ଭାରତୀୟ ବାୟୁସେନାରେ ୮ ଆପାଚେ ହେଲିକପ୍ଟର ସାମିଲ,ଶତ୍ରୁପକ୍ଷକୁ ପାଇଁ ସାଜିବ ଘାତକ

ପଠାନକୋଟ୍,୩।୯: ଭାରତୀୟ ବାୟୁସେନା(ଆଇଏଏଫ୍)ର ଯୁଦ୍ଧ କ୍ଷମତାକୁ ବଢାଇବା ପାଇଁ ୮ଟି ଆମେରିକା ନିର୍ମିତ ଆପାଚେ ଏଏଚ୍-୬୪ଇ ଯୁଦ୍ଧ ହେଲିକପ୍ଟର ମଙ୍ଗଳବାର ଆଇଏଏଫରେ ସାମିଲ ହୋଇଛି। ଏ ସମ୍ପର୍କରେ ଏୟାର ଚିଫ୍ ମାର୍ଶଲ ବି.ଏସ୍ ଧନୋଆ ପଠାନକୋଟ୍ ଏୟାରଫୋର୍ସ ଷ୍ଟେସନରେ ଆୟୋଜିତ ଏହି ସମାରୋହରେ ମୁଖ୍ୟ ଅତିଥୀ ଭାବରେ ସାମିଲ ହୋଇଥିଲେ। ଭାରତୀୟ ବାୟୁସେନାରେ ସାମିଲ କରିବା ପୂର୍ବରେ ଜଣେ ପଣ୍ଡିତ ହେଲିକପ୍ଟର ପୂଜା କରିଥିଲେ ଓ ଏହା ସାମନାରେ ନଡିବ ଭାଙ୍ଗି ପାରମ୍ପାରିକ ଭାବରେ ଏହାର ସ୍ବାଗତ ବାୟୁସେନାରେ କରିଥିଲେ।

ଆପାଚେ ଏଏଚ-୬୪ଇ ବିଶ୍ବର ସବୁଠାରୁ ଉନ୍ନତ ବହୁ ଭୂମିକା ବିଶିଷ୍ଟ ଯୁଦ୍ଧ ହେଲିକପ୍ଟର ଅଟେ ଓ ଆମେରିକା ସେନା ଏହାର ବ୍ୟବହାର କରିଥାଏ। ଆଇଏଏଫର ବରି​‌ଷ୍ଠ ଅଧିକାରୀ କହିଛନ୍ତି, ୮ଟି ଆପାଚେ ହେଲିକପ୍ଟର ଆଇଏଏଫରେ ସାମିଲ ହୋଇଯାଇଛନ୍ତି, ଯାହାକି  ବାୟୁସେନାର କ୍ଷମତାକୁ ବଢାଇବ।’ ଏଏଚ୍-୬୪ଇ ଆପାଚେ ବିଶ୍ବର ସବୁଠାରୁ ଉନ୍ନତ ଓ ଯୁଦ୍ଧ ହେଲିକପ୍ଟର ମଧ୍ୟରୁ ଅନ୍ୟତମ। ଏହାର ବ୍ୟବହାର ଆମେରିକା ସେନା ମଧ୍ୟ କରିଥାଏ। ଏହି ହେଲିକପ୍ଟର ବିଶ୍ବର ଖୁବ୍ ବିପଦଜକ ହେଲିକପ୍ଟର ଗୁଡିକ ମଧ୍ୟ​ରେ ରହିଥିବା ବେଳେ ପଠାନକୋଟ୍ ଓ ଚୀନ ସୀମାର ସୁରକ୍ଷା ପାଇଁ ମୁତୟନ କରାଯିବ।

ଆଇଏଏଫ୍ ନିଜର ଆପାଚେ ହେଲିକପ୍ଟର ପାଇଁ ଆମେରିକା ସରକାର ଓ ବୋଇଂ ଲିମିଟେଡ୍ ସହିତ ସେପ୍ଟେମ୍ବର ୨୦୧୫ରେ ବହୁ ଆରବ ଡଲାରର ଚୁକ୍ତି କରିଥିଲା। ଏହା ଅନୁସାରେ ୨୨ଟି ଆପାଚେ ହେଲିକପ୍ଟରରୁ ପ୍ରଥମ ୪ଟି ଆପ​‌ଚେ ହେଲିକପ୍ଟର ଗତ ଜୁଲାଇ ୨୭ରେ ବାୟୁସେନାକୁ ଦିଆଯାଇଥିଲା। ଏହାଛଡା ପ୍ରତିରକ୍ଷା ମନ୍ତ୍ରଣାଳୟ ୨୦୧୭ରେ ସେନା ପାଇଁ ୪,୧୬୮ କୋଟି ଟଙ୍କାରେ ବୋଇଂରୁ ୬ଟି ଆପାଚେ ହେଲିକପ୍ଟର କିଣିବାକୁ ମଞ୍ଜୁରୀ ପ୍ରଦାନ କରିଥିଲା  ପ୍ରାୟ ୪ ବର୍ଷ ପରେ ହିଣ୍ଡନ ଏୟାରବେସରେ ଭାରତୀୟ ବାୟୁସେନାର ଆପାଚେ ହେଲିକପ୍ଟରର ପ୍ରଥମ ବ୍ୟାଚର ଡେଲିଭରି ହୋଇଛି।  

   ସମ୍ବନ୍ଧିତ ଖବର


ଜମ୍ମୁ-କଶ୍ମୀର: କୁଲଗ୍ରାମରେ ଆତଙ୍କୀ ଆକ୍ରମଣ, ଚାଲିଗଲା ୩ ବିଜେପି ନେତାଙ୍କ ଜୀବନ

କଲରାପତରିଆର ଡିଆଁ ଦେଖି ଲୋକେ କହିଲେ ଅଲମ୍ପିକ୍ ଯିବା ଉଚିତ୍, ଭିଡିଓ ଭାଇରାଲ

ସୂର୍ଯ୍ୟକୁମାର ଯାଦବ ଇଣ୍ଟରନ୍ୟାସନାଲ ମ୍ୟାଚ ଖେଳିବାକୁ ଚାହୁଁଛନ୍ତି ଯଦି ଆମ ଦେଶରୁ ଖେଳନ୍ତୁ, ପୂର୍ବତନ ଖେଳାଳି ଟ୍ବିଟ କରି ଦେଲେ ଅଫର

କରୋନା ଟିକା ଲଞ୍ଚ କରିବା ପାଇଁ ପ୍ରସ୍ତୁତ ହେଉଛି ମୋଡେର୍ଣ୍ଣା

ପିଏମ୍‌ ମୋଦୀଙ୍କ ‘ଜଙ୍ଗଲରାଜ କି ଯୁବରାଜ’ ଆକ୍ଷେପର ଜବାବ ରଖିଲେ ତେଜସ୍ବୀ, କହିଲେ ‘ସେ ଦେଶର ପ୍ରଧାନମନ୍ତ୍ରୀ, ଯାହା ବି କହି ପାରିବେ’

୯ ବର୍ଷ ତଳେ ଭବିଷ୍ୟବାଣୀ କରିଥିଲେ ରୋହିତ ଶର୍ମା, ଏବେ କରି ଦେଖାଇ ଦେଲେ ସୂର୍ଯ୍ୟ କୁମାର