ଭାରତୀୟ ମହିଳା ହକି ଦଳର ଜର୍ମାନୀ ଗସ୍ତ: ଓଡ଼ିଶାରୁ ଦୀପଗ୍ରେସ ଓ ଲିଳିମା ସାମିଲ,ଆସନ୍ତା ୨୭ରେ ପ୍ରଥମ ମ୍ୟାଚ୍

ଭୁବନେଶ୍ୱର,୨୩/୦୨: ଆର୍ଜେଣ୍ଟିନା ଗସ୍ତ ପରେ ପୁଣି ଭାରତୀୟ ମହିଳା ହକି ଦଳ ଜର୍ମାନୀ ଗସ୍ତ କରିବ । ଏହି ଗସ୍ତରେ ଦଳ ମୋଟ୍ ୪ଟି ମ୍ୟାଚ୍ ଘରୋଇ ଦଳ ସହ ଖେଳିବ । ଏଥିପାଇଁ ୧୮ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି । ଏହି ଦଳରେ ଓଡ଼ିଶାରୁ ବରିଷ୍ଠ ଡିଫେଣ୍ଡର ଦୀପଗ୍ରେସ ଏକ୍କାଓ ମିଡ ଫିଲ୍ଡର ଲିଳିମା ମିଞ୍ଜ ସାମିଲ ହୋଇଛନ୍ତି ।
ଅଧିନାୟିକା ରାଣୀଙ୍କ ନେତୃତ୍ୱରେ ଦଳ ଆଜି ବେଙ୍ଗାଲୁରୁରୁ ଜର୍ମାନୀ ଯାତ୍ରା କରିବ । ଗସ୍ତର ପ୍ରଥମ ମ୍ୟାଚ୍ ଆସନ୍ତା ୨୭ ତାରିଖରେ ଖେଳାଯିବ । ଏହାପରେ ଦ୍ୱିତୀୟ ମ୍ୟାଚ୍ ୨୮, ତୃତୀୟ ମ୍ୟାଚ୍ ମାର୍ଚ୍ଚ ୨ ଓ ଅନ୍ତିମ ମ୍ୟାଚ୍ ୪ ତାରିଖରେ ଖେଳାଯିବ ।’ ଆର୍ଜେଣ୍ଟିନା ଗସ୍ତରେ ଭାରତ ମୋଟ ୭ଟି ମ୍ୟାଚ୍ ଖେଳିଥିଲା । ଟୋକିଓ ଅଲିମ୍ପିକ୍ସ ପ୍ରସ୍ତୁତି ପାଇଁ ଏହା ଚଳିତ ବର୍ଷ ଭାରତର ଦ୍ୱିତୀୟ ବିଦେଶ ଗସ୍ତ ।