ଭାରତ-ଦକ୍ଷିଣ ଆଫ୍ରିକା ଓ୍ବାନଡେ ବର୍ଷା କାରଣରୁ ବିଳମ୍ବ, ୨୦-୨୦ ଓଭରର ମ୍ୟାଚ୍ ପାଇଁ ମଧ୍ୟ ସନ୍ଧ୍ୟା ୬ଟା ୩୦ ଶେଷ ସମୟ

ନୂଆଦିଲ୍ଲୀ,୧୨।୩: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ଓ୍ବାନଡେ୍ ସିରିଜର ପ୍ରଥମ ମୁକାବିଲା ବର୍ଷା କାରଣରୁ ବିଳମ୍ବିତ ହୋଇଛି। ଆଉ କିଛି ସମୟ ଭିତରେ ଧର୍ମଶାଳାରେ ମ୍ୟାଚ୍ ଆରମ୍ଭ ହୋଇଯିବ। ବର୍ଷା ଏବେ ବନ୍ଦ ହୋଇଯିବା ପରେ ଖରା ଫେରିଆସିଲାଣି। ଆକାଶରେ ବାଦଲ ଢାଙ୍କି ହୋଇ ରହିଛି। ମଧ୍ୟାହ୍ନ ୨ଟା ବେଳ ବର୍ଷା କମିବା ପରେ ପଡିଆରୁ କଭର ହଟାଯାଇଛି। ଆଜି ହେବାକୁ ଥିବା ମ୍ୟାଚକୁ ୨୦-୨୦ ଓଭରର କରିବା ପାଇଁ ବି ସମୟସୀମା ୬ଟା ୩୦ମିନିଟ୍ କରିଦିଆଯାଇଛି।

ଆଜି ଯଦି ମ୍ୟାଚ୍ ଆରମ୍ଭ ହୁଏ ତେବେ ଖେଳ ସମୟରେ ଆଘାତ ବିଶ୍ରାମ ନେଇ   ପୁଣିଥରେ ଫେରିଥିବା ଭୁବନେଶ୍ବର କୁମାର ଓ ଶିଖର ଧଓ୍ବନକୁ ପ୍ଲେଇଂ ୧୧ରେ ସୁଯୋଗ ମିଳିପାରିବ। ଗତ ଅକ୍ଟୋବରରେ ପିଠିରେ ହୋଇଥିବା ସର୍ଜରୀର ୮ ମାସ ପରେ ପାଣ୍ଡ୍ୟା ପଡିଆକୁ ଫେରିବେ। ଏହି ସିରିଜ୍ ପୂର୍ବରୁ ସେ ଡିଓ୍ବାଇ ପାଟିଲ ଟି-୨୦ ଟୁର୍ଣ୍ଣାମେଣ୍ଟରେ ୪ ଦିନ ଭିତରେ ୨ ଶତକ ଲଗାତାର ନିଜକୁ ପ୍ରମାଣିତ କରିଛନ୍ତି। ସେଭଳି ଧଓ୍ବନ ୨ ମାସ ପରେ କ୍ରିକେଟ ପଡିଆକୁ ଫେରିବେ। ସେ ଅଷ୍ଟେ୍ରଲିଆ ବିରୋଧରେ ଜାନୁଆରୀରେ ଓ୍ବାନଡେ ସିରିଜ୍ ସମୟରେ କାନ୍ଧରେ ଆଘାତ ଲାଗିଥିଲା

କ୍ୟାପଟେନ୍ ବିରାଟ କୋହଲିଙ୍କ ପାଇଁ ଏହି ମ୍ୟାଚ୍ ଜିତିବା ଖୁବ୍ ଗୁରୁତ୍ବପୂର୍ଣ୍ଣ ରହିଛି। ଧର୍ମଶାଳାରେ ଟିମ୍ ଇଣ୍ଡିଆର ରେକର୍ଡ ୫୦-୫୦ ରହିଛି। ଅର୍ଥାତ ଭାରତ ଏଠାରେ ଯେତେ ମ୍ୟାଚ୍ ଜିତିଛି ସେତିକି ହାରିଛି। ଏଠାରେ ଖେଳାଯାଇଥିବା ମୋଟ ୪ଟି ମ୍ୟାଚରେ ଦୁଇଥର ଭାରତ ବିଜୟୀ ହୋଇଛି, ସେଭଳି ଦୁଇଟି ମ୍ୟାଚ୍ ହାତରୁ ଖସି ଯାଇଛି। ତେବେ ୨୦୧୬ ପରେ ଭାରତ ଏଠାରେ କୌଣସି ମ୍ୟାଚ୍ ଜିତିନାହିଁ।

   ସମ୍ବନ୍ଧିତ ଖବର


କିମ୍ବଦନ୍ତୀ ଫୁଟବଲ୍‌ ଖେଳାଳୀ ଡିଏଗୋ ମାରାଡୋନାଙ୍କ ଦେହାନ୍ତ

୪୩ ମୋବାଇଲ ଆପ୍‌କୁ ଭାରତ ‌ବ୍ୟାନ କରିବା ପରେ ଚୀନ ରାଗରେ ପାଚି ଲାଲ୍, କହିଲା ମିଳିବ କଡା ଜବାବ…

ଦିଲ୍ଲୀ ଦଙ୍ଗାରେ ଥିଲେ ବାଂଲାଦେଶୀ, ରୋହିଙ୍ଗ୍ୟା, ଆଇନ ଶୃଙ୍ଖଳାକୁ ଭାଙ୍ଗିବା ପାଇଁ କରୁଥିଲେ ଷଡଯନ୍ତ୍ର…

‘ଲଭ୍ ଜିହାଦ୍’ ଦୋଷୀଙ୍କୁ ହୋଇପାରେ ୧୦ ବର୍ଷ ଜେଲ୍, ବିଲ୍ ପାଇଁ ଡ୍ରାଫ୍ଟ ପ୍ରସ୍ତୁତ

ମରୁଭୂମିରେ ରହସ୍ୟମୟ ବସ୍ତୁର ସନ୍ଧାନ, ହେଲିକପ୍ଟର ଉଡାଣ ଆରମ୍ଭ କରିବା ବେଳେ ଦେଖିଲେ ପାଇଲଟ୍

ରେଲଓ୍ବେ କର୍ମଚାରୀଙ୍କୁ ଲାଗିପାରେ ବଡ଼ ଝଟକା! ଟ୍ରାଭେଲ ଏବଂ ଓଭର ଟାଇମ୍ ଆଲାଉନ୍ସ କାଟ୍ ପାଇଁ ପ୍ରସ୍ତୁତି