ଦେଶର ସୀମାରେ ବଡ଼ ବିପଦ, ଆତଙ୍କବାଦୀଙ୍କ ଅନୁପ୍ରବେଶ ଚେଷ୍ଟା ଜାରି – ସେନା ମୁଖ୍ୟ

ନୂଆଦିଲ୍ଲୀ –  ଭାରତୀୟ ସେନା ମୁଖ୍ୟ ଜେନେରଲ ଏମ୍‌ଏମ୍‌ ନରବଣେ ଦେଲେ ବଡ଼ ସତର୍କ ସୂଚନା । ଦେଶର ସୀମା ଏବେ ସୁରକ୍ଷିତ ନୁହେଁ ।  ଶନିବାର ( ୨୮ ନଭେମ୍ୱର) ଭାରତୀୟ ସେନା ମୁଖ୍ୟ ଏହି ସତର୍କତା ସୂଚନା ଦେଇ କହିଛନ୍ତି , ଦେଶର ସୀମାରେ ଏବେ ବିପଦ ଘନଉଛି ।  ସେ କହିଛନ୍ତି  କେନ୍ଦ୍ର ଶାସିତ ରାଜ୍ୟ ଜମ୍ମୁ-କଶ୍ମୀରରେ ସାଧାରଣ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଭଣ୍ଡୁର କରିବାକୁ ଆତଙ୍କବାଦୀମାନେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି।

ନିଜର ପ୍ରେସ୍‌ କନଫରେନ୍ସରେ ସେନା ମୁଖ୍ୟ ଜେନେରଲ ନରବଣେ କହିଛନ୍ତି , ଆମର ପଶ୍ଚିମ ସୀମାରେ ବର୍ତ୍ତମାନ ସ୍ଥିତିରେ ଆତଙ୍କବାଦ ଏକ ଗୁରୁତର ସମସ୍ୟା ହୋଇଛି । ଅନେକ ଚେଷ୍ଟା ସତ୍ତ୍ୱେ ଏହା କମୁନାହିଁ ।  ନିୟନ୍ତ୍ରଣ ରେଖା ( ଏଲ୍‌ଓସି)ରେ ଆତଙ୍କବାଦୀଙ୍କର ଲଞ୍ଚପ୍ୟାଡ୍‌ ରହିଛି ଏବଂ ଆତଙ୍କୀ ସାଧାରଣ ଲୋକତନ୍ତ୍ର ପ୍ରକ୍ରିୟାକୁ ଭଣ୍ଡୁର କରିବା ପାଇଁ ଜମ୍ମୁ-କଶ୍ମୀରେ ଅନୁପ୍ରବେଶ କରିବାକୁ ଚେଷ୍ଟା ଜାରି ରଖିଛନ୍ତି ।