PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଅଗଷ୍ଟ ୧୬ରୁ ଆରମ୍ଭ ହେବ ନବମ ଶ୍ରେଣୀ ପାଠପଢ଼ା, ସକାଳ ୯ଟାରୁ ଦିନ ସାଢ଼େ ୧୨ଟା ଯାଏ ହେବ ପାଠପଢ଼ା
  • ||
  • ସମ୍ବଲପୁର: ୮ ଘଣ୍ଟା ପରେ ପୁଣି ସହରରେ ହତ୍ୟାକାଣ୍ଡ, ମାଲତୀଗୁଣ୍ଡେପୁରରେ ଯୁବକଙ୍କୁ ହତ୍ୟା, ପ୍ରତିବାଦରେ ରାସ୍ତାରୋକ…
  • ||
  • ଟୋକିଓ ଅଲମ୍ପିକ୍ସ : ଭାରତକୁ ଆଉ ଏକ ପଦକ, ପୁରୁଷ ୫୭ କେଜି ଫ୍ରିଷ୍ଟାଇଲ କୁସ୍ତିରେ ରବିଙ୍କୁ ରୌପ୍ୟ
  • ||
  • କଟକ : ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ୱିଙ୍ଗ୍ ଦ୍ଵାରା ୬୪୧ କୋଟି ଟଙ୍କାର ଜାଲ ବିଲ୍ ରାକେଟ ମାମଲାରେ ତୃତୀୟ ମାଷ୍ଟର ମାଇଣ୍ଡ୍ ଗିରଫ
  • ||
  • ସମ୍ବଲପୁର : ସମ୍ବଲପୁର ସଦର ଥାନା ଅଞ୍ଚଳରେ ଯୁବକଙ୍କୁ ହତ୍ୟା ପରେ ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ
  • ||
  • ଅଲିମ୍ପିକ୍ସ ହକି : ଭାରତ ଜର୍ମାନୀକୁ ୫-୪ ଗୋଲରେ ହରାଇ ଜିତିଲା ବ୍ରୋଞ୍ଚ ପଦକ
  • ||
  • ଟୋକିଓ : ଭାରତୀୟ ହକି ଟିମ୍‌ର ଐତିହାସିକ ବିଜୟ ନେଇ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା, କହିଲେ-ଆଗାମୀ ପିଢିର ଖେଳାଳିଙ୍କ ପାଇଁ ହେବ ପ୍ରେରଣାର ଉତ୍ସ ’
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଚାରିଛକଠାରେ ୧୬ ପେଟି କଫ୍ ସିରପ୍ ଜବତ, ସ୍କର୍ପିଓ ସହ ଜଣେ ଗିରଫ
  • ||
  • ଲମତାପୁଟ : ଲମତାପୁଟ ବ୍ଲକ ବଡ଼ପଡା ଘାଟି ନିକଟ ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ
  • ||
  • କୋଣାର୍କ : ଗ୍ୟାସ୍ ସିଲିଣ୍ଡର ଫାଟି ୪ ଛେଳି ଜୀବନ୍ତ ଦଗ୍ଧ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ମାଲକାନଗିରି : ନକ୍ସଲଙ୍କ ବର୍ବର କାଣ୍ଡ, ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ଉଡ଼ାଇଦେଲେ ବୋଲେରୋ, ୨ ମୃତ
  • ||

ମିଆଁମାରରେ ଭାରତୀୟ ସେନାର ଆଉ ଏକ ସର୍ଜିକାଲ ଷ୍ଟ୍ରାଇକ୍, ଆତଙ୍କୀ ଲଞ୍ଚପ୍ୟାଡ୍ ଧ୍ବଂସ

ନୂଆଦିଲ୍ଲୀ,୧୫।୩:  ଗୋଟିଏ ପଟେ ୨୬ ଫେବୃଆରୀରେ ଭାରତୀୟ ବାୟୁ​‌ସେନାର ଯୁଦ୍ଧ ବିମାନ ପାକିସ୍ତାନର ବାଲକୋଟରେ ଆତଙ୍କବାଦୀଙ୍କୁ ସଫା କରୁଥିବା ବେଳେ  ମିଆଁମାରରେ ମଧ୍ୟ ସେନା ନିଜର ପରାକ୍ରମ ଦେଖାଇଛି। ଭାରତ ଓ ମିଆଁମାର ସେନାର ମିଳିତ ଅପରେସନରେ ଭାରତ-ମିଆଁମାର ସୀମାରେ ସକ୍ରିୟ ଆତଙ୍କବାଦୀ ଓ ତାଙ୍କର କ୍ୟାମ୍ପକୁ ଶେ​‌ଷ କରିଦେଇଛି।  ଏହି ମିଶନ୍  ଫେବୃଆରୀ ୧୭ରୁ ମାର୍ଚ୍ଚ ୨ ପର୍ଯ୍ୟନ୍ତ ଚାଲିଥିଲା। ଉଲ୍ଳେଖନୀୟ ଯେ କିଛି ଦିନ ପୂର୍ବେ ଗୃହମନ୍ତ୍ରୀ ରାଜନାଥ ସିଂହ ୩ଟି ସର୍ଜିକାଲ ଷ୍ଟ୍ରାଇକ୍ କଥା କହିଥିଲେ। ଦୁଇଟିର ସୂଚନା ଦେଇଥିବା ବେଳେ  ତୃତୀୟଟିର ଦେବେନି ବୋଲି କହିଥିଲେ। ଏବେ କୁହାଯାଉଛି ଯେ, ରାଜନାଥଙ୍କ ଇଶାରା ବୋଧ ହୁଏ ଏହା ଉପରେ ରହିଥିଲା।

ମିଆଁମାର ସୀମାରେ ଥିବା ଆତଙ୍କୀ ଲଞ୍ଚ ପ୍ୟାଡ୍‌ଗୁଡ଼ିକୁ  ଧ୍ୱଂସ କରିଦିଆଯାଇଥିବା ଜଣାପଡ଼ିଛି। ପ୍ରଥମ ପର୍ଯ୍ୟାରେ ଭାରତୀୟ ସେନା ମିଜୋରାମ ସୀମାରେ ଆରକନ୍‌ ଆର୍ମିର ଲଞ୍ଚ ପ୍ୟାଡ୍‌କୁ ଧ୍ୱଂସ କରିଦେଇଥିଲା। ଦ୍ୱିତୀୟ ପର୍ଯ୍ୟାରେ ନାଗା ଗ୍ରୁପ୍‌ର ଶିବିରକୁ ଟାର୍ଗେଟ କରାଯାଇଥିଲା  ମିଆଁମାର ଓ ଭାରତ ସୀମାରେ ଥିବା ସମସ୍ତ ଆତଙ୍କୀ ଶିବିରଗୁଡ଼ିକୁ ଧ୍ୱଂସ କରିବା ଏହି ଅପରେଶନର ମୂଳଲକ୍ଷ୍ୟ ରହିଥିଲା।ଏହି ଅପରେଶନରେ ଆର୍ମି, ଆସାମ ରାଇଫଲ ଓ ଅନ୍ୟ ଇନଫ୍ରାଣ୍ଟାରୀ ୟୁନିଟ୍‌ ରହିଥିଲେ।

ଉତ୍ତରପୂର୍ବ ରାଜ୍ୟରେ ଏକ ବଡ଼ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କାରାଯାଉଛି। ଏହାକୁ ମିଆଁମାର ସୀମା​ରେ ଥିବା ବିଦ୍ରୋହୀ ଗୋଷ୍ଠୀ ବିରୋଧ କରୁଥିଲା।  ତେଣୁ ଭାରତୀୟ ସେନା ଆରକନ୍‌ ଆର୍ମି ବିରୋଧରେ ଅଭିଯାନ ଆରମ୍ଭ କରିଥିଲା। ଏହି ଆରକନ୍‌ ଆର୍ମିକୁ ମିଆଁମାରର କଚିନ୍‌ ସ୍ୱାଧୀନ ଆର୍ମି ସମର୍ଥନ କରୁଛି। ଏହି କଚିନ୍‌ ସ୍ୱାଧୀନ ଆର୍ମି ସଂଗଠନକୁ ମିଆଁମାର ସରକାର ଅସିଦ୍ଧ ଘୋଷଣା କରିଛନ୍ତି। ମେଗା କାଲାଡନ୍‌ ପ୍ରକଳ୍ପକୁ ଆରକନ ଆର୍ମି ପକ୍ଷରୁ ବିରୋଧ କରାଯାଉଥିଲା।

ଏହି ପ୍ରକଳ୍ପ ଦ୍ୱାରା କୋଲକାତା ସହ ମିଆଁମାରର ସିଟ୍‌ୱେ ପୋର୍ଟ ଯୋଡ଼ି ହେବା ଦ୍ୱାରା କୋଲକାତା ଓ ମିଆଁମାର ମଧ୍ୟରେ ଦୂରତା ୧୦୦୦ କିମି କମିବ। ତେବେ ଏହି କାଲାଡନ୍‌ ପ୍ରକଳ୍ପ ପ୍ରତି ଆରକନ୍‌ ଆର୍ମି ପକ୍ଷରୁ ବିପଦ ରହିଛି ବୋଲି ଗୁଇନ୍ଦା ସଂସ୍ଥା ସୂଚନା ଦେଇଥିଲା। ଯାହାଫଳରେ ଭାରତୀୟ ସେନା ପକ୍ଷରୁ ଗୁପ୍ତ ଭାବେ ସେମାନଙ୍କ ବିରୋଧରେ ଅଭିଯାନ ଆରମ୍ଭ ହୋଇଥିଲା ଆରକନ୍‌ ଆର୍ମିର ଲଞ୍ଚ ପ୍ୟାଡ୍‌କୁ ଭାରତୀୟ ସେନା ନଷ୍ଟ କରିବା ପରେ ମିଆଁମାର ସହ ମିଶି ଯୁଗ୍ମ ଅପରେଶନ ଆରମ୍ଭ ହୋଇଥିଲା।ଗତ ୨ବର୍ଷ ମଧ୍ୟରେ କାଚିନ୍‌ ସ୍ୱାଧୀନ ଆର୍ମି(କେଆଇଏ) ପକ୍ଷରୁ ଆରକନ୍‌ ଆର୍ମିକୁ ଟ୍ରେନିଂ ଦିଆଯାଉଥିଲା।  ଏହି ତାଲିମ ଶିବିରରେ ୩୦୦୦ କ୍ୟାଡର ରହିଥିଲେ।  ଏଠାରେ ଅପରେଶନ କରିବାକୁ ୨ ମାସ ପୂର୍ବରୁ ହିଁ ଯୋଜନା ହୋଇଥିଲା।