PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ୱିଙ୍ଗ୍ ଦ୍ଵାରା ୬୪୧ କୋଟି ଟଙ୍କାର ଜାଲ ବିଲ୍ ରାକେଟ ମାମଲାରେ ତୃତୀୟ ମାଷ୍ଟର ମାଇଣ୍ଡ୍ ଗିରଫ
  • ||
  • ସମ୍ବଲପୁର : ସମ୍ବଲପୁର ସଦର ଥାନା ଅଞ୍ଚଳରେ ଯୁବକଙ୍କୁ ହତ୍ୟା ପରେ ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ
  • ||
  • ଅଲିମ୍ପିକ୍ସ ହକି : ଭାରତ ଜର୍ମାନୀକୁ ୫-୪ ଗୋଲରେ ହରାଇ ଜିତିଲା ବ୍ରୋଞ୍ଚ ପଦକ
  • ||
  • ଟୋକିଓ : ଭାରତୀୟ ହକି ଟିମ୍‌ର ଐତିହାସିକ ବିଜୟ ନେଇ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା, କହିଲେ-ଆଗାମୀ ପିଢିର ଖେଳାଳିଙ୍କ ପାଇଁ ହେବ ପ୍ରେରଣାର ଉତ୍ସ ’
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଚାରିଛକଠାରେ ୧୬ ପେଟି କଫ୍ ସିରପ୍ ଜବତ, ସ୍କର୍ପିଓ ସହ ଜଣେ ଗିରଫ
  • ||
  • ଲମତାପୁଟ : ଲମତାପୁଟ ବ୍ଲକ ବଡ଼ପଡା ଘାଟି ନିକଟ ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ
  • ||
  • କୋଣାର୍କ : ଗ୍ୟାସ୍ ସିଲିଣ୍ଡର ଫାଟି ୪ ଛେଳି ଜୀବନ୍ତ ଦଗ୍ଧ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ମାଲକାନଗିରି : ନକ୍ସଲଙ୍କ ବର୍ବର କାଣ୍ଡ, ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ଉଡ଼ାଇଦେଲେ ବୋଲେରୋ, ୨ ମୃତ
  • ||

ପିଓକେରେ ଭାରତର ବଡ ଆକ୍ସନ,ପାକିସ୍ତାନକୁ ପ୍ରବଳ କ୍ଷତି

https://www.thestatesman.com/

ମୁଜଫରାବାଦ,୮।୮: ଭାରତୀୟ ସେନା ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନର ଶେଲିଂକୁ କଡା ଜବାବ୍ ଦେଇଛି। ଶୁକ୍ରବାର ଯେତେବେଳେ ପାକିସ୍ତାନର ତଙ୍ଗଧାର ସେକ୍ଟରରେ ସଂଘର୍ଷ ବିରାମର ଉଲଂଘନ କରିଥିବା ତେବେ ସେନା ପାଲଟା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ପାକିସ୍ତାନ ଅଧିକୃତ କଶ୍ମୀରର ଲଞ୍ଚପ୍ୟାଡରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିଲା ଓ ୪ ଜଣଆହତ ହୋଇଥିଲେ। ପାକିସ୍ତାନୀ ଗଣମାଧ୍ୟମରେ ଯେଉଁ ଭିଜୁଆଲ ଚାଲିଛି, ସେଥିରେ ବହୁ ବିଲ୍ଡିଂ ଧରାଶାୟୀ ହୋଇପଡିଥିବାର ଦେଖିବାକୁ ମିଳିଥିଲା ଓ ବଡ ପରିମାଣରେ କ୍ଷତି ସ୍ପଷ୍ଟ ଭାବରେ ଦେଖିବାକୁ ମିଳିଥିଲା।

ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି ଯେ, ଭାରତ ପକ୍ଷରୁ ଏତେ ଭାରି ଶେଲିଂ ପୂର୍ବରୁ କେବେ ହୋଇନଥିଲା। ଏକ ରିପୋର୍ଟ ଅନୁସାରେ, ଶନିବାର ଭୋର ୪ଟା ବେଳେ ମୋର୍ଟାର ଓ ମିଡିୟମ ରେଞ୍ଜ ଆର୍ଟିଲାରୀରୁ ଆକ୍ରମଣ କରାଯାଇଥିଲା। ପାକିସ୍ତାନ ଗୋଟେ ଦିନ ପୂର୍ବରୁ  ନୌଗାମ ଓ ତଙ୍ଗଧାର ସେକ୍ଟରରେ ସଂଘର୍ଷ ବିରାମ ନୀତିର ଉଲଂଘନ କରିଥିଲା। ଏହି ଶେଲିଂରେ କୁପଓ୍ବାଡା ଜିଲ୍ଲାର ୬ ଜଣ ନାଗରିକ ଆହତ ହୋଥିଲେ। ସେନାର ଜବାବୀ କାର୍ଯ୍ୟାନୁଷ୍ଠାନରେ ପିଓକେର ଲଞ୍ଚିଂ ପ୍ୟାଡକୁ ଟାର୍ଗେଟ କରିଥିଲା।

ସୁରକ୍ଷା ଏଜେନ୍ସି କିଛି ଦିନ ପୂର୍ବରୁ ଚେତାବନୀଦେଇଥିଲା ଯେ, ଏଲଓସି ସେପଟେ ପ୍ରାୟ ୩୦୦ ଆତଙ୍କବାଦୀଙ୍କ ଅନୁପ୍ରବେଶ କରିବାକୁ ସୁଯୋଗ ଅପେକ୍ଷାରେ ରହିଛନ୍ତି। ଏହି ଆତଙ୍କବାଦୀ କଶ୍ମୀର ଘାଟିର ଉରି, କୁପଓ୍ବାଡା, ବାନ୍ଦିପୋରା, ଗୁରେଜରେ ଓ ଜମ୍ମୁର ସାମ୍ବା ଓ ରାଜୌରୀ-ପୁଞ୍ଛ ସହ ଲାଗିଥିବା ସୀମାରେ  ଉପସ୍ଥିତ ରହିଛନ୍ତି। ଇନପୁଟରେ କୁହାଯାଇଥିଲା ଯେ, ଏହି ଆତଙ୍କବାଦୀଙ୍କ ଯୋଜନା ହେଉଛି ସ୍ବାଧୀନତା ଦିବସରେ ଆକ୍ରମଣ କରିବ। ତେବେ ନିକଟରେ ଅନୁପ୍ରବେଶ କରିବାର ଚେଷ୍ଟା କରି ବହୁ ଆତଙ୍କବାଦୀ ନିହତ ହୋଇଥିଲେ।

ସମ୍ବନ୍ଧିତ ଖବର