PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନାକଟିଦେଉଳ- ହାତୀ ଘଉଡାଇବାକୁ ଯାଇଥିବା ବନ ଓ୍ବାଚରଙ୍କୁ ମାଡ ମାରିଥିବା ଅଭିଯୋଗରେ ୩ କୋର୍ଟ ଚାଲାଣ
  • ||
  • ଭୁବନେଶ୍ଵର : ଭ୍ୟାକ୍ସିନ ନେବା ପରେ ବି ହେଉଛି କରୋନା, ଓଡିଶାରେ ଟିକା ନେବା ପରେ କେତେ ଲୋକଙ୍କର ଡେଥ୍ ହୋଇଛି ତାହାର ତର୍ଜମା କରୁଛି ଟେକନିକାଲ ଟିମ୍- ଆଇଏଲଏସ୍ ନିର୍ଦ୍ଦେଶକ
  • ||
  • ମାଲକାନଗିରି : ମାଲକାନଗିରି କାଲିମେଳା ଥାନା ଟେକଗୁଡା ଗ୍ରାମରେ ଥିବା ପରିବାର ଲୋକଙ୍କ ନିକଟରେ ପହଁଚିଲା ମୃତ ମାଓନେତା ରଣଦେଵଙ୍କ ଶବ, ଆନ୍ଧ୍ରପ୍ରଦେଶ ସୀମାନ୍ତରେ ପୁଲିସର ଏନକାଉଣ୍ଟରରେ ଚାଲିଯାଇଥିଲା ଜୀବନ
  • ||
  • ନୂଆପଡ଼ା : ଗାଁରେ ପଶିଗଲା ବାଟବଣା ହରିଣ, ଉଦ୍ଧାର କରି ସୁନାବେଡା ଅଭୟାରଣ୍ୟରେ ଛାଡିଲା ବନ୍ୟପ୍ରାଣୀ ବିଭାଗ
  • ||
  • ଭୁବନେଶ୍ୱର: ଓଡ଼ିଆ ଆଇଏଏସ୍ ଗୁରୁପ୍ରସାଦ ମହାପାତ୍ର ଦେହାନ୍ତ
  • ||
  • ପୁରୀ: ମହାପ୍ରଭୁଙ୍କ ସେନାପଟା ଓ ବାହୁଟ ସେବା ନିମନ୍ତେ ବଉଳ ଗଛ ଚିହ୍ନଟ, ନିର୍ଜ୍ଜଳା ଏକାଦଶୀ ତିଥିରେ ହେବ ବୃକ୍ଷ ଚ୍ଛେଦନ
  • ||
  • ଯାଜପୁର: ଭାଇ ବିହାଘରରେ ନାଗିନ୍‌ ଡ୍ୟାନ୍ସ ପଡ଼ିଲା ମହଙ୍ଗା, କୋଭିଡ୍‌ କଟକଣାକୁ ଫୁ କରି ନିଲମ୍ବିତ ହେଲେ ସୁକିନ୍ଦା ତହସିଲଦାର ବୁଲ୍‌ବୁଲ୍‌ ବେହେରା
  • ||
  • କଟକ: ନରସିଂହପୁର ବ୍ଲକ ଅନ୍ତର୍ଗତ ସାନ ଗାଁରେ ବାଇଗଣ ବିଲକୁ ଯାଇଥିବା ବେଳେ ମହିଳାଙ୍କୁ ଆକ୍ରମଣ କଲା ବାରାହ , ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ବଲାଙ୍ଗୀର : ତାଲା ଭାଙ୍ଗି ମଦ ଦୋକାନରୁ ଚୋରି, ଦୋକାନରୁ ପ୍ରାୟ ୫ ଲକ୍ଷ ଟଙ୍କାର ୪୯ ପେଟି ମଦ ଚୋରି
  • ||
  • ଲମତାପୁଟ : କୋରାପୁଟ ଜିଲ୍ଲା ମାଛକୁଣ୍ଡୁ ପୋଲିସ ଦ୍ୱାରା ଟ୍ରକ୍ ସହ ୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ବାଲେଶ୍ୱର: ବାପାକୁ କଟୁରୀରେ ହାଣିଲା ମାତାଲ ପୁଅ, ପ୍ରାଣ ବିକଳରେ ଦୌଡି ପଳାଇଲା ମା’
  • ||
  • ପାଟଣା : ଦୋକାନ ଆଜବେଷ୍ଟସ୍ ଭାଙ୍ଗି ଚୋରି କରୁଥିଲେ, କାବୁ କଲେ ଗ୍ରାମବାସୀ, ଚୋରଙ୍କ ଛୁରା ମାଡ଼ରେ ପୋଲିସ କର୍ମଚାରୀ ଆହତ
  • ||
  • କୋକସରା : ଲିମ୍ବ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୩୪୨୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୫୫୦ ଜଣଙ୍କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଏଯାବତ୍‌ ରାଜ୍ୟରେ ୨୪% ଅଧିକ ବର୍ଷିଛି ମୌସୁମୀ ବର୍ଷା, ଆସନ୍ତା ଦୁଇଦିନ ବଡ଼ ବର୍ଷା ନାହିଁ, ୨୧ରୁ ବଢ଼ିପାରେ
  • ||
  • ଦଶପଲ୍ଲା : ବାଣୀଗୋଛାର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା, ୩ଦିନ ରିମାଣ୍ଡରେ ଗଲା ଅଭିଯୁକ୍ତ
  • ||
  • ଭୁବନେଶ୍ୱର : ଓଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କୁ ସଂସ୍କୃତି ବିଭାଗର ସହାୟତା
  • ||
  • ଚଣ୍ଡୀଗଡ଼ : କିମ୍ବଦନ୍ତୀ ଆଥ୍‌ଲେଟ୍‌ ମିଲଖାଙ୍କ ପରଲୋକ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ଭିଜିଲାନସ୍‌ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗ
  • ||

ୱେଷ୍ଟଇଣ୍ଡିଜ-ଭାରତ ଦ୍ୱିତୀୟ ଟେଷ୍ଟ: ଭାରତ ୨/୭୧ ରନ୍‌

କିଙ୍ଗଷ୍ଟନ ୩୧/୮ : ୱେଷ୍ଟଇଣ୍ଡିଜ-ଭାରତ ଦ୍ୱିତୀୟ ଟେଷ୍ଟ । ପ୍ରଥମ ଟେଷ୍ଟରେ ଆକର୍ଷଣୀୟ ପ୍ରଦର୍ଶନ କରି ବିଶାଳ ବିଜୟ ଲାଭ କରିଥିବା ଭାରତ ପ୍ରଥମେ ବ୍ୟାଟିଂ ଆରମ୍ଭ କରିଛି । ୨୮ ଓଭର ଖେଳ ଶେଷ ସୁଦ୍ଧା ଦଳ ୨ ୱିକେଟ୍‌ ହରାଇ ୭୧ ରନ୍‌ ସଂଗ୍ରହ କରିଛି ।

ଘରୋଇ ୱେଷ୍ଟଇଣ୍ଡିଜ୍‌ ପ୍ରଥମେ ଟସ୍‌ ଜିତି ଆଜି ଭ୍ରମଣକାରୀ ଦଳକୁ ବ୍ୟାଟିଂ ଆମନ୍ତ୍ରଣ ଜଣାଇଥିଲା । ଦ୍ୱିତୀୟ ଟେଷ୍ଟ ପାଇଁ ଭାରତୀୟ ଦଳରେ କୌଣସି ପରିବର୍ତ୍ତନ କରିନଥିଲେ ଟିମ୍‌ ମ୍ୟାନେଜମେଣ୍ଟ । ଓପନର ଲୋକେଶ ରାହୁଲ ଓ ମୟଙ୍କ ଅଗ୍ରୱାଲ ଇନିଂସ ଓପନ କରିଥିଲେ । ଉଭୟ ଭଲ ଆରମ୍ଭ କରିବାକୁ ପ୍ରୟାସ କରିଥିଲେ । ମାତ୍ର ଏହି ଯୋଡ଼ି ଅଧିକ ସମୟ ତିଷ୍ଠି ପାରି ନଥିଲା । ରାହୁଲ ମାତ୍ର ୧୩ ରନ୍‌ କରି ଆଉଟ୍‌ ହୋଇଥିଲେ । ଘରୋଇ ଅଧିନାୟକ ଜାସନ ହୋଲ୍ଡରଙ୍କର ସେ ଶିକାର ବନିଥିଲେ । ପ୍ରଥମ ଇନିଂସରେ ୧୩ ରନ୍‌ ସହ ରାହୁଲ କ୍ୟାରିୟରରେ ପୂରଣ କରିଥିଲେ ୨୦୦୦ ଟେଷ୍ଟ ରନ୍‌ । ପୂର୍ବରୁ ସେ ୩୫ଟି ଟେଷ୍ଟ ଖେଳି ୧୯୮୭ ରନ୍‌ କରିଥିଲେ । ଯେଉଁଥିରେ ତାଙ୍କର ୫ଟି ଶତକ ସାମିଲ ରହିଛି ।

ରାହୁଲଙ୍କ ସ୍ଥାନ ପୂରଣ କରିଥିଲେ ଚେତେଶ୍ୱର ପୂଜାରା । ମୟଙ୍କ ଓ ପୂଜାରାଙ୍କ ମଧ୍ୟରେ ମାତ୍ର ୧୪ ରନ୍‌ର ଭାଗିଦାରୀ ଗଢ଼ି ଉଠିଥିଲା । ପୂଜାରା (୬) ପଦାର୍ପଣ ଟେଷ୍ଟ ଖେଳୁଥିବା ରଖିମ କର୍ଣ୍ଣୱାଲଙ୍କ ବଲ୍‌ରେ କ୍ୟାଚ୍‌ ଆଉଟ୍‌ ହୋଇଥିଲେ । ଏହାପରେ ମୟଙ୍କ ଓ ଅଧିନାୟକ ବିରାଟ କୋହଲି ଦଳୀୟ ସ୍କୋରକୁ ୨ ୱିକେଟ୍‌ରେ ୬୯ ରନ୍‌ରେ ପହଞ୍ଚାଇଛନ୍ତି । କୋହଲି ୪ ଓ ମୟଙ୍କ ୪୧ ରନ୍‌ କରି ଅପରାଜିତ ରହିଛନ୍ତି ।

ସମ୍ବନ୍ଧିତ ଖବର