ସାବଧାନ ! ଚୀନ୍‌କୁ ଚେତାବନୀ ଦେଲା ଭାରତ – ନିଜର ଆତ୍ମରକ୍ଷା କରିବାକୁ ପଛଘୁଞ୍ଚା ଦେବନି ଭାରତୀୟ ସୈନିକ

ନୂଆଦିଲ୍ଲୀ  – ଚୀନ୍‌କୁ ଚେତାବନୀ ଦେଲା ଭାରତ । ଯଦି ନିୟନ୍ତ୍ରଣ ରେଖା ( ଏଲଏସି) ଅତିକ୍ରମ କରନ୍ତି ବା ନିକତର ହୁଅନ୍ତି , କେବେ ନିଜର ଆତ୍ମରକ୍ଷା କରିବାକୁ ପଛଘୁଞ୍ଚା ଦେବନି ଭାରତୀୟ ସୈନିକ । ସେ ବି ଫାୟାରିଂ ଆରମ୍ଭ କରିଦେବ।

ଲଦ୍ଦାଖରେ ଏଲଏସି ରେ ଚୀନ୍‌ ସହ ଅସହମତି ମଧ୍ୟରେ ଭାରତ ପିପୁଲ୍ସ ଲିବରେସନ ଆର୍ମୀ(ପିଏଲଏ)ର ସୈନିକଙ୍କୁ  ସତର୍କ କରିଦେଇଛି । ଏକ ସରକାରୀ ସୂତ୍ରରୁ ଏହି ସୂଚନା ଶୁକ୍ରବାର ଦିନ ମିଳିଛି ।

୨୪ ସେପ୍ଟେମ୍ୱରରେ ସରକାରୀ ସୂତ୍ର ଅନୁସାରେ , ଭାରତ ଏଲଏସିରେ ଚୀନ୍‌ ସହ ମଦଭେଦ ଦୂର କରିବାକୁ ଚେଷ୍ଟା କରିଛି , ହେଲେ ଚୀନ୍‌ ନିଜର ହିଂସାତ୍ମକ ରୂପ ଦେଖାଇଛି ।

ଶୀର୍ଷ ସରକାରୀ ସୂତ୍ର ଅନୁସାରେ ,  ଗଲୱାନ୍‌  ଘାଟୀର ଘଟଣା ପରେ ଭାରତ ଚୀନ୍‌କୁ ସ୍ପଷ୍ଟ ସୂଚିତ କରିଦେଇଛି ଯେ , ଯହି ଚୀନୀ ସୈନିକ ନିଜର ପୋଜିସନରୁ ହଟନ୍ତି ଓ ଭାରତ ଆଡ଼କୁ ଅଗ୍ରସର ହୁଅନ୍ତି ତ , ନିଜର ସୁରକ୍ଷା ପାଇଁ ଭାରତ ବି ତାର ଜବାବ ଦେବ ।

୧୫ ଜୁନ୍‌ରେ ଲଦ୍ଦାଖରେ  ହିଂସକ ଘଟଣାରେ ଦୁଇ ପକ୍ଷ ନିଜର ସୈନିକ ହରାଇଥିଲେ । ଚୀନ୍‌ ତଥାପି ତାର ହିଂସକ କାର୍ଯ୍ୟକଳାପରୁ ହଟିବାର ନାଁ ନେଉନାହିଁ ।  

   ସମ୍ବନ୍ଧିତ ଖବର


କରୋନା ଦ୍ୱାରା ବେଶୀ ବିପଦ ନୁହେଁ ଟିବି ! ଟ୍ୟୁବରକୁଲୋସିସ୍ ୱାର୍ଡରେ କୋଭିଡର ବହୁତ କମ୍ ରୋଗୀ

ଆସାମର ଡାକ୍ତରଙ୍କ ପିପିଇ କିଟ୍‌ ପିନ୍ଧି ନୃତ୍ୟ – ସୋସିଆଲ ମିଡ଼ିଆରେ ମିଳିଲା ଖୁବ୍‌ ପ୍ରଶଂସା

ଡାକ୍ତରଙ୍କ ଘୁଙ୍ଗୁର ଡ୍ୟାନ୍ସ ଭିଡିଓ ଭାଇରାଲ, ହ୍ରିତିକ ରୋଶନ କଲେ ପ୍ରଶଂସା

ଭାରତର ଜନସଂଖ୍ୟାର ଅଧା କରୋନା ସଂକ୍ରମିତ ହୋଇପାରନ୍ତି ! ଜାଣନ୍ତୁ କେବେ ସୁଦ୍ଧା?

୯ ମାସର ଗର୍ଭବତୀ ମହିଳା ୫ମିନିଟ୍‌ରେ ଦୌଡ଼ିଲେ ୧.୬ କି.ମି, ଲୋକେ କହିଲେ…

ରୁଟି ଅମ୍ମାଙ୍କ ଭିଡିଓ ଭାଇରାଲ: ୨୦ ଟଙ୍କାରେ ଲୋକଙ୍କୁ ଖୁଆନ୍ତି, ସରୁନି ଦୁଃଖ…