ଅଭିନନ୍ଦନଙ୍କୁ ଛାଡ଼ିବା ପୂର୍ବରୁ ନିର୍ଯାତନା, ୧ ମିନିଟ୍ ୨୪ ସେକେଣ୍ଡର ଭିଡିଓ ସାମ୍ନାକୁ ଆସିଲା

source:www.bbc.com
ନୂଆଦିଲ୍ଲୀ,୧।୩: ଅଭିନନ୍ଦନଙ୍କୁ ଭାରତୀୟ କର୍ତ୍ତୃପକ୍ଷଙ୍କୁ ପାକିସ୍ତାନ ହସ୍ତାନ୍ତର କରିବାରେ ବିଳମ୍ବର କାରଣ ଏବେ ସାମ୍ନାକୁ ଆସିଛି । ପାକିସ୍ତାନୀ ସେନା କ୍ୟାମେରା ସାମ୍ନାରେ ତାଙ୍କର ବୟାନ ରେଡର୍କ କରିବା ସହ ତା’ର ଭିଡିଓ ପ୍ରସ୍ତୁତ କରିଥିଲା । ଅଭିନନ୍ଦନଙ୍କୁ ଛାଡିବାର ଠିକ୍ ପରେ ପରେ ସେହି ଭିଡିଓକୁ ସ୍ଥାନୀୟ ମିଡିଆକୁ ଦିଆଯାଇଛି । ୧ ମିନିଟ୍ ୨୪ ସେକେଣ୍ଡର ସେହି ଭିଡିଓରେ ଅଭିନନ୍ଦନ କିଭଳି ଧରାପଡିଥିଲେ ଓ ପାକିସ୍ତାନୀ ସେନା ତାଙ୍କୁ କିଭଳି ବଞ୍ଚାଇଲା ସେ କଥା ସେ କହୁଛନ୍ତି ।
ଏଥିସହିତ ପାକିସ୍ତାନୀ ସେନା ତାଙ୍କ ପ୍ରତି ଭଲ ବ୍ୟବହାର ପ୍ରଦର୍ଶନ କରିଥିବା କଥା ସେ କହିବା ସହ ଭାରତୀୟ ଗଣମାଧ୍ୟମକୁ ମଧ୍ୟ ସମାଲୋଚନା କରୁଥିବା ସେହି ଭିଡିଓରେ ଦେଖିବାକୁ ମିଳିଛି । କିନ୍ତୁ ସେହି ଭିଡିଓକୁ ଭଲ ଭାବେ ଦେଖିଲେ ସେଥିରେ ୨୦ରୁ ଊଦ୍ଧ୍ୱର୍ କଟ୍ କରାଯାଇଥିବା ସ୍ପଷ୍ଟ ଭାବେ ଜଣାପଡୁଛି । ତେଣୁ ପାକ୍ ସେନା ଅଭିନନ୍ଦନଙ୍କ ଉପରେ ଚାପ ପକାଇ ତାଙ୍କ ମୁହଁରେ ଏସବୁ କୁହାଇଥିବା ଓ କରାଇଥିବା ସ୍ପଷ୍ଟ ହେଉଛି ।