ଆମେରିକାର ‘ରୋମିଓ’ ବଢାଇବ ଭାରତୀୟ ନୌସେନାର ଶକ୍ତି

ନୂଆଦିଲ୍ଲୀ,୨୦।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ଗସ୍ତ କରିବା ପୂର୍ବରୁ ଭାରତୀୟ ନୌସେନା ମଲ୍ଟିରୋଲ ହେଲିକପ୍ଟର କିଣିବ। ଏଥିପାଇଁ ୨ ବିଲିୟନ  ଡଲାର ଅର୍ଥ ମଞ୍ଜୁରି କରାଯାଇଛି। ଆମେରିକା ମଧ୍ୟ ରାଜଧାନୀର ବାୟୁସୀମାକୁ ସୁରକ୍ଷିତ କରିବା ପାଇଁ ମିଶାଇଲ୍ ସିଲଡ୍ ସିଷ୍ଟମ ଆଣିବାକୁ ଯାଉଛି। ଆମେରିକାଠାରୁ ୨୪ ଆଡଭାନ୍ସ MH-60 ‘ରୋମିଓ’ ହେଲିକପ୍ଟରର ଏହି ଡିଲ୍ ନୌସେନା ପାଇଁ ଗୁରୁତ୍ବପୂର୍ଣ୍ଣ। କାରଣ ଏହାର କିଛି ଜାହାଜ ଖୁବ୍ ଶୀଘ୍ର ସମୁଦ୍ରରେ ଚାଲିବାକୁ ଯାଉଛି, କିନ୍ତୁ ଏଥିପାଇଁ ଏକ ସକ୍ଷମ ହେଲିକପ୍ଟର ମଧ୍ୟ ଏବେ ନାହିଁ।

ସୁତ୍ରରୁ ମିଳିଥିବା ଖବର ଅନୁସାରେ, ଏହି କନଟ୍ରାକ୍ଟ ଉପରେ ଟ୍ରମ୍ପଙ୍କ ହସ୍ତାକ୍ଷର ରହିବ। ହେଲିକପ୍ଟରରୁ ଯୁଦ୍ଧପୋତରୁ ଶତ୍ରୁପକ୍ଷରକୁ ଟାର୍ଗେଟ  କରିହେବ। ଏଭଳି ହେଲିକପ୍ଟର ନହେବା ଫଳରେ ନୌସେନା ପାଖରେ ଭାରତ ମହାସାଗର ଅଞ୍ତଚଳରେ ଯୁଦ୍ଧପୋତ ଥିବାର ସୂଚନା ମିଳିପାରିବ। ନୌସେନା ୧୨୦ରୁ ଅଧିକ ନାଭାଲ ମଲ୍ଟି ରୋଲ ହେଲିକପ୍ଟରର ଆବଶ୍ୟକତା ରହିଛି। ନୌସେନା ଏଥିପାଇଁ ଅଗଷ୍ଟ ୨୦୧୭ରେ ଗ୍ଲୋବାଲ ରିକ୍ବୋଷ୍ଟ ଜାରି କରିଥିଲା, କିନ୍ତୁ ଏହି ମାମଲା ଆଗକୁ ବଢିନଥିଲା।

ଆମେରିକା ପକ୍ଷରୁ ଭାରତକୁ ନ୍ୟାସନାଲ ଆଡଭାନ୍ସ ସରଫେସ୍ ଟୁ ଏୟାର ମିଶାଇଲ ସିଷ୍ଟମ (NASAMS) ଦେବା ଉପରେ ମଧ୍ୟ କଥା ଆଗକୁ ବଢିଥିଲା। ଏହି ସିଷ୍ଟମ ଦ୍ବାରା ରାଜଧାନୀର ଆକାଶ ମାର୍ଗକୁ ସମସ୍ତ ବିପଦଠାରୁ ସୁରକ୍ଷିତ ରଖିହେବ। ଏହି ସିଷ୍ଟମର ଭ୍ୟାଲୁ ପ୍ରାୟ ୧.୮ ବିଲିୟନ ଡଲାର ରହିଛି। ଏହି ଡିଲ୍ ସମ୍ପର୍କରେ ଆମେରିକା କଂଗ୍ରେସ ସୂଚନା ଦେଇଥିଲା।

   ସମ୍ବନ୍ଧିତ ଖବର


‘ସହକାର ପ୍ରଜ୍ଞା’ କାର୍ଯ୍ୟକ୍ରମର ଉଦଘାଟନ କଲେ କେନ୍ଦ୍ର କୃଷି ମନ୍ତ୍ରୀ, ଗ୍ରାମାଞ୍ଚଳ କୃଷକଙ୍କୁ ମିଳିବ ଉପଯୁକ୍ତ ତାଲିମ

ପୁତିନ୍‌ଙ୍କ ସମ୍ପର୍କୀୟ ରୁଷ୍‌ରେ ଗଠନ କଲେ ନୂଆ ରାଜନୈତିକ ଦଳ- ନାମ ଦେଲେ ଦୁର୍ନିତୀ ମୁକ୍ତ ରୁଷ୍‌ ପାର୍ଟି

ଛେଳିପେଟରୁ ଜନ୍ମନେଲା ମାଙ୍କଡ ଭଳି ଦିଶୁଥିବା ଶାବକ, ହନୁମାନଙ୍କ ଅବତାର ଭାବି ଭକ୍ତିରେ ଲୋକମାନେ କଲେ ପୂଜାପାଠ…

ୟୁପିର କାନପୁରରେ ପ୍ରସ୍ତୁତ ହେବ ଯବାନଙ୍କ ପାଇଁ ନାଇଟ୍ ଭିଜନ ଉପକରଣ

ଲଭ୍ ଜିହାଦ ଉପରେ ଯୋଗୀ ସରକାରଙ୍କ ବଡ ଫୈସଲା, ଧୋକାଦେଇ ଧର୍ମ ବଦଳାଇଲେ ୧୦ବର୍ଷ ପର୍ଯ୍ୟନ୍ତ ମିଳିବ ଜେଲଦଣ୍ଡ…

ନିଜକୁ ବଞ୍ଚାଇବା ପାଇଁ ଶେଷରେ ୧୫୦ ନୀରିହ ପକ୍ଷୀଙ୍କୁ ମାରିବାକୁ ପଛାଇଲାନି ପାକିସ୍ତାନ !