PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୀମପୁର ନିକଟରେ ଚାଲିଥିଲା ଜୁଆ ଖେଳ, ଆଡ୍ଡା ଉପରେ ଚଢ଼ଉ କଲା ଜରଡା ପୁଲିସ, ୧ଲକ୍ଷ ୬୬ହଜାର ୪୬୦ ଟଙ୍କା ସହ ୮ ବାଇକ ଓ ୬ ମୋବାଇଲ ଫୋନ୍ ଜବତ, ୧୦ ଗିରଫ
  • ||
  • ପାରାଦୀପ: ଅଠରବାଙ୍କୀ ପୋଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ,ହାଇଡ୍ରା ମେସିନ୍ ଧକ୍କାରେ ସାଇକେଲ ଆରୋହୀର ମୃତ୍ୟୁ
  • ||
  • ବଡମ୍ବା: ପୁର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ୫ଜଣ ଆହତ ହୋଇ ଥିବାବେଳେ ୨ଜଣଙ୍କ ଅବସ୍ଥା ଗୁରୁତର
  • ||
  • ଖୁଣ୍ଟା: କୂଅ ଭିତରୁ ମଲା ଛେଳି ଉଦ୍ଧାର କରିବାକୁ ଯାଇ ଶବ ପାଲଟି ଗଲେ ଯୁବକ, ଅଣନିଶ୍ୱାସୀ ହୋଇ ଜୀବନ ହାରିଲେ…
  • ||
  • ଭୁବନେଶ୍ୱର: ରାଜଧାନୀରେ ଦିନକୁ ଦିନ ବଢ଼ୁଛି ଦୁର୍ବୃତ୍ତଙ୍କ ଆତଙ୍କରାଜ, ଏକାଧିକ ଗାଡି ଭାଙ୍ଗିଲେ
  • ||
  • କଟକ: ଆଜିଠୁ ଖୋଲିବ ଅଟୋମୋବାଇଲ୍‌ ସୋ-ରୁମ୍‌, ଆରମ୍ଭ ହେବ ନୂଆ ଗାଡ଼ି ପଞ୍ଜୀକରଣ
  • ||
  • ନୀଳଗିରି: ଗାଁ ଭିତରକୁ ପଶିଲା ଭାଲୁ, ନାକେଦମ ହେଲା ବନ ବିଭାଗ
  • ||
  • ଭୁବନେଶ୍ୱର: ଓଲିଉଡ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର , ଆଇସିୟୁରେ ଚାଲିଛି ଚିକିତ୍ସା
  • ||
  • କାମାକ୍ଷାନଗର: ଦୁଇ ସାହି ମଧ୍ୟରେ ଗୋଷ୍ଠୀ ସଂଘର୍ଷ, ଗୁଳିମାଡରେ ୩ ଗୁରୁତର
  • ||
  • ଖୋର୍ଦ୍ଧା: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା , ୩ ଗିରଫ
  • ||
  • ଓଡ଼ିଶାରେ ହ୍ରାସ ପାଉଛି କରୋନା ଟ୍ରେଣ୍ଡ୍‌, ୨୪ ଘଣ୍ଟାରେ ୩୬୩୧ କୋଭିଡ୍ ପଜିଟିଭ୍ ଚିହ୍ନଟ, ୩୯ଜଣଙ୍କ ଜୀବନ ନେଲା କରୋନା
  • ||
  • ଭୁବନେଶ୍ୱର: ଉପକୂଳ ଓଡ଼ିଶାରେ ବିକ୍ଷିପ୍ତ ସ୍ୱଳ୍ପ ବର୍ଷା ସମ୍ଭାବନା; ୧୮ ଓ ୧୯ରେ ବର୍ଷା ବଢ଼ିବ, ୨୦ରୁ ପାଗ ବଦଳିବ
  • ||
  • ଭୁବନେଶ୍ୱର: ପଳାଶୁଣି ଓଭରବ୍ରିଜ ନିକଟରେ ଓଲଟିଲା କାଙ୍କଡ ବୋଝେଇ ଟ୍ରକ , ଘରକୁ ବୋହି ନେଲେ ଲୋକେ
  • ||
  • ବ୍ରହ୍ମପୁର: ଏମ୍‌କେସିଜିରେ ଅଦ୍ଭୁତ ଶିଶୁ ଜନ୍ମ, କପାଳରେ ରହିଛି ୨ଟି ଆଖି ଓ ନାକ
  • ||
  • ଭୁବନେଶ୍ୱର: ଆଜିଠୁ ଆଂଶିକ ଲକଡାଉନ୍: ୧୭ ଜିଲ୍ଲାରେ ଅପରାହ୍ଣ ୫ ଯାଏ ଦୋକାନ ଖୋଲା, ୧୩ ଜିଲ୍ଲାରେ ଦିନ ଗୋଟାଏ ଯାଏ କଟକଣା କୋହଳ
  • ||
  • ଓଡ଼ିଶାରେ ନୂଆ ଡିଜିପି ତଲାସ ଆରମ୍ଭ, ଦୌଡ଼ରେ ୧୪ ବରିଷ୍ଠ ଆଇପିଏସ୍‌ ଅଫିସ
  • ||

ରୁଷ ଓ ଭାରତ ମଧ୍ୟରେ ୫୦ ଚୁକ୍ତି ସ୍ବାକ୍ଷର; ଫାର୍‌ ଇଷ୍ଟ ପାଇଁ ୧୦୦ କୋଟି ଡଲାର ଦେବ ଭାରତ

The Prime Minister, Shri Narendra Modi at the plenary session of 5th Eastern Economic Forum (EEF), at Vladivostok, in Russia. on September 05, 2019.

ଭ୍ଲାଦିଭୋସ୍ତୋକ,୫ା୯(ଏଜେନ୍ସି): ଭାରତ ଓ ରୁଷ ମଧ୍ୟରେ ୫୦ଟି ଚୁକ୍ତି ସ୍ୱାକ୍ଷର ହୋଇଛି । ଏହି ଚୁକ୍ତି ଦ୍ୱାରା ଉଭୟ ରାଷ୍ଟ୍ରକୁ ୫,୦୦୦ କୋଟି ଡଲାରର ନିବେଶ ଆସିବ । ଏହା ବାଦ୍‌ ରୁଷର ଫାର୍‌ ଇଷ୍ଟ ଅଞ୍ଚଳର ବିକାଶ ପାଇଁ ଭାରତ ୧୦୦ କୋଟି ଡଲାର ଋଣ ସହାୟତା ଯୋଗାଇଦେବ । ଦୁଇଦିନିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ‘ଇଷ୍ଟର୍ଣ୍ଣ ଇକୋନୋମିକ୍‌ ଫୋରମ୍‌’ (ଇଇଏଫ୍‌) ସମ୍ମିଳନୀରେ ମୁଖ୍ୟଅତିଥି ଭାବେ ଉଦ୍‌ବୋଧନ ବେଳେ ଏହି ସୂଚନା ଦେଇଛନ୍ତି ।

ରୁଷର ଭ୍ଲାଦିଭୋସ୍ତୋକଠାରେ ଅନୁଷ୍ଠିତ ଏହି ସମ୍ମିଳୀନରେ ମୋଦି କହିଛନ୍ତି, ଭାରତ-ରୁଷ ସମ୍ପର୍କକୁ ଏକ ନୂଆ ଶକ୍ତି ମିଳିଛି । ଏହି ଦୁଇ ରାଷ୍ଟ୍ର ଦ୍ୱାରା ଏସୀୟ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ଦ୍ରୁତ ବିକାଶ ସମ୍ଭବ ହେବ । ସେ କହିଛନ୍ତି, ଇଇଏଫ୍‌ରେ ସାମିଲ ହେବା ପାଇଁ ମୋତେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଲୋକସଭା ନିର୍ବାଚନ ପୂର୍ବରୁ ଆମନ୍ତ୍ରଣ କରିଥିଲେ । ଭାରତର ୧୨୦ କୋଟି ଜନତା ମୋ ଉପରେ ଯେଭଳି ଭରସା ଦେଖାଇଲେ ମୋ ବନ୍ଧୁ ପୁଟିନ୍‌ ବି ସେହି ଭରସା ଦେଖାଇଛନ୍ତି । ଏଥିପାଇଁ ତାଙ୍କୁ ଧନ୍ୟବାଦ ।

ମୋଦି ଆହୁରି କହିଛନ୍ତି, ପୁଟିନ୍‌ଙ୍କ ସହ ଯେବେ ବି ଦେଖା ହୋଇଛି, ଆମେ ଘଣ୍ଟା ଘଣ୍ଟା ଧରି ସମୟ ବିତାଇଛୁ । ବ୍ୟସ୍ତତା ମଧ୍ୟରେ ବି ପୁଟିନ୍‌ ମୋ ସହ ଅଧିକ ସମୟ ବିତାଇଛନ୍ତି । ବୁଧବାର ରାତି ଗୋଟାଏ ଯାଏ ଆମେ କଥାବାର୍ତ୍ତା ହୋଇଥିଲୁ । ଭାରତ ପାଇଁ ପୁଟିନ୍‌ଙ୍କ ମନରେ କେତେ ଭଲପାଇବା ରହିଛି, ଏଇଥିରୁ ତାହା ଜଣାପଡୁଛି ।

ଫାର୍‌ ଇଷ୍ଟ ଅଞ୍ଚଳର ବିକାଶ ପାଇଁ ୧୦୦ କୋଟି ଡଲାରର ଋଣ ସହାୟତା ବାବଦରେ ମୋଦି କହିଛନ୍ତି, ଭାରତ ଓ ଫାର୍‌ ଇଷ୍ଟ ସମ୍ପର୍କ ବହୁତ ପୁରୁଣା । ପ୍ରଥମ ଦେଶ ଭାବେ ଭାରତ ଭ୍ଲାଦିଭୋସ୍ତୋକରେ ଦୂତାବାସ କାର୍ଯ୍ୟାଳୟ ଖୋଲିଥିଲା । ଭ୍ଲାଦିଭୋସ୍ତୋକରେ ବିଦେଶୀ ରାଷ୍ଟ୍ରଙ୍କ ପାଇଁ କଟକଣା ଥିଲା । କିନ୍ତୁ ଭାରତୀୟ ନାଗରିକଙ୍କ ପାଇଁ ଏହା ଉନ୍ମୁକ୍ତ ଥିଲା । ଏହା ଜରିଆରେ ଅନେକ ସାମଗ୍ରୀ ଏବେ ଭାରତରେ ପହଞ୍ଚି ପାରୁଛି । ସମ୍ମିଳନୀରେ ରାଷ୍ଟ୍ରପତି ପୁଟିନ୍‌ ମଧ୍ୟ ଭାରତ ସହ ସମ୍ପର୍କ ସୁଦୃଢ଼ କରିବା ଉପରେ ଜୋର ଦେଇଥିଲେ । ସେ କହିଥିଲେ, ଦୁଇଦେଶର ସମ୍ପର୍କରେ ଏକ ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି । ପୁଟିନ୍‌ କହିଥିଲେ, ଭାରତ, ଚୀନ୍‌, ତୁର୍କୀ ଓ ରୁଷ ଆଦି ଦେଶକୁ ନେଇ ଜି-୭ ଭଳି ଏକ ଶକ୍ତିଶାଳୀ ରାଷ୍ଟ୍ର ଗୋଷ୍ଠୀ ଗଠନ କରାଯିବା ଆବଶ୍ୟକ । ଏହାଦ୍ୱାରା ଏହି ପ୍ରସ୍ତାବିତ ଗୋଷ୍ଠୀ ମଧ୍ୟରେ ବାଣିଜ୍ୟିକ ଓ ପ୍ରତିରକ୍ଷା ସମ୍ପର୍କ ଉନ୍ନତ ହୋଇପାରିବ । ଭାରତ ପାଇଁ ବୁଡ଼ାଜାହାଜ ନିର୍ମାଣ ଲାଗି ରୁଷ ଏବେ ପ୍ରସ୍ତୁତ ବୋଲି ପୁଟିନ୍‌ କହିଥିଲେ ।

ଇଇଏଫ୍‌ ସମ୍ମିଳନୀରେ ଯୋଗଦେଇଥିବା ମାଲେସିଆ ପ୍ରଧାନମନ୍ତ୍ରୀ ଡକ୍ଟର ମହାଥିର ମହମ୍ମଦଙ୍କୁ ମୋଦି ସାକ୍ଷାତ କରିଥିଲେ । ଏହି ସମୟରେ ବିବାଦୀୟ ପ୍ରଚାରକ ଜାକିର ନାଏକଙ୍କ ଭାରତ ପ୍ରତ୍ୟର୍ପଣ ବାବଦରେ ମୋଦି ଗୁରୁତ୍ୱ ଦେଇଥିଲେ । କିନ୍ତୁ ଡ. ମହାଥିର ଏଥିପାଇଁ ସବୁଜ ସଂକେତ ଦେଇଛନ୍ତି କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ । ଏହି ଅବସରରେ ମୋଦି ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ମଧ୍ୟ ଭେଟିଥିଲେ । ଇଇଏଫ୍‌ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ଗୁଜରାଟୀ ଓ ରୁଷୀୟ ଭାଷାରେ ଉଦ୍‌ବୋଧନ ଦେଇ ସମସ୍ତଙ୍କ ହୃଦୟ ଜିଣିଥିଲେ ।

ସମ୍ବନ୍ଧିତ ଖବର