ମହିଳା ଏସିଆନ କପ୍ ୨୦୨୨ରୁ ଓହରିଲା ଭାରତୀୟ ଫୁଟବଲ ଟିମ୍; ମଉଳିଲା ୨୦୨୩ ଫିଫା ମହିଳା ବିଶ୍ୱକପ୍ ଆଶା

pic-indiatoday
ନୂଆଦିଲ୍ଲୀ: ମହିଳା ଏସିଆନ କପ୍ ୨୦୨୨ରେ ହଟିବାକୁ ବାଧ୍ୟ ହେଲା ଭାରତୀୟ ମହିଳା ଫୁଟ୍ବଲ ଟିମ୍। ଏକାଧିକ ଖେଳାଳି କୋଭିଡ୍ ସଂକ୍ରମିତ ହେବା ପରେ ବାଧ୍ୟ ହୋଇ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ସୋମବାର ସୂଚନା ଦେଇଛି ଏସିଆନ୍ ଫୁଟ୍ବଲ କନଫେଡେରେସନ ବା ଏଫ୍ସି। ଟିମ୍ରେ ଏକାଧିକ କୋଭିଡ ସଂକ୍ରମିତ ଚିହ୍ନଟ ହେବା ପରେ ଏପରି ନିଷ୍ପତ୍ତି ନିଆଯାଇଛି। ଭାରତୀୟ ଟିମ୍କୁ ମହିଳା ଏସିଆନ କପ୍ ୨୦୨୨ରୁ ହଟାଇବା ପରେ ସମସ୍ତ ମ୍ୟାଚ ରଦ୍ଦ କରାଯାଇଛି। ତା ସହିତ ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡରେ ହେବାକୁ ଥିବା ୨୦୨୩ ଫିଫା ମହିଳା ବିଶ୍ୱକପ୍ରେ ଭାଗ ନେବା ଆଶା ବି ଆଶା ବି ମଉଳିଯାଇଛି।
ଏହା ପୂର୍ବରୁ ଚାଇନା ତାଇପେଇ ଟିମ୍ ବିପକ୍ଷରେ ଏଫ୍ସି ମହିଳା ଏସିଆନ କପ୍ ଗ୍ରୁପ ଏ ମ୍ୟାଚ୍କୁ ମଧ୍ୟ ରଦ୍ଦ କରାଯାଇଥିଲା। ଭରତୀୟ ଟିମ୍ର ୧୨ ଖେଳାଳି ପଜିଟିଭ୍ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଥିଲା। ସେହିପରି ଦୁଇ ଜଣ ଖେଳାଳି ଆହତ ମଧ୍ୟ ଥିଲେ। ଏକାଧିକ ଖେଳାଳିମାନେ ପଜିଟିଭ୍ ହେବା ପରେ ଭାରତ ଗ୍ରୁପ ‘ଏ’ ପାଇଁ ଆବଶ୍ୟକୀୟ ୧୩ ଖେଳାଳି ଠିକ୍ କରିପାରି ନଥିଲା। ଏଥିପାଇଁ ଏହାକ ରଦ୍ଦ କରିବାକୁ ପଡ଼ିଥିଲା ବୋଲି ଏଫ୍ସି କହିଛି।
ତେବେ ଏଭଳି ଘଟଣା ପାଇଁ ଦୁଃଖ ପ୍ରକାଶ କରିଛନ୍ତି ଅଲ୍ ଇଣ୍ଡିଆ ଫୁଟ୍ବଲ ଫେଡେରସନ ଅଧ୍ୟକ୍ଷ ପ୍ରଫୁଲ୍ଲ ପଟେଲ। ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ” ଏଭଳି ଅସ୍ୱାଭାବିକ ପରିସ୍ଥିତି ପୂରା ଦେଶ ଦୁଃଖିତ। ଏସବୁ ସତ୍ୱେ ଖେଳାଳିଙ୍କ ସ୍ୱାସ୍ଥ୍ୟ ଆମ ପାଇଁ ସର୍ବୋପରି। ଏଭଳି ପରିସ୍ଥିତିରେ ଖେଳାଳିଙ୍କ ସ୍ୱାସ୍ଥ୍ୟ ସହିତ କେବେ ବି ବୁଝାମଣା କରାଯାଇପାରିବ ନାହିଁ। ସମସ୍ତ ଖେଳାଳି ଓ କର୍ମଚାରୀ ତୁରନ୍ତ ସୁସ୍ଥ ହୋଇଯାଆନ୍ତୁ ବୋଲି ମୁଁ ପ୍ରାର୍ଥନା କରୁଛି। ଏଭଳି ଅବସ୍ଥାରେ ଏଆଇଏଫ୍ଏଫ୍ ଓ ଏଏଫ୍ସି ଖେଳାଳିମାନଙ୍କୁ ଯଥା ସମ୍ଭବ ସହଯୋଗ କରିବ। “