ଭାରତୀୟ ବାୟୁସେନାକୁ ମିଳିଲା ପ୍ରଥମ ଆପାଚି ହେଲିକପ୍ଟର, ଶତ୍ରୁ ପକ୍ଷର ଅଞ୍ଚଳରେ ପଶି କରିବ ଟାର୍ଗେଟ

ନୂଆଦିଲ୍ଲୀ,୧୧।୫: ଭାରତୀୟ ବାୟୁସେନାକୁ ପ୍ରଥମ ଆପାଚି ହେଲିକପ୍ଟର ପ୍ରଦାନ କରାଯାଇଛି। ଆମେରିକାର ଏରିଜୋନରେ ବୋଇଂ ବାୟୁସେନାର ଏୟାରମାର୍ଶଲ ଏଏସ୍ ବୁଟୋଲାଭ୍କୁ ହେଲିକପ୍ଟର ପ୍ରଦାନ କରିଛନ୍ତି। ଉଲ୍ଲେଖନୀୟ ଯେ, ୨୨ ଆପାଚି ହେଲିକପ୍ଟର ପାଇଁ ୨୦୧୫ରେ ଭାରତ ଓ ଆମେରିକା ସରକାରଙ୍କ ମଧ୍ୟରେ ଚୁକ୍ତି ହୋଇଥିଲା। ହେଲିକପ୍ଟରର ପ୍ରଥମ ବ୍ୟାଚ ସେହି ବର୍ଷ ୭ ଜୁଲାଇରେ ଆସିବ। ଏବେ ଏହି ହେଲିକପ୍ଟରର ଟ୍ରେନିଂ ପାଇଁ ଚୟନ କରାଯାଇଥିବା ଏୟାର ଓ ଗ୍ରାଉଣ୍ଡ କ୍ରୁ ଟ୍ରେନିଂ ଆମେରିକା ସେନାର ଅଲବାମା ଏୟାରବେସରେ ହେଉଛି। ବାୟୁସେନାରେ ଆପାଚି ଆସିବା ପରେ ହେଲିକପ୍ଟର ଓ୍ବିଙ୍ଗର ଶକ୍ତିରେ ଖୁବ୍ ବୃଦ୍ଧି ହେବ।

ଏହି ହେଲିକପ୍ଟରରେ ବାୟୁସେନାର ଆବଶ୍ୟକତା ଅନୁଯାୟୀ ପରିବର୍ତ୍ତନ କରାଯାଇଥିଲା। ଉଲ୍ଲେଖନୀୟ ଯେ, ଆପାଚି ହେଲିକପ୍ଟରରୁ ସଠିକ୍ ଭାବରେ ଆକ୍ରମଣ ହେବ। ଆପାଚି ଶତ୍ରୁପକ୍ଷର ଅଞ୍ଚଳରେ ପ୍ରବେଶ କରି ମାରିପାରେ। ଏହା ଆସିବା ଦ୍ବାରା ବାୟୁସେନା ସହିତ ସ୍ଥଳ ସେନାର ଅପରେସନ୍ ଶକ୍ତିରେ ବହୁଗୁଣା ବୃଦ୍ଧି ହୋଇପାରିବ। ଉଲ୍ଳେଖନୀୟ ଯେ, ଫେବୃଆରୀରେ ଆମେରିକା ଏୟାରସ୍ପେସ୍ କମ୍ପାନୀ ବୋଇଂ ଭାରତୀୟ ବାୟୁସେନା ପାଇଁ ୪ଟି ଚିନୁକ ସେନା ହେଲିକପ୍ଟର ଯୋଗାଣ ଗୁଜରାଟରେ ମୁଦ୍ରା ବନ୍ଦରରେ କରିଥିଲା। ଚିନୁକ ବହୁଦେଶୀୟ, ଭର୍ଟିକାଲ ଲିଫ୍ଟ ପ୍ଲାଟଫର୍ମ ହେଲିକପ୍ଟର ହୋଇଥିବା ବେଳେ ଏହାର ବ୍ୟବହାର ସୈନିକଙ୍କୁ ହତିଆର, ଉପକରଣ ଓ ଇନ୍ଧନକୁ ବୋହିବା ପାଇଁ କରାଯାଇଥାଏ। ଉଦ୍ଧାର ସାମଗ୍ରୀ ପହଁଞ୍ଚାଇବା ଓ ବହୁ ସଂଖ୍ୟାରେ ଳୋକଙ୍କ ବଞ୍ଚାଇବା ପାଇଁ ଏହାର ଉପଯୋଗ କରାଯାଇ ହେବ।

   ସମ୍ବନ୍ଧିତ ଖବର


ଭାରତୀ ସିଂହଙ୍କୁ ଡ୍ରଗ୍ସ ଦେଉଥିବା ବ୍ୟକ୍ତି ଧରାପଡ଼ିଲା ! ଡେଲିଭରୀ ବୟ ସାଜି କରୁଥିବା ସପ୍ଲାଇ

ଲାଲୁ ଯାଦବଙ୍କ ସେବାଦାର ଇରଫାନ୍‌ ଅନସାରୀ ନିଖୋଜ ! ଅଡ଼ିଓ ଭାଇରାଲ ହେବା ପରଠୁ ଗାଏବ୍‌

ସେକ୍ସ ରାକେଟ୍‌ର ପର୍ଦ୍ଦାଫାସ୍ -ବାଂଲାଦେଶ ଓ ରୁଷ୍‌ରୁ ଆଣୁଥିଲା ଯୁବତୀଙ୍କୁ

ବ୍ୟାଙ୍କ ଆକାଉଣ୍ଟ ଓ ପାନ୍‌କୁ ଆଧାର ସହିତ ଲିଙ୍କ କଲେ ୟୁଜର୍ସଙ୍କୁ ସତରେ କ’ଣ ବିପଦ ? ଜାଣନ୍ତୁ…

୬ ଜଣ ଗର୍ଭବତୀ ମହିଳାଙ୍କୁ ନେଇ ବନ୍ଧୁଙ୍କ ବିବାହରେ ପହଞ୍ଚିଲେ ଯୁବକ ! କହିଲେ, ସେ ସବୁ ପିଲାର ବାପା

ଅନ୍ତର୍ଜାତୀୟ ଉଡାଣ ଉପରେ ଲାଗିଥିବା ରୋକ ୩୧ ଡିସେମ୍ବର ପର୍ଯ୍ୟନ୍ତ ବଢିଲା