PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ସୁନ୍ଦରଗଡ଼ ଓ ଅନୁଗୁଳରେ ପ୍ରତିଷ୍ଠା ହେବ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ, ଏମସିଏଲ୍‌ ବୋର୍ଡର ଅନୁମୋଦନ ପାଇଁ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର
  • ||
  • ଭୁବନେଶ୍ଵର : ସପ୍ତାହାନ୍ତ ସଟଡାଉନର ଦ୍ଵିତୀୟ ଦିନ, ଆଉ ଚଳିବନି ‘ଆଇ- କାର୍ଡ’, ବେସରକାରୀ ସଂସ୍ଥାର କର୍ମଚାରୀଙ୍କ ତାଲିକା ମାଗିଲା ପୁଲିସ୍‌
  • ||
  • ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ତଥା ‘ପ୍ରମେୟ’ର ଖଣ୍ଡପଡ଼ା ପ୍ରତିନିଧି ସୋମନାଥ ମହାନ୍ତିଙ୍କ ପରଲୋକ
  • ||
  • ଘଟଗାଁ : ମାଲବାହୀ ଟ୍ରେନ ଧକ୍କାରେ ହାତୀ ଗୁରୁତର
  • ||
  • କୋଲକାତା : ପଶ୍ଚିମବଙ୍ଗରେ ଥମୁନି ହିଂସା, ପୁଣି ଥରେ ଟିଏମସି ଓ ବିଜେପି କର୍ମୀ ହାତାହାତି, ଜଣେ ମୃତ ୬ ଆହତ
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୯ ଜଣଙ୍କ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୧୮୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଓଡ଼ିଶାରେ କରୋନା ବିସ୍ଫୋରଣ, ୨୪ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୬୩୫ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୩୪ ହଜାର ପାର୍
  • ||
  • ନୂଆଦିଲ୍ଲୀ : ଭାରତକୁ ଡବ୍ଲ୍ୟୁଏଚଓର ସତର୍କ ବାଣୀ, ଘାତକ ହେଉଛି କରୋନାର ନୂଆ ମ୍ୟୁଟାଣ୍ଟ, ଭାରତକୁ ତୀବ୍ର କରିବାକୁ ପଡିବ ଟିକାକରଣ
  • ||
  • ଭୁବନେଶ୍ୱର : ଏବେ ମିଳିଛି ସାମାନ୍ୟ ଆଶ୍ୱସ୍ତି, ଦୁଇଦିନ ପରେ ରାଜ୍ୟରେ ପୁଣି ବଢ଼ିବ ତାତି, ୨୦ ଜିଲ୍ଲାରେ ଘଡ଼ଘଡ଼ି ସହ ଧୂଳିଝଡ଼ ବର୍ଷା ଆଶଙ୍କା
  • ||

ମ୍ୟାଚ୍ ସମୟରେ ମଇଦାନରେ ପଶିଗଲା କୁକୁର, ହଇରାଣ ହେଲେ ଖେଳାଳୀ

ଚେନ୍ନାଇ ୧୫/୧୨: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚେନ୍ନାଇରେ ଖେଳାଯାଉଥିବା ୱାନଡେ ମ୍ୟାଚ୍ ସମୟରେ ମଇଦାନକୁ ପଶି ଆସିଲା ଏକ କୁକୁର । ଏହା ଦୃଶ୍ୟ ଦେଖି ସମସ୍ତେ ଆଶ୍ଚର୍ଯ୍ଯ ହୋଇଯାଇଥିଲେ ।

ଭାରତୀୟ ପାଳି ସମୟରେ ୨୬ ତମ ଓଭର ଚାଲିଥିବା ସମୟରେ ଅଚାନକ ମଇଦାନକୁ କୁକୁର ପଶି ଆସିଥିଲା । ଅନେକ ସମୟ ପର୍ଯ୍ଯନ୍ତ କୁକୁରଟି ମଇଦାନରେ ବୁଲାବୁଲି କରିଥିଲା । ଏଥିପାଇଁ ମ୍ୟାଚକୁ କିଛି ସମୟ ରୋକିବାକୁ ପଡିଥିଲା । ସେହି ସମୟରେ କ୍ରିଜରେ ଶ୍ରେୟସ ଅୟର ଓ ଋଷଭ ପନ୍ତ ଥିଲେ ।

ଗ୍ରାଉଣ୍ଡ ଷ୍ଟାଫଙ୍କୁ କୁକୁରକୁ ଭଗାଇବା ପାଇଁ ଅନେକ ପରିଶ୍ରମ କରିବାକୁ ପଡିଲା । କିଛି ସମୟ ପରେ କୁକୁର ବାଉଣ୍ଡ୍ରୀ ବାହାରକୁ ଚାଲିଯାଇଥିଲା । ତେବେ ସୋସିଆଲ ମିଡିଆରେ ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ଆପଣଙ୍କୁ କହି ରଖୁଛୁ ଏହି ମ୍ୟାଚରେ କେଏଲ୍ ରାହୁଲ ଓ ରୋହିତ ଶର୍ମାଙ୍କ ଯୋଡି ଓପନିଂ ପାଇଁ ଓହ୍ଲାଇଥିଲା କିନ୍ତୁ ଟିମ୍ ଇଣ୍ଡିଆର ଯେମିତି ଆଶା ଥିଲା ସେମିତି ଆରମ୍ଭ ହେଲାନି । ଭାରତକୁ ପ୍ରଥମ ଝଟକା ୭ମ ଓଭରରେ ଲାଗିଲା ଯେତେବେଳେ କେଏଲ୍ ରାହୁଲ କ୍ୟାଚ୍ ଆଉଟ୍ ହୋଇଗଲେ । ମାତ୍ର ୬ ରନ୍ କରି ଆଉଟ୍ ହୋଇଥିଲେ କେଏଲ୍ ରାହୁଲ ।

ସମ୍ବନ୍ଧିତ ଖବର