ
  • ||
  • ରାୟଗଡା: ୩ ବର୍ଷ ଅଙ୍ଗନବାଡି ଚାକିରି କରିବା ପରେ ଚାକିରିରୁ ବାହାର କରାଯାଇଥିବା ଅଭିଯୋଗ
  • ||
  • କାଶୀପୁର: ହାତଗୁଞ୍ଜା ବିନା ଘୁଞ୍ଚୁନି ଫାଇଲ, ପ୍ରାପ୍ୟ ପାଇବାରେ ହଇରାଣ ଅବସର ଶିକ୍ଷକ
  • ||
  • ପାପଡାହାଣ୍ଡି: ମହୁ ମାଛି ଆକ୍ରମଣରେ ବୃଦ୍ଧ ଗୁରୁତର!
  • ||
  • ସୁନ୍ଦରଗଡ଼: କୋଇଡାରେ ଥମୁନି ହାତୀ ଉପଦ୍ରବ, ଘରେ ଶୋଇଥିବା ବେଳେ ଟାଣି ଦଳି ଦେଲା ଦନ୍ତା, ଘଟଣା ସ୍ଥଳରେ ବୃଦ୍ଧଙ୍କ ଉଡିଗଲା ପ୍ରାଣ ବାୟୁ
  • ||
  • ଭୁବନେଶ୍ୱର: ବିଧାନସଭାର ଶୀତକାଳୀନ ଅଧିବେଶର ଦ୍ବିତୀୟ ଦିନ, ଆରମ୍ଭରୁ ବିରୋଧୀଙ୍କ ହୋହଲ୍ଲା ଓ ହଟ୍ଟଗୋଳ, ୪ ଯାଏଁ ଗୃହ ମୁଲତବୀ
  • ||
  • ଭୁବନେଶ୍ୱର: ୧୨ ଘଣ୍ଟାରେ ଅବପାତ, ୨୪ ଘଣ୍ଟା ମଧ୍ୟରେ ବାତ୍ୟା ରପୂ ନେବ ସମ୍ଭାବନା
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୨ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୧୫କୁ ବୃଦ୍ଧି
  • ||
  • ଭୁବନେଶ୍ଵର: ୨୪ ଘଣ୍ଟାରେ ୨୫୨ କୋଭିଡ୍ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୦୪୯୫୯୭ ଜଣକୁ ବୃଦ୍ଧି
  • ||
  • ନୂଆଦିଲ୍ଲୀ:୨୩ ରାଷ୍ଟ୍ରକୁ ବ୍ୟାପିଲା ଓମ୍ରିକନ୍, ଆନ୍ତର୍ଜାତିକ ବିମାନ ଉଡାଣ ସ୍ଥଗିତ
  • ||
  • ସୋର: ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା ଓ ରୂପା ଗହଣା ଚୋରି
  • ||
  • କୋକସରା: ବିଦ୍ୟୁତ ସଂଯୋଗ ପାଇଁ ରାସ୍ତା ଅବରୋଧ କଲେ ଗ୍ରାମବାସୀ
  • ||
  • କନ୍ଧମାଳ: ପେଟ୍ରୋଲ ପମ୍ପକୁ ତେଲ ପକାଇବା ଆସିଥିବା ଗାଡ଼ିରୁ ମୋବାଇଲ ଚୋରି
  • ||

ଅଷ୍ଟ୍ରେଲିଆର ପ୍ରତ୍ୟାବର୍ତ୍ତନ; ଭାରତ ୩୨ ରନ୍‌ରେ ହାରିଲା, କୋହଲିଙ୍କ ୪୧ତମ ଶତକ, ଖୱାଜା ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌

ରାଞ୍ଚି, ୮ ।୩ (ଏଜେନ୍ସି): ଉଭୟ ବ୍ୟାଟିଂ ଓ ବୋଲିଂରେ ଚମତ୍କାର ପ୍ରଦର୍ଶନ ସହ ରାଞ୍ଚିରେ ଟିମ୍‌ ଇଣ୍ଡିଆକୁ ୩୨ ରନ୍‌ରେ ପରାଜିତ କରିଛି ଅଷ୍ଟ୍ରେଲିଆ । ବିଜୟ ସହ ଦଳ ସିରିଜ୍‌କୁ ପ୍ରତ୍ୟାବର୍ତ୍ତନ କରିଛି । ସିରିଜର ପ୍ରଥମ ୨ଟି ମ୍ୟାଚ୍‌ରେ ଭାରତ ବିଜୟୀ ହୋଇଥିଲା । ଏଥିସହ ସିରିଜ ଏବେ ୨-୧ ସ୍ଥିତିରେ ରହିଛି । ଆଜି ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୫ ୱିକେଟ୍‌ ହରାଇ ୩୧୩ ରନ୍‌ ସଂଗ୍ରହ କରିଥିଲା । ଜବାବରେ ଭାରତ ବିରାଟ କୋହଲିଙ୍କ ଶତକ ସତ୍ତେ୍ୱ ୪୮.୨ ଓଭରରେ ୨୮୧ ରନ୍‌ କରି ଅଲ୍‌ ଆଉଟ୍‌ ହୋଇଯାଇଥିଲା । କୋହଲି ଦିନିକିଆରେ ୪୧ଟି ଶତକ ହାସଲ କରିବାରେ ସଫଳ ହୋଇଛନ୍ତି ।
ଭାରତ ପ୍ରଥମେ ଟସ୍‌ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା । ବ୍ୟାଟିଂ ଆମନ୍ତ୍ରଣ ପାଇ ଅଷ୍ଟ୍ରେଲିଆ ଅଧିନାୟକ ଆରୁନ ଫିଞ୍ଚ୍‌ ଓ ଉସମାନ ଖୱାଜା ଇନିଂସ ଓପନ କରିଥିଲେ । ଓପନିଂ ଯୋଡ଼ି ବେଶ ଚମତ୍କାର ଆରମ୍ଭ କରି ଦଳୀୟ ସ୍କୋରକୁ ଦ୍ରୁତ ଗତିରେ ଆଗେଇ ନେଇଥିଲେ । ଘରୋଇ ବୋଲରଙ୍କୁ ନିସ୍ତୁତ ପ୍ରହାର କରିବା ସହ ପ୍ରଥମ ୱିକେଟ୍‌ରେ ଏହି ଯୋଡ଼ି ବିଶାଳ ଭାଗିଦାରୀ ଛିଡ଼ା କରିଥିଲେ ।
ଫିଞ୍ଚ୍‌ ଓ ଖୱାଜା ଯୋଡ଼ି ଭାଙ୍ଗିବା ନେଇ ଅଧିନାୟକ କୋହଲିଙ୍କୁ ନାକେଦମ ହେବାକୁ ପଡ଼ିଥିଲା । ଶେଷରେ ଦଳୀୟ ସ୍କୋର ୧୯୩ ରନ୍‌ରେ ପହଞ୍ଚିବା ପରେ କୁଲଦୀପ ଯାଦବ ଯୋଡ଼ି ଭାଙ୍ଗିବାରେ ସଫଳ ହୋଇଥିଲେ । ଫିଞ୍ଚ୍‌ ଶତକ ଠାରୁ ମାତ୍ର ୭ ରନ୍‌ ଦୂରରେ ରହି ପାଭିଲିୟନ ଫେରିଥିଲେ । ସେ ୯୯ ବଲ୍‌ ଖେଳି ୧୦ଟି ଚୌକା ଓ ୩ଟି ଛକା ସହାୟତାରେ ୯୩ ରନ୍‌ ସଂଗ୍ରହ କରିଥିଲେ । ଫିଞ୍ଚଙ୍କ ସ୍ଥାନ ନେଇଥିଲେ ଦୁର୍ଦ୍ଧର୍ଷ ବ୍ୟାଟ୍ସମ୍ୟାନ ଗ୍ଲେନ ମ୍ୟାକ୍ସୱେଲ । ଓପନର ଖୱାଜାଙ୍କ ସହ ମିଶି ସେ ଦଳୀୟ ସ୍କୋରକୁ ୨୩୯ ରନ୍‌ରେ ପହଞ୍ଚାଇଥିଲେ । ଇତିମଧ୍ୟରେ ଖୱାଜା କ୍ୟାରିୟରର ପ୍ରଥମ ଶତକ ହାସଲ କରି ନେଇଥିଲେ । ସେ ୧୦୪ ରନ୍‌ କରି ଆଉଟ୍‌ ହୋଇଥିଲେ ।

ମ୍ୟାକ୍ସୱେଲ୍‌ ଦ୍ରୁତ ବ୍ୟାଟିଂ କରି ୩୧ ବଲ୍‌ରୁ ୩ଟି ଚୌକା ଓ ୩ଟି ଛକା ସହାୟତାରେ ୪୭ ରନ୍‌ ସଂଗ୍ରହ କରିଥିଲେ । ମାତ୍ର ସେ ଅଧିକ ସମୟ ତିଷ୍ଠି ପାରି ନଥିଲେ । ରନ୍‌ ଆଉଟ୍‌ ହୋଇ ଫେରିଥିଲେ । ତାଙ୍କ ପରେ ସନ ମାର୍ଶ ମାତ୍ର ୭ ରନ୍‌ କରି କୁଲଦୀପଙ୍କ ଦ୍ୱିତୀୟ ଶିକାର ବନିଥିଲେ । ସେହିପରି ପିଟର ହ୍ୟାଣ୍ଡସକମ୍ବ ଖାତା ଖୋଲି ପାରି ନଥିଲେ । ଶେଷରେ ମାର୍କସ ଷ୍ଟଇନିସ (୩୧) ଓ ଆଲେକ୍ସ କ୍ୟାରି (୨୧) ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଦଳକୁ ୫ ୱିକେଟ୍‌ରେ ୩୧୩ ରନ୍‌ରେ ପହଞ୍ଚାଇଥିଲେ । କୁଲଦୀପ ଯାଦବ ଏକାକୀ ୩ଟି ୱିକେଟ୍‌ ହାସଲ କରିଥିବାବେଳେ ମହମ୍ମଦ ସାମିଙ୍କୁ ଗୋଟିଏ ୱିକେଟ୍‌ ମିଳିଥିଲା ।

ଜବାବରେ ଭାରତ ବ୍ୟାଟିଂ ଆରମ୍ଭ କରି ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଓପନର ରୋହିତ ଶର୍ମା ଓ ଶିଖର ଧାୱନ ଅଷ୍ଟ୍ରେଲିଆ ଓପନରଙ୍କ ଭଳି ଦଳକୁ ଏକ ବଡ଼ ଭାଗିଦାରୀ ପ୍ରଦାନ କରିବାରେ ବିଫଳ ହୋଇଥିଲେ । ଓପନିଂ ବିଫଳତା ଦଳ ଉପରେ ପ୍ରବଳ ଚାପ ସୃଷ୍ଟି କରିଥିଲା । ଧାୱନ ୧ ଓ ରୋହିତ ୧୪ ରନ୍‌ କରି ଆଉଟ୍‌ ହୋଇଥିଲେ । ଅଧିନାୟକ କୋହଲି ଏକାକୀ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରି ଦଳୀୟ ସ୍ଥିତିରେ ସୁଧାର ଆଣିବାକୁ ପ୍ରୟାସ କରିଥିଲେ । କିନ୍ତୁ ତାଙ୍କୁ ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ଉପଯୁକ୍ତ ସହାୟତା ମିଳି ନଥିଲା । ଅମ୍ବାତି ରାୟୁଡୁ ୨ ରନ୍‌ କରି ଆଉଟ୍‌ ହେବା ପରେ ମହେନ୍ଦ୍ର ସିଂ ଧୋନି ବ୍ୟାଟିଂ କରିବାକୁ ଆସିଥିଲେ । ରାଞ୍ଚି ଧୋନିଙ୍କ ଘରୋଇ ମଇଦାନ । ତେଣୁ ଏଭଳି ବିପତ୍ତି ସମୟରେ ଧୋନିଙ୍କ ଠାରୁ ଦର୍ଶକ ବଡ଼ ଇନିଂସ ଆଶା କରିଥିଲେ । ମାତ୍ର ସେ ୨୬ ରନ୍‌ କରି ଫେରି ଯାଇଥିଲେ ।

ତଥାପି କୋହଲି ଦ୍ରୁତ ବ୍ୟାଟିଂ କରି ଦଳର ବିଜୟ ଆଶା ଉଜ୍ଜୀବିତ ରଖିଥିଲେ । କେଦାର ଯାଦବ କିଛି ସମୟ ତିଷ୍ଠି ରହି ଦଳୀୟ ସ୍କୋରକୁ ଆଗକୁ ଆଗେଇ ନେବାରେ ସହାୟକ ହୋଇଥିଲେ । କିନ୍ତୁ ସେ ମାତ୍ର ୨୬ ରନ୍‌ କରି ଆଉଟ୍‌ ହୋଇଥିଲେ । ଏଥର ଆସିଥିଲେ ପୂର୍ବ ମ୍ୟାଚ୍‌ରେ ଅଲରାଉଣ୍ଡ ପ୍ରଦର୍ଶନ କରି ଦଳକୁ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବିଜୟ ଶଙ୍କର । କୋହଲି ଇତି ମଧ୍ୟରେ କ୍ୟାରିୟରର ୪୧ତମ ଶତକ ହାସଲ କରି ଦଳକୁ ବିଜୟୀ ଦିଗରେ ଅଗ୍ରସର କରାଇଥିଲେ । ମାତ୍ର ସେ ୧୨୩ ରନ୍‌ରେ ଆଉଟ୍‌ ହେବାର ପରେ ଦଳର ବିଜୟ ଆଶା ଏକ ପ୍ରକାର ମଉଳି ଯାଇଥିଲା ।
ପରବର୍ତ୍ତୀ ସମୟରେ ଦଳ ନିୟମିତ କ୍ରମରେ ୱିକେଟ୍‌ ହରାଇ ପରାଜିତ ହୋଇଥିଲା । ବିଜୟ ବଡ଼ ଇନିଂସ ଖେଳି ପାରି ନଥିଲେ । ସେ ୩୨ ରନ୍‌ରେ ଆଉଟ୍‌ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରବିନ୍ଦ୍ର ଜାଡେଜା ୨୪, କୁଲଦୀପ ଯାଦବ ୧୦ ଓ ମହମ୍ମଦ ସାମି ୮ ରନ୍‌ କରିଥିଲେ । ଘାତକ ବୋଲିଂ କରି ପ୍ୟାଟ୍ରିକ କମିନ୍ସ, ଝେ ରିଚାର୍ଡସନ ଓ ଆଦାମ ଜାମ୍ପା ପ୍ରତ୍ୟେକ ୩ଟି ଲେଖାଏଁ ୱିକେଟ୍‌ ହାସଲ କରିଥିଲେ । ଶତକୀୟ ଇନିଂସ ଖେଳିଥିବା ଉସମାନ ଖୱାଜା ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌ ବିବେଚିତ ହୋଇଥିଲେ ।

ଏହି ଅବସରରେ ସମନ୍ୱିତ ଶିଶୁ ବିକାଶ ଯୋଜନାରେ ଉତ୍ତମ ପ୍ରଦର୍ଶନ କରିଥିବା ୩ଟି ଜିଲ୍ଲା ଯଥା ଗଞ୍ଜାମ, ଗଜପତି ଓ ବାଲେଶ୍ୱର ଜିଲ୍ଲାକୁ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପୁରସ୍କାର ଭାବେ ୨୫ ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଛି । ଉତ୍ତମ ପ୍ରଦର୍ଶନକାରୀ ଭାବେ ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ ସଂସ୍ଥା ଯଥା ଢ଼େଙ୍କାନାଳର ମହର୍ଷି ଦୟାନନ୍ଦ ସର୍ଭିସେସ୍‌ ମିଶନ, ପାଟଳିପଙ୍କା, କେନ୍ଦ୍ରାପଡାର ଲୁଥେରାନ୍‌ ମହିଳା ସମିତି, କନ୍ଧମାଳ ଜିଲ୍ଲାର ବନବାସୀ ସେବା ସମିତିକୁ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପୁରସ୍କାର ଭାବେ ୨୫ ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଛି । ଶିଶୁ ଯତ୍ନ ଅନୁଷ୍ଠାନ ବର୍ଗରେ ସମ୍ବଲପୁରର ଧନକଉଡା ସ୍ଥିତ ଶିଶୁ ଗୃହ, ଭୁବନେଶ୍ୱରର ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍ସ ଭିଲେଜ, ଭଦ୍ରକର ଯୋଗୀଋଷୀ ଲକ୍ଷ୍ମଣ ଦାସ ଶିଶୁ ଆଶ୍ରମକୁ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଭାବେ ୨୫ ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଛି । ସେହିପରି ଶ୍ରେଷ୍ଠ ପ୍ରଦର୍ଶନ ନିମନ୍ତେ ତିନୋଟି ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଯଥା ବରଗଡ଼ ଜିଲ୍ଲା ବନ୍ଧପାଲ୍ଲୀ ସ୍ଥିତ ଜଗଦମ୍ବା ସ୍ୱୟଂସହାୟକ ଗୋଷ୍ଠୀ, ଗଞ୍ଜାମର ଯୋଗେନ୍ଦ୍ର ପ୍ରସାଦ ସ୍ଥିତ ସତ୍ୟସାଇ ସ୍ୱୟଂ ସହାୟକ ଗୋଷ୍ଠୀ, ଭଦ୍ରକ ଜିଲ୍ଲା ଗେଲଟୁଆ ସ୍ଥିତ ଜୟ ମା’ ଦୁର୍ଗା ହସ୍ତଶିଳ୍ପ ସ୍ୱୟଂ ସହାୟକ ଗୋଷ୍ଠୀକୁ ୫୦ ହଜାର ଟଙ୍କା ଓ ମାନପତ୍ର ପ୍ରଦାନ କରାଯାଇଥିଲା । ଶେଷରେ ବିଭାଗର କାର୍ଯ୍ୟାବଳୀ ସମ୍ପର୍କିତ ଏକ ବୃତ୍ତଚିତ୍ର ପ୍ରଦର୍ଶିତ ହୋଇଥିଲା ।

ସମ୍ବନ୍ଧିତ ଖବର