ସ୍ପଷ୍ଟ କଲା ଭାରତ: ଅଭିନନ୍ଦନଙ୍କ ବଦଳରେ ପାକିସ୍ତାନ ସହ କୌଣସି ଚୁକ୍ତି ହେବନି

ନୂଆଦିଲ୍ଲୀ,୨୮।୨: ଭାରତର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ନେଇ ପାକିସ୍ତାନକୁ ଭାରତ ସ୍ପଷ୍ଟ କରିଦେଇଛି ଯେ କୌଣସି ପ୍ରକାର ଚୁକ୍ତି କରିବାର ଇଛାରେ ନାହିଁ। ପାକିସ୍ତାନ ଭାରତକୁ ତୁରନ୍ତ ଓ୍ବିଙ୍ଗ କମାଣ୍ଡରଙ୍କୁ ଫେରାଇ ଦେଉ। ଯଦି କୌଣସି ପ୍ରକାର ଚୁକ୍ତି କରିବାକୁ ଚାହେଁ ତେବେ ଏହା ତା’ର ସବୁଠାରୁ ବଡ ଭୁଲ ହେବ। ମିଳିଥିବା ଖବର ଅନୁସାରେ ପାକିସ୍ତାନ କାନ୍ଦାହାର ପ୍ରସଙ୍ଗ ଭଳି ଭାରତ ଉପରେ ଚାପ ପକାଇବାକୁ ଚାହେଁ। କିନ୍ତୁ ଭାରତ ଏଥର କୌଣସି ପ୍ରକାର ସୁଯୋଗ ଦେବାକୁ ଚାହେଁନି।
ଏଠାରେ ଉଲ୍ଳେଖନୀୟ ଯେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ କହିଛନ୍ତି ଭାରତ ତାଙ୍କର ଓ୍ବିଙ୍ଗ କମାଣ୍ଡରଙ୍କୁ ଛାଡିବାର ଅପିଲ କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଶାହା ଫୈଜଲ କହିଛନ୍ତି ଭାରତର ପାଇଲଟଙ୍କ ପ୍ରସଙ୍ଗ ପାକିସ୍ତାନ ନିକଟରେ ଉଠାଯାଇଛି। ଆଗାମୀ ଦିନରେ ଧାର୍ଯ୍ୟ କରାଯିବ କମାଣ୍ଡରଙ୍କ ଉପରେ କ’ଣ ନିୟମ ଲାଗୁ କରାଯିବ। ତାଙ୍କୁ ଯୁଦ୍ଧବନ୍ଦୀ କୁହାଯିବ କି ନାହିଁ। ଭାରତ ଯଦି ବିବାଦ କମ୍ କରିବାକୁ ପ୍ରସ୍ତୁତ ତେବେ ତାଙ୍କ କମାଣ୍ଡରଙ୍କୁ ଛାଡିବା ଉପରେ ବିଚାର କରାଯାଇପାରେ। ଏହା ସହ ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର କହିଛନ୍ତି ଭାରତକୁ ଲାଗୁଛି ତାଙ୍କର ପାଇଲଟଙ୍କୁ ଖରାପ ବ୍ୟବହାର କରାଯାଉଛି। ଭାରତର କମାଣ୍ଡର ସମ୍ପୂର୍ଣ୍ଣ ଭାବରେ ସୁରକ୍ଷିତ ଏବଂ ସୁସ୍ଥ ରହିଛନ୍ତି।
ଅଧିକ ପଢନ୍ତୁ ୱିଙ୍ଗ କମାଣ୍ଡରଙ୍କୁ ଶୁକ୍ରବାର ଛଡାଯିବ ବୋଲି ପାକିସ୍ତାନ ସଂସଦରେ କହିଲେ ଇମ୍ରାନ୍