ଆଉ ୪ଟି ଉପଗ୍ରହ ପଠାଇବ ଭାରତ

ନୂଆଦିଲ୍ଲୀ : ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) କହିଛି କି ଏବେ ଭାରତର ୪୯ଟି ଉପଗ୍ରହ ମହାକାଶରେ ପ୍ରଦକ୍ଷଣ କରୁଛି । ତା’ ସହିତ ଆଉ ୪ଟି ଉପଗ୍ରହକୁ ମହାକାଶକୁ ପଠାଇବା ପାଇଁ ପ୍ରସ୍ତୁତି କରାଯାଉଛି । ଇସ୍ରୋ ଅଧୀନରେ ପରିଚାଳିତ ୟୁଆର ରାଓ ସାଟେଲାଇଟ ସେଣ୍ଟରର ନିର୍ଦ୍ଦେଶକ ଡକ୍ଟର ପି କୁନହିକ୍ରିଷ୍ଣନ କହିଛନ୍ତି ଯେ ଜିଆଇସାଟ୍‌-୧, ମାଇକ୍ରୋସାଟ୍‌-୨ଏ, ଜିସାଟ୍‌-୧୨ଆର ଏବଂ ରିସାଟ୍‌-୨ବିଆର୨ ଉପଗ୍ରହର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ।

ଏଗୁଡିକୁ ଖୁବଶୀଘ୍ର ବେଙ୍ଗାଲୁରୁରୁ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ସ୍ପେସ୍‌ ସେଣ୍ଟରକୁ ପଠାଯିବ । ୨୦୧୯-୨୦ରେ ଇସ୍ରୋ ୧୨ଟି ଉପଗ୍ରହ ନିର୍ମାଣ କରିଥିଲା । ସେଥିମଧ୍ୟରୁ ୮ଟି ଉପଗ୍ରହକୁ ମହାକାଶରେ ଅବସ୍ଥାପିତ କରାଯାଇସାରିଛି । କିନ୍ତୁ ଆଉ ୪ଟି ଉପଗ୍ରହକୁ ପଠାଯାଇନାହିଁ ।

   ସମ୍ବନ୍ଧିତ ଖବର


କେମିତି କଟିବ ଆଜି, ପଢନ୍ତୁ ନିଜର ଭାଗ୍ୟ ଭବିଷ୍ୟ…

ନଭେମ୍ବର ଏକ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ

ଆଇଫୋନ୍‌ ୟୁଜର୍ସଙ୍କୁ ଝଟକା, ଆପ୍ସ ପାଇଁ ଦେବାକୁ ପଡ଼ିବ ଅଧିକ ଟଙ୍କା

ସାଂଘାତିକ ଷଡଯନ୍ତ୍ର-ପ୍ରେମିକ ସହ ମିଶି ଛାଡପତ୍ର ପାଇଁ ପତିଙ୍କ ପ୍ରାଇଭେଟ୍‌ ପାର୍ଟ କାଟିବା ପାଇଁ ଚେଷ୍ଟା କରୁଥିଲେ ନବ ବିବାହିତା

ଶୋକରେ ବି ଫାର୍ସ: ବାପାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ପୂର୍ବରୁ ଚିରାଗ ପାଶଓ୍ବାନଙ୍କ ରିହର୍ସଲ, ଭିଡିଓ ଭାଇରାଲ

ପ୍ରିନ୍ସପାଲଙ୍କ ବିରୁଦ୍ଧରେ ଏମିତି ଅଭିଯୋଗ ଆଣିଲେ ମହିଳା ପ୍ରଫେସର, କହିଲେ ‘କ୍ୟାମେରାରେ ଜୁମ୍ କରି ଦେଖନ୍ତି…’