ଲଗାତର ସପ୍ତମ ଟି-୨୦ରେ ୱେଷ୍ଟଇଣ୍ଡିଜ୍‌କୁ ହରାଇଲା ଭାରତ, ୫୦ ବଲ୍‌ରେ କୋହଲିଙ୍କ ୯୪

ହାଇଦ୍ରାବାଦ ୬/୧୨: ଭାରତ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ୬ ୱିକେଟରେ ପରାସ୍ତ କରିଛି । ଶୁକ୍ରବାର ହାଇଦ୍ରାବାଦ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଉଥିବା ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ପ୍ରଥମେ ୨୦ ଓଭରରେ ୫ ୱିକେଟରେ ୨୦୭ ରନ୍ ସଂଗ୍ରହ କରିଥିଲା । ଟିମ୍ ଇଣ୍ଡିଆ ୧୮.୪ ଓଭରରେ ୪ ୱିକେଟରେ ୨୦୯ ରନ୍ ସଂଗ୍ରହ କଲା । ବିରାଟ କୋହଲି ୫୦ ବଲରେ ୯୪ ଓ ଲୋକେଶ୍ ରାହୁଲ୍ ୬୨ ରନ୍ ସଂଗ୍ରହ କରିଛନ୍ତି । ୱେଷ୍ଟଇଣ୍ଡିଜ୍ ବିରୁଦ୍ଧରେ ଭାରତର ଏହା ଲଗାତର ୭ମ ବିଜୟ । ଶେଷ ଥର ପାଇଁ ଟିମ୍ ଇଣ୍ଡିଆ ୨୦୧୭ରେ ହାରିଥିଲା ।

କୋହଲି ନିଜ କ୍ୟାରିୟରର ୨୩ ତମ ଅର୍ଦ୍ଧଶତକ କରିଛନ୍ତି । ରାହୁଲ, କୋହଲିଙ୍କ ସହିତ ଦ୍ୱିତୀୟ ୱିକେଟ୍ ପାଇଁ ୧୦୦ରନର ପାର୍ଟନରସିପ୍ କରିଛନ୍ତି । ସେ ଟି-୨୦ରେ ୧୦୦୦ରନ୍ ପୂରା କରିଛନ୍ତି । ସେ ଏହି ଉପଲବ୍ଧିକୁ ହାସଲ କରିଥିଲା ୭ମ ଭାରତୀୟ କ୍ରିକେଟର । ରାହୁଲ କ୍ୟାରିୟରର ୭ମ ଅର୍ଦ୍ଧଶତକ କରିଛନ୍ତି । ରୋହିତ ଶର୍ମା ୮ ରନରେ ଆଉଟ୍ ହୋଇଛନ୍ତି ।