PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋକସରା: ଶୌଚ ପାଇଁ ଯାଇ ଘରକୁ ଫେରିନଥିଲେ, ପୋଖରୀରୁ ଉଦ୍ଧାର ହେଲା ମୃତଦେହ
  • ||
  • କଳାହାଣ୍ଡି : ହିମାଚଳ ପ୍ରଦେଶରୁ କରୋନା ସଂପର୍କିତ ନକଲି ଔଷଧ ଆଣି ବିତରଣ ଅଭିଯୋଗରେ କେସିଙ୍ଗା ସ୍ଥିତ ବିଜୟ ଫାର୍ମାସିଟିକାଲ ଓ ଧର୍ମଗଡ ସ୍ଥିତ ଜୟହୀନ୍ଦ ଟ୍ରେଡର୍ସ ଉପରେ ଚଢ଼ାଉ
  • ||
  • ନବରଙ୍ଗପୁର: ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ତଳେ ଚାପି ହୋଇଚାଲିଗଲା ଡ୍ରାଇଭରଙ୍କ ଜୀବନ
  • ||
  • ଭୁବନେଶ୍ୱର: ଜୁନ୍ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ : ଗଣଶିକ୍ଷା ମନ୍ତ୍ରୀ
  • ||
  • ସମ୍ବଲପୁର: ପୁଣି ଚର୍ଚ୍ଚାରେ ସମ୍ବଲପୁର ଜେଲ, କଏଦୀକୁ ଗଞ୍ଜେଇ ବିକି ଧରାପଡିଲେ ଜେଲ୍ ଓ୍ବାର୍ଡର୍, ବଣେଇଗଡ ଜେଲକୁ ହେଲେ ବଦଳି
  • ||
  • ରାଜସୁନାଖଳା: ଜାଗା ବାଡ଼ି ମଧ୍ୟସ୍ଥତାକୁ ନେଇ ରକ୍ତାକ୍ତ ସଂଘର୍ଷ, ଜଣେ ଗୁରୁତର
  • ||
  • କଣ୍ଟାବାଞ୍ଜି : ବର୍ଷା ଦାଉରୁ ଆଶ୍ରୟ ପାଇଁ ଦୋକାନ ପିଣ୍ଡାକୁ ଯାଇ ଷଣ୍ଢକୁ ଲାଗିଲା ବିଜୁଳି ଝଟକା, ଘଟଣାସ୍ଥଳରେ ଟଳିପଡିଲା…
  • ||
  • ନୀଳଗିରି: ଯୁବକର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ, ପୁଲିସ ତଦନ୍ତ ଆରମ୍ଭ
  • ||
  • ପୁରୀ : ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା ପ୍ରସ୍ତୁତି, ଭୋର ୪ଟା ସୁଦ୍ଧା ପହଣ୍ଡ ବିଜେ ନୀତି, ସାମାଜିକ ଦୂରତାକୁ ଗୁରୁତ୍ୱ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ମଧ୍ୟରେ ୪୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୩ଶହ ଟପିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୪ ହଜାର ୪୬୯ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୫୧ ହଜାର ପାର୍
  • ||
  • ପୁରୀ : ରଥଖଳା ହାଲ୍‌ଚାଲ, ୨୧ ଅଖରେ ଲାଗିଲା ୪୨ ଚକ, ପ୍ରଭା ଅପସରା କାମ ଆରମ୍ଭ
  • ||
  • ଭୁବନେଶ୍ୱର : ବର୍ଷାରେ ଧୋଇଯିବ ରଜ ମଉଜ, ୪୮ ଘଣ୍ଟା ଭିତରେ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ, ଉପକୂଳରେ ବର୍ଷା ଜାରି-ଆଭ୍ୟନ୍ତରୀଣରେ ବଢ଼ିବ
  • ||
  • ବାମରା : ପରିବାରର ୬ ଜଣଙ୍କୁ ହାଣି ଆତ୍ମହତ୍ୟା କଲା ସଂକ୍ରମିତ ବାପା, ଝିଅ ମୃତ, ପୁଅ- ୩ ଝିଅ ଓ ମା’ ଆହତ
  • ||
  • କଟକ : ଲକ୍‌ଡାଉନ୍‌ ବେଳେ କଟକରେ ବେଧଡ଼କ ଚାଲିଛି ଦେହ ବ୍ୟବସାୟ, ଦୁଇଟି ସ୍ଥାନରେ ଚଢ଼ଉ ବେଳେ ୫ ଯୁବତୀ ଉଦ୍ଧାର, ର‌୍ୟାକେଟ୍‌ର ମୁଖ୍ୟ ଓ ଜଣେ ଗ୍ରାହକ ଗିରଫ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସୁଧୁରୁଛି ସ୍ଥିତି, ୨୬ ଜିଲ୍ଲାରେ ହୋଇପାରେ ଅନଲକ, ୪ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଷ୍ଟ୍ରାଟେଜି
  • ||

ଗୁରୁବାରଠୁ ଆରମ୍ଭ ହେବ ପ୍ରଥମ ଟେଷ୍ଟ:ଟିମ୍‌ ଇଣ୍ଡିଆର ଶ୍ରେଷ୍ଠ ଏକାଦଶ ଚୟନ ପାଇଁ ଚିନ୍ତା ବଢ଼ିଛି

ନୂଆଦିଲ୍ଲୀ ୨୧/୮ : ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି ୱେଷ୍ଟ ଇଣ୍ଡିଜ୍‌-ଭାରତ ପ୍ରଥମ ଟେଷ୍ଟ । ଏହି ଟେଷ୍ଟ ସିରିଜ୍‌ ଜରିଆରେ ଉଭୟ ଦଳ ଆଇସିସି ଟେଷ୍ଟ ଚାମ୍ପିଅନ୍‌ସିପ୍‌ରେ ପଦାର୍ପଣ କରିବେ । ଆଣ୍ଟିଗୁଆର ନର୍ଥ ସାଉଣ୍ଡ ସ୍ଥିତ ସାର୍‌ ଭିଭିଆନ ରିଚାର୍ଡ୍ସ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଅଭ୍ୟାସ ଆରମ୍ଭ କରିଛି । ଦଳରେ କୌଣସି ଆହତ ସମସ୍ୟା ନାହିଁ । ପ୍ରତ୍ୟେକ ଖେଳାଳି ଉନ୍ନତ ଫର୍ମରେ ରହିଛନ୍ତି । ବର୍ତ୍ତମାନ ପ୍ରଥମ ଟେଷ୍ଟ ପାଇଁ ଶ୍ରେଷ୍ଠ ଏକାଦଶ ଚୟନ କରିବା ଟିମ୍‌ ମ୍ୟାନେଜମେଣ୍ଟ ପାଇଁ ଚିନ୍ତାର କାରଣ ସାଜିଛି ।

ଦୀର୍ଘ ୮ ମାସ ପରେ ଭାରତୀୟ ଦଳ ଟେଷ୍ଟ ଖେଳିବାକୁ ଯାଉଛି । ଚୂଡ଼ାନ୍ତ ଏକାଦଶ ଚୟନ ପୂର୍ବରୁ ଟିମ୍‌ ମ୍ୟାନେଜମେଣ୍ଟ ଆଗରେ ଅନେକ ସମସ୍ୟା ଉପୁଜିଛି । ଗତ ବିଶ୍ୱକପ୍‌ରେ ୫ଟି ଶତକ ଅର୍ଜନ କରି ଚର୍ଚ୍ଚାରେ ରହିଥିବା ରୋହିତ ଶର୍ମା ଟେଷ୍ଟ ଦଳର ନିୟମିତ ସଦସ୍ୟ ନଥିଲେ ହେଁ ବର୍ତ୍ତମାନର ଫର୍ମ ଅନୁଯାୟୀ ସେ ଏକାଦଶର ଦୃଢ ଦାବିଦାର । ସେହିପରି ଉପ ଅଧିନାୟକ ଅଜିଙ୍କ୍ୟ ରାହାଣେ ଅଭ୍ୟାସ ମ୍ୟାଚ୍‌ରେ ଅର୍ଦ୍ଧଶତକ ଅର୍ଜନ କରିଛନ୍ତି । ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଦଳରେ ନଥିବାରୁ ଚୂଡ଼ାନ୍ତ ଏକାଦଶରେ ୬ଜଣ ବ୍ୟାଟ୍ସମ୍ୟାନଙ୍କୁ ସୁଯୋଗ ମିଳିବା ସମ୍ଭାବନା ରହିଛି ।

ସବୁ ଦିଗକୁ ଧ୍ୟାନ ଦେଲେ ଅନେକ ପ୍ରଶ୍ନ ଉଦ୍ରେକ ହେବା ସ୍ୱାଭାବିକ୍‌ । ପ୍ରଥମତଃ ମଧ୍ୟଭାଗରେ ଖାଲି ପଡ଼ିଥିବା ୨ଟି ସ୍ଥାନକୁ ନେଇ ୩ ଜଣ ବ୍ୟାଟ୍ସମ୍ୟାନ୍‌(ରୋହିତ, ରାହାଣେ, ହନୁମା ବିହାରୀ) ଦୌଡ଼ରେ ରହିଛନ୍ତି । ଠିକ୍‌ ସେହିପରି ୱିକେଟ୍‌ କିପର ସ୍ଥାନ ପାଇଁ ରିଶବ ପନ୍ତ ଓ ରିଦ୍ଧିମାନ ଶାହାଙ୍କ ମଧ୍ୟରୁ ଜଣକୁ ଚୟନ କରିବା କଷ୍ଟକର । ସ୍ପିନ ବିଭାଗରେ ମଧ୍ୟ ସମାନ ଅବସ୍ଥା । ୬ବ୍ୟାଟ୍ସମ୍ୟାନ ଖେଳିଲେ ଏକାଦଶରେ ଜଣେ ସ୍ପିନରଙ୍କୁ ସ୍ଥାନ ମିଳିବ । ଏହି ସ୍ଥାନ ପାଇଁ ରବି ଚନ୍ଦ୍ରନ ଅଶ୍ୱିନ, ରବିନ୍ଦ୍ର ଜାଡେଜା ଓ କୁଲଦୀପ ଯାଦବଙ୍କ ମଧ୍ୟରୁ ଜଣଙ୍କୁ ଚୟନ କରିବା କଷ୍ଟକର ।

ରାହାଣେ-ରୋହିତ-ବିହାରୀ: ମଧ୍ୟଭାଗରେ ୩ଦାବିଦାର
ଗତ ଅକ୍ଟୋବରରେ ଅନୁଷ୍ଠିତ ୱେଷ୍ଟ ଇଣ୍ଡିଜ୍‌ ବିପକ୍ଷରେ ଟେଷ୍ଟ ପଦାର୍ପଣ କରି ପୃଥ୍ୱୀ ଶ’ ଶତକ ଅର୍ଜନ କରିଥିଲେ । ବର୍ତ୍ତମାନ ସେ ଦଳରେ ନାହାନ୍ତି । ଫଳରେ ମୟଙ୍କ ଅଗ୍ରୱାଲ ଓ ଲୋକେଶ ରାହୁଲ ପାଳି ଆରମ୍ଭ କରିବା ନିଶ୍ଚିତ । ୩ ନଂ ସ୍ଥାନରେ ଚେତେଶ୍ୱର ପୂଜାରା ଓ ୪ନଂ ସ୍ଥାନରେ ବିରାଟ କୋହଲି ବ୍ୟାଟିଂ କରିବେ ।
ବ୍ୟାଟିଂ କ୍ରମର ୫ ଓ ୬ ନଂ ସ୍ଥାନକୁ ନେଇ ବର୍ତ୍ତମାନ ୩ଜଣ ବ୍ୟାଟ୍ସମ୍ୟାନ୍‌ ଦୌଡରେ ରହିଛନ୍ତି । ଗତ ବର୍ଷ ଇଂଲଣ୍ଡ ଗସ୍ତ ସମୟରେ ଟେଷ୍ଟ ପଦାର୍ପଣ କରିଥିବା ବିହାରୀ ଘରୋଇ କ୍ରିକେଟ୍‌ରେ ନିୟମିତ ମଧ୍ୟ ଭାଗରେ ବ୍ୟାଟିଂ କରୁଛନ୍ତି । ୱେଷ୍ଟ ଇଣ୍ଡିଜ୍‌ ଏ’ (ଭାରତ ଏ’ ପକ୍ଷରୁ) ବିପକ୍ଷରେ ଅନୁଷ୍ଠିତ ଅନଫିସିଆଲ୍‌ ଟେଷ୍ଟରେ ସେ ମଧ୍ୟଭାଗରେ ଖେଳି ଶତକ ଅର୍ଜନ କରିଥିଲେ ।

ରୋହିତ ଶର୍ମା ଶେଷ ଥର ପାଇଁ ଗତ ଡିସେମ୍ବର ମାସରେ ଏକ ଟେଷ୍ଟ ଖେଳିଥିଲେ । ମେଲବୋର୍ଣ୍ଣରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ସେ ଅପରାଜିତ ଅର୍ଦ୍ଧଶତକ ଅର୍ଜନ କରିଥିଲେ । ବର୍ତ୍ତମାନ ସେ କ୍ୟାରିୟର୍‌ର ଶ୍ରେଷ୍ଠ ଫର୍ମରେ ରହିଛନ୍ତି । ତାଙ୍କୁ ଏକାଦଶରୁ ବାଦ ଦେବାର କୌଣସି ବଳିଷ୍ଠ କାରଣ ନାହିଁ ।
ରାହାଣେ ଟେଷ୍ଟ ଦଳର ଉପ ଅଧିନାୟକ । ଅବଶ୍ୟ ଫର୍ମ ଫେରି ପାଇବାକୁ ସେ ସଂଘର୍ଷ ଚଳାଇଛନ୍ତି । ଗତ ୨ବର୍ଷ ମଧ୍ୟରେ ରାହାଣେ ୧୭ଟି ଟେଷ୍ଟ ଖେଳି ସାରିଥିଲେ ହେଁ ଗୋଟିଏ ହେଲେ ଶତକ ଅର୍ଜନ କରିପାରି ନାହାନ୍ତି । ଗତ ବର୍ଷ କାଉଣ୍ଟି କ୍ରିକେଟ୍‌(ଦ୍ୱିତୀୟ ଡିଭିଜନ) ଖେଳି ସେ ଏକ ଶତକ ଅର୍ଜନ କରିଥିଲେ ।

କିଏ ହେବେ ପ୍ରଥମ ପସନ୍ଦ ୱିକେଟ୍‌ କିପର?
ମହେନ୍ଦ୍ର ସିଂ ଧୋନି ଟେଷ୍ଟ କ୍ରିକେଟ୍‌ରୁ ଅବସର ନେବା ପରଠୁ ରିଦ୍ଧିମାନ ଶାହା ଟେଷ୍ଟ ଦଳର ପ୍ରଥମ ୱିକେଟ୍‌ କିପର ଥିଲେ । ହେଲେ ଆହତ ସମସ୍ୟା ଯୋଗୁଁ ତାଙ୍କୁ ୧୮ ମାସ ଦୂରେଇ ରହିବାକୁ ପଡ଼ିଥିଲା । ଏହି ସମୟ ମଧ୍ୟରେ ରିଶଭ ପନ୍ତ ଟେଷ୍ଟ ପଦାର୍ପଣ କରି ଉଭୟ ଇଂଲଣ୍ଡ ଓ ଅଷ୍ଟ୍ରେଲିଆରେ ଶତକ ଅର୍ଜନ କରିସାରିଛନ୍ତି ।
ୱିକେଟ୍‌ କିପର ଚୟନ କରିବା ଟିମ୍‌ ମ୍ୟାନେଜମେଣ୍ଟ ପକ୍ଷରେ ସହଜ ହେବ ନାହିଁ । ଆହତ ଯୋଗୁଁ ବାଦ ପଡ଼ିଥିବା ଖେଳାଳି ଫିଟ୍‌ ହୋଇ ଦଳକୁ ଫେରିବା ପରେ ନିଦ୍ୱର୍ନ୍ଦରେ ଏକାଦଶରେ ସ୍ଥାନ ପାଇବାର ନଜିର ରହି ଆସିଛି । ହେଲେ ଭାରତୀୟ ଦଳ ପକ୍ଷରେ ଏହା ସମ୍ଭବ ନୁହେଁ । ଅବଶ୍ୟ ଭାରତ ଏ’ ଦଳ ପକ୍ଷରୁ ଖେଳି ଶାହା ୨ଟି ଅର୍ଦ୍ଧଶତକ ଅର୍ଜନ କରିଥିଲେ । ତାଙ୍କ ୱିକେଟ୍‌ କିପିଙ୍ଗ୍‌ରେ ମଧ୍ୟ ତ୍ରୁଟି ଦେଖିବାକୁ ମିଳି ନଥିଲା ।

ସ୍ପିନର ଚୟନ ବଡ଼ ସମସ୍ୟା
ଟେଷ୍ଟ ଦଳରେ ୩ ଜଣ ସ୍ପିନର (ରବି ଚନ୍ଦ୍ରନ ଅଶ୍ୱିନ, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ)ଙ୍କୁ ସ୍ଥାନ ମିଳିଛି । ପ୍ରଥମ ଟେଷ୍ଟରେ ଏମାନଙ୍କ ମଧ୍ୟରୁ ଜଣେ କିମ୍ବା ୨ ଜଣଙ୍କୁ ସୁଯୋଗ ମିଳିପାରେ । ନର୍ଥ ସାଉଣ୍ଡ ପିଚ୍‌ ପେସ୍‌ ବୋଲରଙ୍କ ସୁହାଇବା ସମ୍ଭାବନା ରହିଥିବାରୁ ଭାରତ ୬ବ୍ୟାଟ୍ସମ୍ୟାନ୍‌, ୪ ବୋଲର ଓ ଜଣେ ୱିକେଟ୍‌ କିପରଙ୍କୁ ଖେଳାଇବା ଆଶା କରାଯାଉଛି । ୨ ଜଣ ସ୍ପିନର ସୁଯୋଗ ପାଇଲେ ଜଣେ ବ୍ୟାଟ୍ସମ୍ୟାନ୍‌ ଏକାଦଶରୁ ବାଦ ପଡ଼ିବେ ।

ପ୍ରଦର୍ଶନ ଓ ଫର୍ମକୁ ଦେଖିଲେ ୩ଜଣଙ୍କ ମଧ୍ୟରୁ ଜଣକୁ ଚୟନ କରିବା ଏକ ପ୍ରକାର ଅସମ୍ଭବ । ଜାଡେଜା ଉଭୟ ବୋଲିଂ ଓ ବ୍ୟାଟିଂରେ ଶ୍ରେଷ୍ଠ ପ୍ରଦର୍ଶନ ଜାରି ରଖିଛନ୍ତି । ଅଶ୍ୱିନ ଫିଟ୍‌ନେସ୍‌ ସମସ୍ୟା ଯୋଗୁଁ ଅଷ୍ଟ୍ରେଲିଆ ଗସ୍ତରେ ଗୋଟିଏ ମାତ୍ର ଟେଷ୍ଟ ଖେଳିଥିଲେ । ହେଲେ ଏହାପରେ ସେ କାଉଣ୍ଟି କ୍ରିକେଟ୍‌(୩ଟି ମ୍ୟାଚ୍‌ରେ ୨୩ଟି ୱିକେଟ୍‌)ରେ ଅବିଶ୍ୱସନୀୟ ସଫଳତା ଅର୍ଜନ କରିଛନ୍ତି ।

କୁଲଦୀପ ଯାଦବ ଦଳର ଏକମାତ୍ର ଲେଗ୍‌ ସ୍ପିନର । ତେଣୁ ତାଙ୍କୁ ମଧ୍ୟରୁ ଦୌଡରୁ ବାଦ ଦିଆଯାଇ ପାରିବ ନାହିଁ । ଏଭଳି ଏକାଧିକ ସମସ୍ୟାର ସମାଧାନ କରିବା ପାଇଁ ଟିମ୍‌ ମ୍ୟାନେଜମେଣ୍ଟ ନିକଟରେ ଖୁବ୍‌ କମ୍‌ ସମୟ ରହିଛି ।

ସମ୍ବନ୍ଧିତ ଖବର