ପ୍ରମୁଖ ଖବର
  • ବାଲେଶ୍ୱର ଜିଲ୍ଲା ଜେଲରେ ବିଚାରାଧୀନ କଏଦୀ ମୃତ।
  • ||
  • ମଝି ରାସ୍ତାରେ ହୁ ହୁ ହୋଇ ଜଳିଗଲା 'ପ୍ରିୟଂଶୁ' ଯାତ୍ରୀବାହୀ ବସ, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଭାରତ ଦେଉଛି ଦ୍ୱିତୀୟ ପର୍ଯ୍ୟାୟ ଭୋଟ, ଦିନ ୧୧ଟା ସୁଦ୍ଧା ୨୫ ପ୍ରତିଶତ ମତଦାନ
  • ||
  • ନୟାଗଡ଼: ଡବଲ ମର୍ଡର ଘଟଣା, ଅଭିଯୁକ୍ତଙ୍କୁ ଫାଶି
  • ||
  • ଭୁବନେଶ୍ୱର: ଜଳୁଛି ଓଡ଼ିଶା, ଦିନ ସାଢ଼େ ୧୧ଟା ସୁଦ୍ଧା ସବୁଠୁ ଉତ୍ତପ୍ତ ସହର ପାଲଟିଲା ଝାରସୁଗୁଡ଼ା, ୪୦ ଡିଗ୍ରୀ ଟପିଲା ପାରଦ
  • ||
  • ନୂଆପଡା - ଚେକିଂ ବେଳେ ୩ ଲକ୍ଷ ୬୯ ହଜାର ଟଙ୍କା ସିଜ କଲା ଖରିଆର ରୋଡ଼ ଜୋଙ୍କ ପୋଲିସ
  • ||
  • ୨୮ରେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଭାରତୀୟ ଦଳ ଘୋଷଣା!
  • ||
  • EVM- VV-PAT ସ୍ଲିପ୍ ଯାଞ୍ଚ ଆବେଦନ ଖାରଜ, ଇଭିଏମ୍‌ରେ ମତଦାନକୁ ନେଇ ସୁପ୍ରିମେକୋର୍ଟଙ୍କ ରାୟ ପ୍ରକାଶ
  • ||
  • ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠୁ ପ୍ରାର୍ଥିପତ୍ର ଦାଖଲ
  • ||
  • IPL 2024ରେ କୋଲକାତାକୁ ଭେଟିବ ପଞ୍ଜାବ, ବ୍ୟାଟିଂ ତ୍ରୁଟି ସୁଧାରିବ କିଙ୍ଗସ୍
  • ||
  • ଆହୁରି ଜଳିବ ଓଡ଼ିଶା: ଆଜି,କାଲି ଅତି ଭୟଙ୍କର ତାତି, ଆହୁରି ୧୪ ଦିନ କଲବଲ କରିବ ଖରା
  • ||

ଜିଏସ୍‌ପି ପ୍ରତ୍ୟାହାରର ଜବାବ ଦେବ ଭାରତ

ନୂଆଦିଲ୍ଲୀ,୬ା୩(ଏଜେନ୍ସି): ଜେନେରାଲାଇଜ୍‌ଡ ସିଷ୍ଟମ୍‌ ଅଫ୍‌ ପ୍ରିଫରେନ୍‌ସେସ୍‌ (ଜିଏସ୍‌ପି) ବା ବ୍ୟାପକ ଅଗ୍ରାଧିକାର ବ୍ୟବସ୍ଥାକୁ ନେଇ ଆମେରିକା ନିଜ ଜିଦ୍‌ରେ ଅଟଳ ରହିଛି । ଭାରତକୁ ମିଳୁଥିବା ଜିଏସ୍‌ପି ସୁବିଧାକୁ ଏହା ପ୍ରତ୍ୟାହାର କରିନେବାକୁ ଯାଉଛି । ତେବେ ଭାରତ ଏହାର ପ୍ରତିବାଦ କରିବ ନାହିଁ ବୋଲି ଯେଉଁ ରିପୋର୍ଟ ପ୍ରକାଶ ପାଉଥିଲା, ତାହା ଭୁଲ ବୋଲି ଜଣାପଡ଼ିଛି । ଭାରତ ଏହାର ଜବାବ ଦେବ ବୋଲି କହିଛି । ସମ୍ଭବତଃ ଏପ୍ରିଲ୍‌ ୧ ତାରିଖରୁ ଆମେରିକାର ୨୯ ସାମଗ୍ରୀ ଉପରେ ଭାରତ ଟିକସ ପରିମାଣ ବଢ଼ାଇବ ବୋଲି ନିଷ୍ପତ୍ତି ନେଇଛି । ଜିଏସ୍‌ପି ସୁବିଧା ଜାରି ରଖିବା ପାଇଁ ଆମେରିକାକୁ ଗତବର୍ଷ ଅଗଷ୍ଟରେ ଭାରତ ଅନୁରୋଧ କରିଥିଲା । ଭାରତ ନିଜ ଯୁକ୍ତିରେ କହିଥିଲା କି ଆମେରିକାର ଜିଏସ୍‌ପି ସୁବିଧା ବଳବତ୍ତର ରହିବା ଦ୍ୱାରା ଦେଶର ଡାଉନ୍‌ଷ୍ଟ୍ରିମ୍‌ କମ୍ପାନିଗୁଡ଼ିକ ଭାରତରୁ ସ୍ୱଳ୍ପ ମୂଲ୍ୟରେ କଞ୍ଚାମାଲ ଓ ଅନ୍ୟ ସାମଗ୍ରୀ ହାସଲ କରିପାରିବେ । ଏହାଦ୍ୱାରା ଆମେରିକୀୟ କମ୍ପାନିଗୁଡ଼ିକ ଉଭୟ ଘରୋଇ ଓ ଅନ୍ତର୍ଜାତୀୟ ବଜାରରେ ଆଗୁଆ ରହିପାରିବେ । ଏହାପରେ ଭାରତ ବିଶ୍ୱ ବାଣିଜ୍ୟ ସଂଗଠନ (ଡବ୍ଲ୍ୟୁଟିଓ) ନିକଟରେ ଫେରାଦ ହୋଇଥିଲା । ଆମେରିକା ଅଧିକ ଫାଇଦା ପାଇଁ ମନମୁଖି ଭାବେ ଜିଏସ୍‌ପି ସୁବିଧାକୁ ପ୍ରତ୍ୟାହାର କରିନେବାକୁ ନିଷ୍ପତ୍ତି ନେଇଛି ବୋଲି ଏହା କହିଥିଲା । କିନ୍ତୁ ଆମେରିକା ନିଜ ଜିଦ୍‌ରେ ଅଟଳ ରହି ଜିଏସ୍‌ପି ପ୍ରତ୍ୟାହାର କରିବ ବୋଲି ଜଣାପଡ଼ିଛି । ବୈଦେଶିକ ମନ୍ତ୍ରାଳୟ ଅଧିକାରୀଙ୍କ କହିବାନୁଯାୟୀ ଆମେରିକାର ଚଣା, ମସୁର ଡାଲି, ୱାଲ୍‌ନଟ୍‌, ବୋରିକ୍‌ ଏସିଡ୍‌ ଓ ଅନ୍ୟ ନିଦାନ ଉପାଦାନ ଭଳି ସାମଗ୍ରୀ ଉପରେ ଟିକସ ପରିମାଣ ବୃଦ୍ଧି କରାଯିବା ପାଇଁ ପ୍ରସ୍ତାବ ରହିଛି । ଏହାଦ୍ୱାରା ଆମେରିକା ଉପରେ ୨୯ କୋଟି ଡଲାରର ବୋଝ ପଡ଼ିବ । ୨୦୧୮ ଜୁନ୍‌ରେ ଏହି ଟିକସ ବଢ଼ାଇବ ବୋଲି ଭାରତ କହିଥିଲା । କିନ୍ତୁ ଏହାକୁ ଲାଗୁ କରିନଥିଲା । କିନ୍ତୁ ଏପ୍ରିଲ୍‌ ୧ରୁ ଏହା କାର୍ଯ୍ୟକାରୀ କରାଯିବ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, ଗତବର୍ଷ ଭାରତର କେତେକ ନିର୍ଦ୍ଦିଷ୍ଟ ଇସ୍ପାତ ଓ ଆଲୁମିନିୟମ ଉତ୍ପାଦ ଉପରେ ଟାରିଫ୍‌ ପରିମାଣ ବଢ଼ାଇବ ବୋଲି ଆମେରିକା ଘୋଷଣା କରିଥିଲା । ତେଣୁ ଏହାକୁ ବିରୋଧ କରି ଆମେରିକାର କେତେକ ସାମଗ୍ରୀ ଉପରେ ଟିକସ ପରିମାଣ ବଢ଼ାଇବା ନେଇ ଧମକ ଦେଇଥିଲା । ଏହା ସେତେବେଳଠାରୁ ଲାଗୁ ହୋଇନଥିଲା । ଏବେ ଆମେ ଏପ୍ରିଲ୍‌ ୧ ପର୍ଯ୍ୟନ୍ତ ଅପେକ୍ଷା କରିବୁ । ଭାରତ ଯଦି ଜିଏସ୍‌ପି ବାବଦରେ ନିଜ ନିଷ୍ପତ୍ତିରେ କାଏମ ରହେ, ତେବେ ଆମେରିକାର ୨୯ ସାମଗ୍ରୀ ଉପରେ ଆମେ ଟିକସ ପରିମାଣ ବୃଦ୍ଧି କରିବୁ । ଉଲ୍ଲେଖଯୋଗ୍ୟ, ଆମେରିକାରୁ ଆମଦାନୀ ହେଉଥିବା ଆଣ୍ଠୁ ପ୍ରତିରୋପଣ ଉତ୍ପାଦ ଏବଂ ଷ୍ଟେଣ୍ଟ୍‌ ଭଳି ଉତ୍ପାଦକୁ ଭାରତ ଅତ୍ୟାବଶ୍ୟକ ଡାକ୍ତରୀ ଉପକରଣ ବିବେଚନା କରି ଏଗୁଡ଼ିକର ସର୍ବୋଚ୍ଚ ମୂଲ୍ୟ ସୀମା ଧାର୍ଯ୍ୟ କରିଛି । କମ୍ପାନିଗୁଡ଼ିକ ଏହାଠାରୁ ଅଧିକ ମୂଲ୍ୟରେ ଏଗୁଡ଼ିକୁ ଭାରତରେ ବିକ୍ରି କରିପାରିବେ ନାହିଁ । ଏହାଦ୍ୱାରା ଆମେରିକୀୟ କମ୍ପାନିଙ୍କ ବ୍ୟବସାୟ ପ୍ରଭାବିତ ହେଉଛି । ସେମାନେ ଏଥିରୁ ଅଧିକ ଆୟ କରିପାରୁ ନାହାନ୍ତି । ଏହି ସୀମାକୁ ହଟାଇବା ପାଇଁ ଆମେରିକା ଚାପ ପକାଉଥିବା ବେଳେ ଭାରତ ରାଜି ହେଉନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.