ଚୀନ୍‌ରୁ ୧,୦୦୦ ଆମେରିକୀୟ କମ୍ପାନିଙ୍କୁ ଟାଣିବ ଭାରତ

ନୂଆଦିଲ୍ଲୀ ୮/୫: କରୋନା ଭୂତାଣୁ ବା କୋଭିଡ୍‌-୧୯ ପାଇଁ ଚୀନ୍‌କୁ ଦାୟୀ କରିଆସୁଛି ଆମେରିକା । ଏହି କ୍ରମରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ୍‌ରୁ ଆମେରିକୀୟ କମ୍ପାନିଗୁଡିକୁ ଅନ୍ୟତ୍ର ସ୍ଥାନାନ୍ତର ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଭଳି କ୍ଷେତ୍ରରେ ଭାରତ ପାଇଁ ସୁଯୋଗ ସୃଷ୍ଟି ହୋଇଛି । ଚୀନ୍‌ ଛାଡିବାକୁ ଚାହୁଁଥିବା କମ୍ପାନିଗୁଡିକୁ ଭାରତ ଟାଣିବା ପାଇଁ ସବୁ ପ୍ରକାର ଉଦ୍ୟମ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କୁ ଆହ୍ୱାନ ଦେଇଛନ୍ତି । ଏହି କ୍ରମରେ ଆବଟ୍‌ ଲାବୋରେଟେରିଜ୍‌ ସମେତ ଆମେରିକାର ୧୦୦୦ରୁ ଊଦ୍ଧ୍ୱର୍ କମ୍ପାନିଙ୍କୁ ଚୀନ୍‌ରୁ ଟାଣିବା ପାଇଁ ଭାରତ ଉଦ୍ୟମ କରୁଛି ।

ଭାରତ ସରକାର ଚୀନ୍‌ ଛାଡିବାକୁ ଚାହୁଁଥିବା ୧୦୦୦ରୁ ଊର୍ଦ୍ଧ୍ବ ଆମେରିକୀୟ କମ୍ପାନିଙ୍କ ସହ ଏପ୍ରିଲରେ କଥାବାର୍ତ୍ତା କରିଛନ୍ତି । ସେମାନଙ୍କୁ ଟାଣିବା ପାଇଁ ବିଭିନ୍ନ ପ୍ରକାର ପ୍ରୋତ୍ସାହନ ଅଫର ଦିଆଯାଇଥିବା ଏକ ସୂତ୍ରରୁ ଜଣାଯାଇଛି ।
ଭାରତ ପକ୍ଷରୁ ଚିକିତ୍ସା ଉପକରଣ ନିର୍ମାତା, ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍‌, ପୋଷାକ କମ୍ପାନି, ଚମଡା ଏବଂ ଅଟୋ ଯନ୍ତ୍ରାଂଶ ନିର୍ମାତାମାନଙ୍କୁ ପ୍ରାଥମିକତା ଦିଆଯାଉଛି ।

ବିଶେଷଜ୍ଞଙ୍କ କହିବାନୁସାରେ, କୋଭିଡ-୧୯ ପାଇଁ ଆମେରିକା ତରଫରୁ ଚୀନ୍‌କୁ ଦାୟୀ କରାଯାଉଛି, ଯାହାକି ବିଶ୍ୱ ବାଣିଜ୍ୟିକ ସହଯୋଗିତୠୁଡିକ ଉପରେ ପ୍ରଭାବ ପକାଇବ । କମ୍ପାନିଗୁଡିକ ଚୀନ୍‌ ଛାଡି ଅନ୍ୟତ୍ର ନିଜ ନିଜର କାରଖାନା ବସାଇବେ । ନିଜ ନିଜର ଯୋଗାଣ ଶୃଙ୍ଖଳକୁ ଚୀନ୍‌ରେ ସୀମିତ ରଖିବେ ନାହିଁ । ଚୀନ୍‌ରୁ ନିଜ କମ୍ପାନିଗୁଡିକୁ କାଢ଼ିନେବା ପାଇଁ ଜାପାନ ସରକାର ୨୨୦ କୋଟି ଡଲାର ମଞ୍ଜୁର କରିଛନ୍ତି । ୟୁରୋପୀୟ ସଂଘ ମଧ୍ୟ ଚୀନ୍‌ ଉପରେ ଏହାର ନିର୍ଭରତା କମାଇବା ପାଇଁ ଯୋଜନା କରୁଛି ।

ଏଭଳି କ୍ଷେତ୍ରରେ ସମସ୍ତଙ୍କ ନଜର ଭାରତ ଉପରେ ରହିଛି । ଚୀନ୍‌ରୁ ଭାରତକୁ ନିଜ ନିଜର କାରଖାନା ସ୍ଥାନାନ୍ତର କରିବା ପାଇଁ ଏମାନେ ଚାହୁଁଛନ୍ତି । ଆମେରିକା ଡିପାର୍ଟମେଣ୍ଟ୍‌ ଅଫ୍‌ ଷ୍ଟେଟ୍‌ସର ବରିଷ୍ଠ ଅଧିକାରୀ ଏବଂ ଭାରତରେ କାର୍ଯ୍ୟ କରୁଥିବା ଆମେରିକୀୟ କମ୍ପାନିଗୁଡିକର ପ୍ରତିନିଧିମାନଙ୍କ ମଧ୍ୟରେ ଏକ ବୈଠକ ହୋଇଛି । ବୈଠକର ଆୟୋଜନ ଆମେରିକାନ ଚାମ୍ବର ଅଫ୍‌ କମର୍ସ ଇନ୍‌ ଇଣ୍ଡିଆ ତରଫରୁ ହୋଇଥିଲା । ଏହି ବୈଠକରେ ଭାରତକୁ ନିବେଶର ନୂଆ ବିକଳ୍ପ ଭାବେ ଦର୍ଶାଯାଇଛି । ଆମେରିକା ଡିପାର୍ଟମେଣ୍ଟ୍‌ ଅଫ୍‌ ଷ୍ଟେଟ୍‌ସ ପକ୍ଷରୁ ମଧ୍ୟ ଏହାକୁ ସମର୍ଥନ ମିଳିଛି ।

ଆମେରିକା ଏବଂ ଜାପାନର ଅଧିକାରୀମାନେ ସେମାନଙ୍କ କମ୍ପାନିଗୁଡିକୁ କହିଛନ୍ତି ଯେ, ନିଜ ନିଜ ଦେଶକୁ ଫେରିବା ପରିବର୍ତ୍ତେ ଭାରତକୁ ମୁହାଁଅ । ଏଠାରେ ଦକ୍ଷ ମାନବ ସମ୍ବଳ ଅଛନ୍ତି । ଖର୍ଚ୍ଚ ମଧ୍ୟ କମ୍‌ । ଏକ ବୈଠକ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀମାନଙ୍କୁ କହିଥିଲେ ଯେ, ନିବେଶକମାନଙ୍କୁ ନିଜ ନିଜ ରାଜ୍ୟକୁ ଆକୃଷ୍ଟ କରିବା ପାଇଁ ଯୋଜନା ପ୍ରସ୍ତୁତ କର । ନିବେଶକମାନଙ୍କ ପାଇଁ ରେଡ୍‌ କାର୍ପେଟ ବିଛାଇବା ପାଇଁ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀମାନଙ୍କୁ ଆହ୍ୱାନ ଦେଇଥିଲେ ।

   ସମ୍ବନ୍ଧିତ ଖବର


ନିର୍ବାଚନ ପୂର୍ବରୁ ବିଜେପିକୁ ଝଟକା –ଦେବେନ୍ଦ୍ର ଫଡନାଭିସ୍‌ଙ୍କୁ କରୋନା

ପାର୍ବଣ ଋତୁରେ SBIର ବଡ଼ ଅଫ‌ର, ଘର କିଣୁଥିବା ବ୍ୟକ୍ତିଙ୍କ ପାଇଁ ଖୁସି ଖବର

କରୋନା କାଳରେ ଏହି ଦେଶର ଲୋକମାନେ ବୁଲିବୁଲି ଖୋଜୁଛନ୍ତି ‘ବିଶେଷ ଜିନିଷ’, ଯଦି ମିଳିଯିବ ତେବେ…

ବଜାରରେ ଖୁବ୍ ଶୀଘ୍ର ୩୦ ଟଙ୍କାରେ ମିଳିବ ପିଆଜ!

ଦୁର୍ଗାଙ୍କ ପୂଜାରେ ଦୁର୍ଗାଙ୍କ ବଦଳରେ ପୂଜା ପାଉଛନ୍ତି ମା ନୀଳବର୍ଣ୍ଣା ସରସ୍ଵତୀ, ଏଠି ଦଶହରାରେ ପୂଜା ପାଆନ୍ତି ମା ସରସ୍ବତୀ…

ପିଆଜ ଦରରେ ଲାଗିବ ରୋକ: ଲାଗୁ ହେଲା ମହଜୁଦ ସୀମା, ଡିସେମ୍ବର ୩୧ ଯାଏ ବଳବତ୍ତର ରହିବ