PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ତଥା ‘ପ୍ରମେୟ’ର ଖଣ୍ଡପଡ଼ା ପ୍ରତିନିଧି ସୋମନାଥ ମହାନ୍ତିଙ୍କ ପରଲୋକ
  • ||
  • ଘଟଗାଁ : ମାଲବାହୀ ଟ୍ରେନ ଧକ୍କାରେ ହାତୀ ଗୁରୁତର
  • ||
  • କୋଲକାତା : ପଶ୍ଚିମବଙ୍ଗରେ ଥମୁନି ହିଂସା, ପୁଣି ଥରେ ଟିଏମସି ଓ ବିଜେପି କର୍ମୀ ହାତାହାତି, ଜଣେ ମୃତ ୬ ଆହତ
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୯ ଜଣଙ୍କ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୧୮୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଓଡ଼ିଶାରେ କରୋନା ବିସ୍ଫୋରଣ, ୨୪ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୬୩୫ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୩୪ ହଜାର ପାର୍
  • ||
  • ନୂଆଦିଲ୍ଲୀ : ଭାରତକୁ ଡବ୍ଲ୍ୟୁଏଚଓର ସତର୍କ ବାଣୀ, ଘାତକ ହେଉଛି କରୋନାର ନୂଆ ମ୍ୟୁଟାଣ୍ଟ, ଭାରତକୁ ତୀବ୍ର କରିବାକୁ ପଡିବ ଟିକାକରଣ
  • ||
  • ଭୁବନେଶ୍ୱର : ଏବେ ମିଳିଛି ସାମାନ୍ୟ ଆଶ୍ୱସ୍ତି, ଦୁଇଦିନ ପରେ ରାଜ୍ୟରେ ପୁଣି ବଢ଼ିବ ତାତି, ୨୦ ଜିଲ୍ଲାରେ ଘଡ଼ଘଡ଼ି ସହ ଧୂଳିଝଡ଼ ବର୍ଷା ଆଶଙ୍କା
  • ||

ବାରବାଟୀର ବାଜିଗର୍ ଶାର୍ଦ୍ଦୁଳ ଠାକୁର, ଭାରତର ବିଜୟରେ ସାଜିଲେ ଗେମ୍ ଚେଞ୍ଜର୍

କଟକ, ୨୨|୧୨:   ଭାରତ ବିଜୟ ଅଭିମୁଖେ ଗତି କରୁଥିଲା। ବିଜୟ ଏକ ପ୍ରକାର ସହଜ ମନେ ହେଉଥିଲା। କ୍ରିଜରେ ଥିଲେ ବିରାଟ କୋହଲି। କିନ୍ତୁ ହଠାତ ୪୬.୧ ଓଭରରେ କୋହଲି ବୋଲ୍ଡ ହୋଇଯାଇଥିଲେ। ସ୍ତବ୍ଧ ହୋଇଗଲା ପୁରା ଷ୍ଟାଡିୟମ। ବାରବାଟୀରେ ଉପସ୍ଥିତ ଦର୍ଶକ ଚୁପ ହୋଇଯାଇଥିଲେ। କ୍ରିଜରେ ଥିବା ରବୀନ୍ଦ୍ର ଜାଡେଜା ମଧ୍ୟ ଧର୍ଯ୍ୟହରା ହୋଇଗଲେ। କିନ୍ତୁ ୭ ନମ୍ବରରେ ବ୍ୟାଟିଂ ପାଇଁ ଆସିଥିବା ଶାର୍ଦ୍ଦୁଲ ଠାକୁର ବିସ୍ଫୋରକ ବ୍ୟାଟିଂ କରି ଦଳକୁ ବିଜୟୀ କରାଇଥିଲେ। ଏପରିକି ସେ ଆଜିର ମ୍ୟାଚରେ ଗେମ୍ ଚେଞ୍ଜର୍ ଭୂମିକା ଗ୍ରହଣ କରିଥିଲେ।

ଅଧିନାୟକ ବିରାଟ କୋହଲି ଓ ରବୀନ୍ଦ୍ର ଜାଡେଜା କ୍ରିଜରେ ଥିବା ବେଳେ ଭାରତ ନିଶ୍ଚିତ ବିଜୟ ଲକ୍ଷ୍ୟ ଅଭିମୁଖେ ବଢିଥିଲା। କିନ୍ତୁ କୋହଲି ଆଉଟ୍ ହେବା ପରେ ବିଜୟ ହେବା ଆଶା ମଉଳି ଯାଇଥିଲା। ଖେଳାଳି ଓ ଫ୍ୟାନ୍ ନିରାଶ ହୋଇଯାଇଥିଲେ। କାରଣ ଆଉ କେହି ବ୍ୟାଟସମ୍ୟାନ୍ ନଥିଲେ। ତେବେ କ୍ରିଜକୁ ଆସିଥିବା ଶାର୍ଦ୍ଦୁଳ ଠାକୁର ଏହାକୁ ଭୁଲ ପ୍ରମାଣିତ କରିଥିଲେ। ସେ ମାତ୍ର ୬ ବଲରୁ ବିସ୍ଫୋରକ ୧୭ ରନ୍ କରିଥିଲେ। ଯାହା ଭାରତକୁ ବିଜୟୀ କରାଇଥିଲେ। ଏହି ପାଳିରେ ସେ ୨ଟି ଚଉକା ଓ ଗୋଟିଏ ଛକ୍କା ଲଗାଇଥିଲେ। ଫଳରେ ଭାରତ ୬ ଓ୍ୱିକେଟ୍ ହରାଇ ମଧ୍ୟ ବିଜୟ ହାସଲ କରିଥିଲା।ତେବେ ଶାର୍ଦ୍ଦୁଳଙ୍କ ଏହି ବିସ୍ଫୋରକ ବ୍ୟାଟିଂରେ ଚାରିଆଡୁ ପ୍ରଶଂସାର ସୂଅ ଛୁଟିଛି। ସୋସିଆଲ୍ ମିଡିଆରେ ମଧ୍ୟ ତାଙ୍କୁ ପ୍ରଶଂସା କରାଯାଇଛି।

ସୂଚନାଯୋଗ୍ୟ, କଟକ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଓ୍ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖୋଳାଯାଇଥିବା ଅନ୍ତିମ ଓ ନିର୍ଣ୍ଣାୟକ ଦିନିକିଆରେ ବିରାଟ ବାହିନୀ ବିଜୟ ହୋଇଛି। ଇଣ୍ଡିଜର ବିଶାଳ ୩୧୬ ରନ୍ ସ୍କୋରକୁ ପିଛା କରୁଥିବା ଭାରତ ୪୮.୪  ଓଭରରେ ୬ ଓ୍ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଏହାସହ ସିରିଜକୁ ୨-୧ରେ କବଜା କରିଛି।