PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର: ରେଳ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ନେଇ ସନ୍ଦେହ
  • ||
  • ବଲାଙ୍ଗୀର: କପଡ଼ା ବ୍ୟବସାୟୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ଲମତାପୁଟରେ ଅଟୋ ସହ ୨ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ରାଜ୍ୟରେ ସାମନ୍ୟ ହ୍ରାସ ପାଇଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୭୫୭ ଜଣ ପଜିଟିଭ, ୨୨ ଜୀବନ ନେଲା କରୋନା
  • ||
  • ଚୌଦ୍ଵାର : ଟ୍ରକକୁ ପଛ ପଟୁ ପିଟିଲା ସ୍କୁଟି, ମହିଳା ଗୁରୁତର
  • ||
  • ରେଙ୍ଗାଲି : ହାଇୱାରେ ପିଟିହେଲା କାର୍‌ : ମା’ ଝିଅ ମୃତ, ପୁଅ ଗୁରୁତର
  • ||
  • ଭୁବନେଶ୍ୱର : ଆଜି ବସିବ ସର୍ବଦଳୀୟ ବୈଠକ, କୋଭିଡ୍‌ ମୁକାବିଲା ପାଇଁ ସହଯୋଗ ଲୋଡ଼ିବେ ସରକାର
  • ||
  • ଭୁବନେଶ୍ୱର : ଆସନ୍ତା ୪ରୁ ୫ଦିନ ପାଗ ଶୁଖିଲା, ବଢ଼ିବ ତାତି, ଆଜି କାଁ ଭାଁ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ସମ୍ଭାବନା
  • ||
  • ପୁରୀ : ଜୁନ ୧୫ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ, ପ୍ରଭାବିତ ହେବ ତିନିପର୍ବ
  • ||

ବ୍ୟାଟ୍ସମ୍ୟାନଙ୍କ ପରେ ଚମକିଲେ ଭାରତୀୟ ବୋଲର, ୧୦୭ ରନରେ ହାରିଲା ଓ୍ୱେଷ୍ଟଇଣ୍ଡିଜ୍

ବିଶାଖାପାଟ୍ଟନାମ, ୧୮|୧୨:   ବିଶାଖାପାଟ୍ଟନାମରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଭାରତ ଭ୍ରମଣକାରୀ ଦଳ ଓ୍ୱେଷ୍ଟଇଣ୍ଡିଜ ବିପକ୍ଷରେ ବିଶାଳ ବିଜୟ ହାସଲ କରିଛି। ଇଣ୍ଡିଜ ଭାରତଠାରୁ ୧୦୭ ରନରେ ପରାସ୍ତ ହୋଇଛି। ୩୮୮ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଇଣ୍ଡିଜ ମାତ୍ର ୪୩.୩ ଓଭରରେ ୨୮୦ ରନରେ ଅଲଆଉଟ ହୋଇଯାଇଥିଲା।

ଭାରତୀୟ ଓପନର ରୋହିତ ଶର୍ମା ଓ କେଏଲ୍ ରାହୁଲଙ୍କ ବିସ୍ଫୋରକ ଶତକ ବଳରେ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଧାରିତ ୫୦ ଓଭରରେ ୫ ଓ୍ୱିକେଟ୍ ହରାଇ ୩୮୭ ରନ କରିଥିଲା। ଏହାସହ ଭ୍ରମଣକାରୀ ଦଳ ଓ୍ୱେଷ୍ଟଇଣ୍ଡିଜକୁ ୩୮୮ ରନର ବିଶାଳ ଟାର୍ଗେଟ୍ ଦେଇଥିଲା।ଆଜି ଆରମ୍ଭରୁ ପଡିଆକୁ ଓହ୍ଲାଇଥିବା ରୋହିତ ଓ ରାହୁଲ ସତର୍କତାର ସହ ଖେଳିଥିଲେ। ପରେ ଉଭୟ ଇଣ୍ଡିଜ ବୋଲରଙ୍କୁ ନିର୍ଧୁମ ପ୍ରହାର କରିଥିଲେ। ଦୁଇ ବ୍ୟାଟସମ୍ୟାନଙ୍କ ବ୍ୟାଟରୁ ଛକ୍କା ଓ ଚଉକା ବର୍ଷା ହୋଇଥିଲା। କୌଣସି ଇଣ୍ଡିଜ ବୋଲରଙ୍କୁ ସେମାନେ ଖାତିର କରିନଥିଲେ। ଏହାପରେ ଦୁହେଁ ଶତକ ଲଗାଇଥିଲେ। ରୋହିତ ୧୩୮ ବଲରୁ ବିସ୍ଫୋରକ ୧୫୯ ରନ୍ କରିଥିବା ବେଳେ ରାହୁଲ ୧୦୪ ବଲରୁ ୧୦୨ ରନ କରି ଆଉଟ ହୋଇଥିଲେ। ରୋହିତ ନିଜ ପାଳିରେ ୫ଟି ଛକ୍କା ସହ ୧୭ଟି ଚଉକା ଲଗାଇଥିଲେ।

ତେବେ ଅଧିନାୟକ  ବିରାଟ କୋହଲି ନିରାଶ କରିଥିଲେ। ସେ କୌଣସି ରନ ନକରି ପ୍ୟାଭିଲିୟନ ଫେରିଥିଲେ। ଏହାପରେ କ୍ରିଜକୁ ଆସିଥିବା ଶ୍ରେୟସ ଆୟାର ଓ ଋଷଭ ପନ୍ତ ବିସ୍ଖୋରକ ବ୍ୟାଟିଂ କରିଥିଲେ। ଶ୍ରେୟସ ୩୨ ବଲରୁ ୫୩ ରନ କରିଥିବା ବେଳେ ପନ୍ତ ୧୬ ବଲରୁ ୩୯ ରନ କରି ଆଉଟ ହୋଇଥିଲେ। ଶେଷରେ କେଦାର ଜାଦବ ମଧ୍ୟ ୧୦ ବଲରୁ ଦ୍ରୁତ ୧୬ ରନ ସଂଗ୍ରହ କରିଥିଲେ। ଇଣ୍ଡିଜ ପକ୍ଷରୁ ସେଲଡନ୍ କାଟରେଲ୍ ସବୁଠାରୁ ବ୍ୟୟ ବହୁଳ ସାବ୍ୟସ୍ତ ହୋଇଥିଲେ। ସେ ୯ ଓଭରରେ ୨ଟି ଓ୍ୱିକେଟ୍ ନେଇଥିଲେ ସୁଧା ୮୩ ରନ ବ୍ୟୟ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କିମ୍ ପୋଲ, ଅଲଜାରି ଜୋସେଫ ଓ କିରଣ ପୋଲାର୍ଡ ଗୋଟିଏ ଲେଖାଏଁ ଓ୍ୱିକେଟ୍ ନେଇଥିଲେ।

୩୮୮ ରନର ଟାର୍ଗେଟକୁ ପିଛା କରି ପଡିଆକୁ ଓହ୍ଲାଇଥିବା ଇଣ୍ଡିଜ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା। ତେବେ ସାଇ ହୋପ ଦଳର ସ୍କୋରକୁ ଆଗକୁ ନେଇଥିଲେ। ସେ ୭୮ ରନ କରିଥିଲେ। ସେହିପରି ନିକୋଲସ ପୂରନ ୭୫ ରନ କରିଥିଲେ ମଧ୍ୟ ତାହା ଇଣ୍ଡିଜକୁ ବିଜୟୀ କରାଇପାରି ନଥିଲା। ଅନ୍ୟମାନଙ୍କ ମଧ୍ୟରେ ଏବିନ ଲୁଇସ ୩୦ ରନ କରିଥିଲେ। ଦଳ ମାତ୍ର ୨୮୦ ରନ୍ କରିବାକୁ ସକ୍ଷମ ହୋଇଥିଲା।

ଆଜିର ମ୍ୟାଚରେ ଚାଇନା ମ୍ୟାନ କୂଳଦୀପ ଯାଦବ ହାଟ୍ରିକ ନେଇଥିଲେ। ସେ ପ୍ରଥମ ଭାରତୀୟ ଭାବେ ଆନ୍ତର୍ଜାତୀୟ ମ୍ୟାଚରେ ଦୁଇ ଥର ହାଟ୍ରିକ ନେଇଛନ୍ତି। ସେ ତିନୋଟି ଓ୍ୱିକେଟ୍ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମହମ୍ମଦ ସାମି ୩ଟି ଓ ରବୀନ୍ଦ୍ର ଜାଡେଜା  ୨ଟି, ସର୍ଦୁଳ ଠାକୁର ଗୋଟିଏ ଓ୍ୱିକେଟ୍ ନେଇଥିଲେ।

ସମ୍ବନ୍ଧିତ ଖବର