PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍‌ ଅମରିନ୍ଦର ସିଂହ
  • ||
  • ଏସିଏଫ୍‌ ସୌମରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣା – ଭୁବନେଶ୍ୱର ଫରେନସିକ୍‌ ଲ୍ୟାବ୍‌ରେ ଡିଏଫ୍‌ଓ , ରୋଷେୟାଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଚାଲିଛି
  • ||
  • କେନ୍ଦୁଝର: ମହିଳାଙ୍କୁ ନିର୍ଯାତନା ଦେବା କାରଣରୁ ସ୍ୱାମୀ, ଶାଶୁ, ଶଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ୍
  • ||
  • ଲୋଇସିଂହା: ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଦାରିଙ୍ଗବାଡି : ସଂରକ୍ଷିତ ଜଙ୍ଗଲରୁ ଚୋରା ଚାଲାଣ ବେଳେ କାଠପଟା ଜବତ, ଜଣେ ଗିରଫ
  • ||
  • ଲୋଇସିଂହା : ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ, କାରଣ ଅସ୍ପଷ୍ଟ
  • ||
  • କେନ୍ଦୁଝର : ମହିଳାଙ୍କୁ ନିର୍ଯାତନା ଦେବାରୁ ସ୍ୱାମୀ, ଶାଶୁ, ଶ୍ଵଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ ଦଣ୍ଡ
  • ||
  • ପଦ୍ମପୁର: ଗଜଲକ୍ଷ୍ମୀ ଷ୍ଟୋରରେ ଜିଏସଟି ବିଭାଗର ଚଢ଼ାଉ
  • ||
  • ବ୍ରହ୍ମପୁର: ଗଞ୍ଜାମରେ ୧୦୧୦ଗାଁ ବାଲ୍ୟ ବିବାହ ମୁକ୍ତ ଘୋଷଣା କଲା ପ୍ରଶାସନ
  • ||
  • ବଲାଙ୍ଗୀର: ରାତିରେ ପରିବାର ଲୋକଙ୍କ ସହ ଶୋଇଥିଲା ବେଳେ ମହିଳାଙ୍କୁ କାମୁଡି ଦେଲା ବିଷାକ୍ତ ସାପ, ଆଖିବୁଜଲେ ମହିଳା
  • ||
  • ପାଟଣା: ପୂର୍ବତନ ପାଟଣା ବିଧାୟକ ରାମରାଇ ମୁଣ୍ଡାଙ୍କ ପରଲୋକ
  • ||
  • ସମ୍ବଲପୁର: ହୀରାକୁଦର ପୁଣି ବନ୍ଦ ହେଲା ୬ ଗେଟ୍, ୧୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
  • ||
  • ବାଙ୍କୀ : ହୁଳୁହୁଳା ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ, ବାଙ୍କୀର ବହୁ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୨୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରୁ ୨୪ ଘଣ୍ଟା ମଧ୍ୟରେ ଆଉ ୬୯୫ଜଣ କରୋନା ପଜିଟିଭ୍ ଚିହ୍ନଟ
  • ||
  • ସଠିପୁର : ଦୁଇ କଣ୍ଟେନର ମୁହାଁମୁହିଁ ଧକ୍କା, ଉଭୟ ଡ୍ରାଇଭର ଆହତ
  • ||
  • ଜଗତସିଂହପୁ : ହଂସୁଆ ନଈରେ ଘାଇ, ୧୦ରୁ ଅଧିକ ଗାଁ ଜଳମଗ୍ନ
  • ||
  • ସମ୍ବଲପୁର : ସୁଧୁରୁଛି ଉପରମୁଣ୍ଡର ବନ୍ୟା ସ୍ଥିତି, ହୀରାକୁଦରେ ବନ୍ଦ ହେଲା ୪ ଗେଟ୍‌, ୨୪ ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି
  • ||
  • କାମାକ୍ଷାନଗର : ଚାଷୀଙ୍କୁ ଦଳି ମାରିଲା ଦନ୍ତା
  • ||
  • ରାଉରକେଲା : ବିମାନଘାଟି ପରିସରରେ ଜଣେ ମହିଳା ଶ୍ରମିକଙ୍କୁ ଦୁଷ୍କର୍ମ ଉଦ୍ୟମ, ଠିକା କର୍ମଚାରୀ ଅଟକ
  • ||

ଟୋକିଓ ଟକ୍କର: ଆଜି ଭାରତ-ବ୍ରିଟେନ କ୍ୱାର୍ଟର ଫାଇନାଲ, ବ୍ରୋଞ୍ଜ ପାଇଁ ଖେଳିବେ ସିନ୍ଧୁ

ଟୋକିଓ,୦୧/୦୮: ମହିଳା ବ୍ୟାଡମିଣ୍ଟନ ସିଙ୍ଗଲ୍ସ ସେମି ଫାଇନାଲରେ ପରାଜିତ ହୋଇ ପିଭି ସିନ୍ଧୁ ରୌପ୍ୟ/ସ୍ୱର୍ଣ୍ଣ ପାଇଁ ଅଭିଯାନ ଶେଷ କରିଛନ୍ତି । ଏଥର ସେ ଟୋକିଓରେ ସ୍ୱର୍ଣ୍ଣ ଜିତିବେ ବୋଲି ଆଶା ରହିଥିଲା । କିନ୍ତୁ ସେମିରେ ଚାଇନିଜ ତାଇପେର ତାଇ ଜୁ ୟିଙ୍ଗ୍‌ଙ୍କ ଠାରୁ ୧୮-୨୧, ୧୨-୨୧ ଗେମ୍‌ରେ ପରାସ୍ତ ହୋଇଥିଲେ । ରବିବାର ସେ ବ୍ରୋଞ୍ଜ ପଦକ ପାଇଁ ଖେଳିବେ । ପୁରୁଷ ହକିରେ ରବିବାର କ୍ୱାର୍ଟର ଫାଇନାଲ ପର୍ଯ୍ୟାୟ ରହିଛି । ଭାରତ ଚତୁର୍ଥ କ୍ୱାର୍ଟରରେ ଗ୍ରେଟ୍‌ ବ୍ରିଟେନକୁ ଭେଟିବ । ମହିଳା ହକି ଦଳ ଚମତ୍କାର ପ୍ରଦର୍ଶନ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ।

ମହିଳା ଡିସ୍‌କସ୍‌ ଥ୍ରୋରେ କମଲପ୍ରୀତ କୌର ଫାଇନାଲରେ ପ୍ରବେଶ କରିଛନ୍ତି । ଯୋଗ୍ୟତା ପର୍ଯ୍ୟାୟରେ ସେ ତୃତୀୟ ପ୍ରୟାସରେ ୬୪ ମିଟର ଦୂର ଡିସ୍‌କସ୍‌ ଫିଙ୍ଗିଥିଲେ । ମହିଳା ବର୍ଗ ୫୦ ମିଟର ରାଇଫଲ ଥ୍ରୀ-ପୋଜିସନ ଇଭେଣ୍ଟରେ ଭାରତର ଦୁଇ ସୁଟର ଅଞ୍ଜୁମ ମୌଦଗିଲ୍‌ ଓ ତେଜସ୍ୱିନୀ ସାୱନ୍ତ ନିରାଶ କରିଛନ୍ତି ।ଉଭୟ ଯୋଗ୍ୟତା ପର୍ଯ୍ୟାୟରେ ଯଥାକ୍ରମେ ୧୫ ଓ ୩୩ତମ ସ୍ଥାନରେ ରହିଥିଲେ । ବକ୍ସିଂରେ ପଦକ ଦାବିଦାର ଥିବା ଅମିତ ପଙ୍ଘାଲ (୫୨କିଲୋ) ରାଉଣ୍ଡ୍‌-୧୬ରେ ପରାଜିତ ହୋଇଥିଲେ ।ମହିଳା ବର୍ଗରେ ପୂଜା ରାଣୀ (୭୫କିଲୋ) କ୍ୱାର୍ଟର ଫାଇନାଲ୍‌ରେ ପରାଜିତ ହୋଇ ପଦକ ଆଶା ଧୂଳିସାତ୍‌ କରିଥିଲେ।

ଭାରତୀୟ ପୁରୁଷ ହକି ଦଳ ପୁଲ୍‌ ପର୍ଯ୍ୟାୟରେ ବେଶ୍‌ ଉନ୍ନତ ପ୍ରଦର୍ଶନ କରି ୫ଟିରୁ ୪ଟି ମ୍ୟାଚ୍‌ ଜିତି ଦ୍ୱିତୀୟ ସ୍ଥାନରେ ରହି କ୍ୱାର୍ଟରକୁ ଉନ୍ନୀତ ହୋଇଥିଲା । କ୍ୱାର୍ଟରରେ ଗ୍ରେଟ୍‌ ବ୍ରିଟେନ ସହ ମୁକାବିଲା ହେବ । ପୁଲ୍‌ ପର୍ଯ୍ୟାୟରେ ବ୍ରିଟେନ ମାତ୍ର ୨ଟି ମ୍ୟାଚ୍‌ ଜିତିଥିଲା । ପ୍ରଦର୍ଶନ ଓ ବିଶ୍ୱ ମାନ୍ୟତା ଅନୁସାରେ ଏହି ମ୍ୟାଚ୍‌ରେ ଭାରତ ଦାବିଦାର ରହିଛି । ଯଦି ଭାରତ ଦଳରେ ଉପଯୁକ୍ତ ସନ୍ତୁଳନ ସହ କୌଣସି ପେନାଲ୍ଟି କର୍ଣ୍ଣରକୁ ହାତ ଛଡ଼ା ନକରେ ତେବେ ମ୍ୟାଚ୍‌କୁ ନିୟନ୍ତ୍ରଣରେ ରଖି ପାରିବ । ୧୯୮୦ ମସିହା ପରେ ଭାରତ ଅଲିମ୍ପିକ୍ସରେ ପଦକ ଜିତି ପାରି ନାହିଁ । ହୁଏତ ଏଥର ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିପାରେ ।

ମହିଳା ଦଳ ମଧ୍ୟ ଶ୍ରେଷ୍ଠ ପ୍ରଦର୍ଶନ ସହ ୪-୩ ଗୋଲରେ ଦକ୍ଷିଣ ଆଫ୍ରିକାକୁ ପରାଜିତ କରିଥିଲା । ବନ୍ଦନା କାଟାରିଆ ହ୍ୟାଟ୍ରିକ୍‌ ଗୋଲ୍‌ ସ୍କୋର କରି ଦଳକୁ ଜିତାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଆୟର୍ଲାଣ୍ଡ ୦-୨ ଗୋଲରେ ଗ୍ରେଟ୍‌ ବ୍ରିଟେନଠୁ ପରାଜିତ ହେବା ପରେ ଭାରତ ମୋଟ୍‌ ୬ ପଏଣ୍ଟ ସହ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଥିଲା । ୨୦୧୬ ଅଲିମ୍ପିକ୍ସରେ ଭାରତ ପୁଲ୍‌-ବି’ରେ ମାତ୍ର ୧ ପଏଣ୍ଟ ପାଇ ଷଷ୍ଠ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲା । ଆସନ୍ତା ୨ ତାରିଖରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ କ୍ୱାର୍ଟର ଫାଇନାଲ ଖେଳାଯିବ ।

ସମ୍ବନ୍ଧିତ ଖବର