ପାକିସ୍ତାନ କବଜାରେ ଥିବା ବାୟୁସେନା ପାଇଲଟଙ୍କ ନାଁ ଅଭିନନ୍ଦନ

ନୁଆଦିଲ୍ଲୀ ୨୭/୨: ସୀମାରେ ତିକ୍ତତା ଲାଗିରହିଛି । ଏହା ମଧ୍ୟରେ ପାକିସ୍ତାନୀ ସେନା କହିଛି ଯେ ପାକିସ୍ତାନ, ଏୟାର ସ୍ପେଶରେ ପଶିଥିବା ୨ ଭାରତୀୟ ଲଢୁଆ ବିମାନକୁ ମାରି ଖସାଇ ଦେଇଛି ଏବଂ ଜଣେ ପାଇଲଟକୁ ଗିରଫ କରିଛି । ପୂର୍ବରୁ ଭାରତୀୟ ବାୟୁସେନା ପାକିସ୍ତାନର ଏହି ବୟାନକୁ ଖଣ୍ଡନ କରି ଆମର କେହି ପାଇଲଟ୍ ନିଖୋଜ ହୋଇନାହାନ୍ତି ବୋଲି କହିଥିଲା । କିନ୍ତୁ ଏବେ ଏହାକୁ ସ୍ୱୀକାର କରିଛି ଭାରତ ।

ଭାରତୀୟ ବାୟୁସେନାର ଜଣେ ପାଇଲଟ୍ ନିଖୋଜ ଅଛନ୍ତି । ପାଇଲଟଙ୍କୁ ଗିରଫ କରିଥିବା ଦାବି କରୁଛି ପାକିସ୍ତାନ । ଭାରତର ମିଗ୍-୨୧ ଯୁଦ୍ଧ ବିମାନ କ୍ରାଶରେ ନଷ୍ଟ ହୋଇଯାଇଥିଲା । ଅନ୍ଯପଟେ ପାକିସ୍ତାନୀ ସେନା ଏହା ଦାବି କରୁଛି ଯେ ଭାରତର ୨ ବିମାନକୁ ମାରି ଖସାଇ ଦେଇଛି । ସେ ଏହା ମଧ୍ଯ କହୁଛି ଯେ ସେମାନଙ୍କ ମଧ୍ଯରୁ ଜଣେ ପାଇଲଟ୍ ଜୀବୀତ ଅଛନ୍ତି । ଏହା ମଧ୍ଯରେ ବୈଦେଶିକ ମନ୍ତ୍ରାଳୟ ପ୍ରେସ୍ କନଫରେନ୍ସ କରି ଏହି ମାମଲାର ସୂଚନା ଦେଇଛନ୍ତି । ବୈଦେଶିକ ମନ୍ତ୍ରାଳୟ ସୂଚନା ଅନୁସାରେ ଜଣେ ପାଇଲଟ୍ ପ୍ରକୃତରେ ନିଖୋଜ ଅଛନ୍ତି । ନିଖୋଜ ହୋଇଥିବା ଏହି ପାଇଲଟଙ୍କ ନାଁ ଅଭିନନ୍ଦନ ବର୍ଦ୍ଧମାନ ବୋଲି ଜଣା ପଡିଛି । ଅନ୍ୟପଟେ ଜଣେ ପାକିସ୍ତାନୀ ସାମ୍ବାଦିକ ମଧ୍ଯ କମାଣ୍ଡର ଅଭିନନ୍ଦନଙ୍କ ଫଟୋ ଟ୍ୱିଟ୍ କରି ଏହା କହିଛନ୍ତି ।

ପାକିସ୍ତାନ କହୁଛି ଯେ ଭାରତୀୟ ଏୟାରଫୋର୍ସ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ ପାକିସ୍ତାନ କବଜାରେ ଅଛନ୍ତି । ପାକିସ୍ତାନ କହିବାନୁସାରେ ତା କବଜାରେ ସମୁଦାୟ ୨ ଭାରତୀୟ ପାଇଲଟ୍ ଅଛନ୍ତି । ମାତ୍ର ବୈଦେଶିକ ମନ୍ତ୍ରାଳୟ ପ୍ରବକ୍ତା ରବିଶ କୁମାର କହିଛନ୍ତି ପାକିସ୍ତାନୀ ବିମାନ ଆମ ସୀମାରେ ପଶିଆସିଥିଲା । ସେହି ସମୟରେ ଜବାବ ଦେବା ସମୟରେ ଏକ ମିଗ୍-୨୧ ଲଢୁଆ ବିମାନ କ୍ରାଶ୍ ହୋଇଯାଇଥିଲା ଏବଂ ଆମର ଜଣେ ପାଇଲଟ୍ ନିଖୋଜ ଅଛନ୍ତି । ଅନ୍ଯପଟେ ଭାରତ ଓ ପାକିସ୍ତାନ ମଧ୍ଯରେ ବଢୁଥିବା ତିକ୍ତତା ଯୋଗୁଁ ବାୟୁ ସେନାକୁ ହାଇ ଆଲର୍ଟରେ ରଖାଯାଇଛି । ଲଢୁଆ ବିମାନକୁ ୨ ମିନିଟ୍ ମଧ୍ୟରେ ପ୍ରସ୍ତୁତ ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଅଧିକ ପଢନ୍ତୁ ୱିଙ୍ଗ କମାଣ୍ଡରଙ୍କୁ ଶୁକ୍ରବାର ଛଡାଯିବ ବୋଲି ପାକିସ୍ତାନ ସଂସଦରେ କହିଲେ ଇମ୍ରାନ୍

   ସମ୍ବନ୍ଧିତ ଖବର


ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀଙ୍କୁ କରୋନା, ଏବେ କ୍ବାରେଣ୍ଟାଇନ୍‌ରେ

ଏନସିବିର ପ୍ରଶ୍ନରେ ୩ ଥର କାନ୍ଦି ପକାଇଥିଲେ ଦୀପିକା, ହାତ ଯୋଡି ଅଧିକାରୀ କହିଥିଲେ- ଇମୋସନାଲ କାର୍ଡ ଖେଳନ୍ତୁ ନାହିଁ

ପୂର୍ବତନ କେନ୍ଦ୍ରୀୟ ମନ୍ତ୍ରୀ ଯଶଓ୍ବନ୍ତ ସିଂହଙ୍କ ପରଲୋକ, ୮୨ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ

କରୋନା ରୋଗୀଙ୍କ ଠାରେ ଭିଟାମିନ୍‌—ଡି କେତେ ଜରୁରୀ ଜାଣନ୍ତୁ

ଆଉ କେତେ ଦିନ ଯାଏ ଅପେକ୍ଷା କରିବ ଭାରତ- ୟୁଏନ୍‌ରେ ପିଏମ୍‌ ମୋଦିଙ୍କ ଦମ୍ଭୋକ୍ତି

କରୋନା ଭାକ୍‌ସିନ୍ ପାଇଁ ୮୦ ହଜାର କୋଟି ଅଛି ତ ? ସରକାରଙ୍କୁ ସୀରମ୍‌ ସିଇଓଙ୍କ ପ୍ରଶ୍ନ