ଟେଷ୍ଟ ସିରିଜରେ କୋହଲିଙ୍କ ବିନା ଚାପରେ ରହିବ ଭାରତ: ପଣ୍ଟିଂ

ସିଡନୀ ୨୦/୧୧: ଆଗାମୀ ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ୍‌ରେ ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି କେବଳ ପ୍ରଥମ ଟେଷ୍ଟ ଖେଳି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବେ । କୋହଲିଙ୍କ ଅନୁପସ୍ଥିତି ଭାରତୀୟ ଦଳକୁ ପ୍ରଭାବିତ କରିବ ବୋଲି ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ପ୍ରକାଶ କରିଛନ୍ତି ।

ସେ କହିଛନ୍ତି ଯେ, ଆଗାମୀ ସିରିଜ୍‌ରେ କୋହଲିଙ୍କ ବିନା ଭାରତୀୟ ଦଳ ୩ଟି ଟେଷ୍ଟ ଖେଳିବ । ବିଶ୍ୱର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌ କୋହଲିଙ୍କ ଅନୁପସ୍ଥିତିରେ ଭାରତର ବ୍ୟାଟିଂ ବିଭାଗ ଦୁର୍ବଳ ହୋଇଯିବ । ଖେଳାଳିମାନେ ଚାପରେ ରହିବେ। ଅଜିଙ୍କ୍ୟ ରାହାଣେ ଦଳର ଅଧିନାୟକ ଦାୟିତ୍ୱ ତୁଲାଇବେ। ନେତୃତ୍ୱ ଚାପ ରାହାଣେଙ୍କ ବ୍ୟାଟିଂକୁ ପ୍ରଭାବିତ କରିବ । ବିଶେଷ କରି ୪ନଂ ସ୍ଥାନରେ ଉପଯୁକ୍ତ ବ୍ୟାଟ୍ସମ୍ୟାନ୍‌ ଖେଳାଇବା ଭାରତ ପାଇଁ ଜରୁରୀ ହୋଇ ପଡ଼ିବ । ଟେଷ୍ଟ କ୍ରିକେଟ୍‌ରେ ୪ନଂ ବ୍ୟାଟିଂ ସ୍ଥାନ ବେଶ୍‌ ଗୁରୁତ୍ୱପୂର୍ଣ୍ଣ । କୋହଲିଙ୍କ ଅନୁପସ୍ଥିତିରେ ଏହି ସ୍ଥାନ ପୂରଣ କରିବା ଭାରତ ପକ୍ଷରେ କଷ୍ଟକର ହୋଇଯିବ । ଟେଷ୍ଟ ସିରିଜ ପୂର୍ବରୁ ଭାରତୀୟ ଦଳକୁ ଅନେକ ସମାଧାନର ସୂତ୍ର ଖୋଜିବାକୁ ପଡ଼ିବ । ବୋଲିଂ ବିଭାଗକୁ ନେଇ ମଧ୍ୟ ଭାରତର ଚିନ୍ତା ରହିବ । ମହମ୍ମଦ ସାମି ଓ ଜଶପ୍ରୀତ ବୁମରା ପେସ ବୋଲିଂ ବିଭାଗ ସମ୍ଭାଳିବେ । ତୃତୀୟ ପେସ୍‌ ବୋଲର ଚୟନ କରିବା ଟିମ୍‌ ମ୍ୟାନେଜମେଣ୍ଟ ପକ୍ଷରେ କଷ୍ଟକର ହେବ ।

   ସମ୍ବନ୍ଧିତ ଖବର


ଓସିଏର ନୂଆ ଚୟନ କମିଟିର ଅଧ୍ୟକ୍ଷ ହେଲେ ପ୍ରଭଞ୍ଜନ ମଲ୍ଲିକ

ଭାରତର ଅଷ୍ଟ୍ରେଲିଆ ଗସ୍ତ: ଆଜି ପ୍ରଥମ ଦିନିକିଆ ସିରିଜ୍

ସାନିଆ ମିର୍ଜା ମାତୃତ୍ୱ ଲାଭ କରିବା ପରେ ପୁଣି ସେ କୋର୍ଟକୁ ଫେରିବେ

ଆର୍ଜେଣ୍ଟିନାର ଏହା ହେଉଛି ସେହି ସ୍ଥାନ ଯେଉଁଠି ମାରାଡୋନାଙ୍କ ମୃତ୍ୟୁ ପରେ କେହି କାନ୍ଦିଲେନି, ଉତ୍ସବ ପାଳିଲେ

ଗୋଆରେ ପ୍ରତିଷ୍ଠା ହେବ ଫୁଟବଲ କିମ୍ବଦନ୍ତୀ ମାରାଡୋନାଙ୍କ ବିଶାଳ ପ୍ରତିମା, ଜାଣନ୍ତୁ କେତେ ରହିବ ଓଜନ…

ମାରାଡୋନାଙ୍କ ବିଷୟରେ କିଛି ଅଜଣା କଥା: ଭାଇ ଦେଇଥିବା ଫୁଟବଲକୁ ୬ ମାସ ପର୍ଯ୍ୟନ୍ତ ପାଖରେ ରଖି ଶୋଉଥିଲେ,ଜାଣନ୍ତୁ ଗୋଲ୍ ଅଫ୍ ଦ ସେଞ୍ଚୁରି ବିଷୟରେ…