ଶକ୍ତିଶାଳୀ ହେବ ବାୟୁସେନା: ଭାରତ କିଣିବ ଆଉ ୨ଟି ଫାଲ୍‌କନ ଆୱାକ୍ସ

ନୂଆଦିଲ୍ଲୀ,୨୮/୦୮: ଭାରତୀୟ ବାୟୁସେନାର ଗୁଇନ୍ଦା ତଥ୍ୟ ସଂଗ୍ରହ କ୍ଷମତା ବୃଦ୍ଧି କରିବା ଲକ୍ଷ୍ୟରେ ଭାରତ ଏବେ ଇସ୍ରାଏଲ ଠାରୁ ଆଉ ଦୁଇଟି ଫାଲକନ ଆୱାକ୍ସ କ୍ରୟ କରିବ । ଏଥିପାଇଁ ସବୁ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଯଦିଓ ପ୍ରତିରକ୍ଷା ମନ୍ତ୍ରଣାଳୟ ଏବେଯାଏଁ ସାର୍ବଜନୀନ ଭାବେ ଏହା ଉପରେ କିଛି ବୟାନ ଦେଇନାହିଁ, କିନ୍ତୁ ସରକାରୀ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ, ଗତ ସପ୍ତାହରେ ଏହି ପ୍ରସ୍ତାବ ଉପରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଅନ୍ତିମ ମୋହର ଲଗାଇଥିଲା ଏବଂ ଏହାକୁ ସୁରକ୍ଷା ସଂକ୍ରାନ୍ତୀୟ କ୍ୟାବିନେଟ କମିଟି(ସିସିଏସ୍‌)ର ସ୍ୱୀକୃତି ପାଇଁ ପଠାଇଥିଲା । ଆସନ୍ତା ସପ୍ତାହରେ ସିସିଏସ ଏହା ଉପରେ ବିଚାର କରିବ । ସିସିଏସକୁ ଏହା ପୂର୍ବରୁ ବି ଥରେ ଏହି ଆୱାକ୍ସ କ୍ରୟ ପ୍ରସ୍ତାବ ପଠାଯାଇଥିଲା। ମାତ୍ର ସିସିଏସ ଏହା ଉପରେ କିଛି ସ୍ପଷ୍ଟୀକରଣ ଲୋଡିଥିଲା ଏବଂ ଏହାକୁ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ନିକଟକୁ ପଠାଇଥିଲା ।

ଭାରତ ଏହି ଆୱାକ୍ସ କ୍ରୟ କରିବା ପାଇଁ ଏବେ ୨ ବିଲିୟନ ଡଲାର ବ୍ୟୟ କରିବ। ଏଥିମଧ୍ୟରୁ ୧ ବିଲିୟନ ଡଲାର ଇସ୍ରାଏଲ ଠାରୁ ରାଡାର କ୍ରୟ ପାଇଁ ବିନିଯୋଗ କରାଯିବ ଏବଂ ବାକି ୧ ବିଲିୟନ ଡଲାର ଉକ୍ତ ରାଡାରକୁ ଯେଉଁ ବିମାନରେ କ୍ରୟ କରାଯିବ, ତାହା କିଣିବା ପାଇଁ ଲଗାଯିବ । ଏଥରକ ରୁଷ ନିର୍ମିତ ଏ-୫୦ ବିମାନରେ ଇସ୍ରାଏଲ ନିର୍ମିତ ରାଡାର ସଂଯୁକ୍ତ କରାଯିବ। ବିମାନରେ ରାଡାର ସଂଯୁକ୍ତ କରିବା କାିବା ଇସ୍ରାଏଲରେ କରାଯିବ । ଆସନ୍ତା ଦୁଇରୁ ତିନି ବର୍ଷ ଭିତରେ ଇସ୍ରାଏଲ ଭାରତକୁ ଏହି ଫାଲକନ ଆୱାକ୍ସ ହସ୍ତାନ୍ତର କରିବ । ଭାରତ ପାଖରେ ପୂର୍ବରୁ ଏଧରଣର ତିନୋଟି ଆୱାକ୍ସ ରହିଛି।

   ସମ୍ବନ୍ଧିତ ଖବର


ଅନାଥ ଯୁବକ JEEରେ ପାଇଥିଲେ ୨୭୦ ରାଙ୍କ୍‌ – ଭୁଲ୍‌ ଲିଙ୍କ୍‌ରେ କ୍ଲିକ୍‌ କରି ହରେଇଲେ ଆଇଆଇଟି ସିଟ୍‌ !

କେନ୍ଦ୍ର ସରକାରଙ୍କ ନୂଆ କରୋନା ଗାଇଡ଼ଲାଇନ୍ : ଡିସେମ୍ବର ମାସ ପାଇଁ କ’ଣ ବଦଳିଲା କ’ଣ ବଳବତ୍ତର ରହିଲା, ଜାଣନ୍ତୁ…

ମହଙ୍ଗା ହେଲା ରୋଷେଇ ଗ୍ୟାସ୍‌, ଜାଣନ୍ତୁ କେଉଁ ସହରରେ କେତେ ରହିଛି ଦର

‘ବିମାନରୁ ବାହାରକୁ ବାହାରିବାରେ ସଫଳ ହୋଇଥିଲେ ନିଖୋଜ ପାଇଲଟ ’– ମିଗ୍‌-୨୯କେ’ର ବିଶେଷଜ୍ଞଙ୍କ ଠାରୁ ସ୍ପଷ୍ଟ

କୃଷି ଆଇନକୁ ବିରୋଧ: ମେଣ୍ଟ ପାଇଁ ଅଡୁଆ, ଏନ୍‌ଡିଏ ଛାଡ଼ିବାକୁ ଧମକ ଦେଲା ଆରଏଲ୍‌ପିର

କରୋନା ସ୍ଥିତି ସମୀକ୍ଷା ପାଇଁ ୪ରେ ସର୍ବଦଳୀୟ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ମୋଦି