PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ନିର୍ଣ୍ଣାୟକ ଟି୨୦ରେ ୬୭ ରନରେ ହାର୍ ମାନିଲା ଓ୍ୱେଷ୍ଟଇଣ୍ଡିଜ୍, ଭାରତ ୨-୧ରେ ସିରିଜ୍ ବିଜୟୀ

ମୁମ୍ବାଇ, ୧୧|୧୨:  ମୁମ୍ବାଇର ଓ୍ୱାଙ୍ଖଡେ ଷ୍ଟାଡିୟମରେ ଭାରତ ଓ ଓ୍ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ଟି୨୦ରେ ଭାରତ ୬୭ ରନରେ ବିଜୟୀ ହୋଇଛି। ଏହାସହ ଭାରତ ୩ଟିକିଆ ସିରିଜକୁ ୨-୧ରେ ଜିତି ନେଇଛି।

ଭାରତ ପ୍ରଥମେ ବ୍ୟାଟିଂ କରି ରୋହିତ ଶର୍ମା, କେଏଲ ରାହୁଲ ଓ ବିରାଟ କୋହଲିଙ୍କ ବିସ୍ଫୋରକ ଇନିଂସ ବଳରେ ୨୪୦ ରନ ସ୍କୋର କରିବା ସହ ଇଣ୍ଡିଜକୁ ୨୪୧ ରନର ଟାର୍ଗେଟ୍ ଦେଇଥିଲା। ରାହୁଲ ସର୍ବାଧିକ ୯୧ ରନ୍ କରିଥିବା ବେଳେ ରୋହିତ ୭୧ ଓ କୋହଲି ୭୦ ରନ୍ କରିଥିଲଲେ। ଜବାବରେ ଇଣ୍ଡିଜ ନିର୍ଧାରିତ ୨୦ ଓଭରରେ ୮ ଓ୍ୱିକେଟ୍ ହରାଇ ୧୭୩ ରନ୍ କରିବାରେ ସଫଳ ହୋଇଥିଲା।

ଇଣ୍ଡିଜ ପକ୍ଷରୁ କୈରଣ ପୋଲାର୍ଡ ସର୍ବାଧିକ ୬୮ ରନ୍ କରିଥିବା ବେଳେ ଶିମରନ୍ ହେଟମାୟର ୪୧ ରନ୍ କରିଥିଲେ।

ଭାରତୀୟ ବୋଲର ଭୁବନେଶ୍ୱର କୁମାର, ମହମ୍ମଦ ସାମି, ଦୀପକ ଚହର ଓ କୁଲଦୀପ ଯାଦବ ୨ଟି ଲେଖାଏଁ ଓ୍ୱିକେଟ୍ ଅକ୍ତିଆର କରିଥିଲେ।