ଭାରତୀୟ ସେନାର ଜବାବୀ ଆକ୍ରମଣରେ ୧୨ ପାକ ଯବାନ ନିହତ

ଶ୍ରୀନଗର ୨୩।୩ :  ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନୀ ପଟୁ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଙ୍ଘନ ହେଉଥିବାରୁ ଭାରତୀୟ ସେନା ତାହାର ଏକ କଠୋର ଜବାବ ଦେଇଛି । ଗତ ମାସରେ ବାଲାକୋଟରେ ଭାରତୀୟ ବାୟୁସେନା ପକ୍ଷରୁ ଆକ୍ରମଣ ପରେ ପାକିସ୍ତାନ ପ୍ରାୟ ପ୍ରତିଦିନ ଅସ୍ତ୍ରବିରତି ଉଲ୍ଲଙ୍ଘନ କରୁଛି । ଏହା ଦ୍ବାରା କେବଳ ଭାରତୀୟ ସେନା ନୁହେଁ, ସାଧାରଣ ଲୋକମାନେ ମଧ୍ୟ ମୃତାହତ ହେଉଛନ୍ତି  ଓ ବିପୁଳ ଧନଜୀବନ ହାନୀ ହେଉଛି । କିନ୍ତୁ ଭାରତୀୟ ସେନା ମଧ୍ୟ ପାକିସ୍ତାନର ଏହି ଦୁଃସାହସର ଦୃଢ ଜବାବ ଦେଉଛି ।

ଗତ ଗୁରୁବାରଦିନ ଭାରତୀୟ ସେନା ନିୟନ୍ତ୍ରଣ ରେଖା ନିକଟରେ ଏକ ବଡ଼ ଧରଣର ଅପରେସନ ଚଳାଇ ପ୍ରାୟ ୨ ଜଣ  ଅଫିସର ସମେତ ୧୨ ଜଣ ପାକିସ୍ତାନ ସେନାଙ୍କୁ ମାରିଦେଇଛି । ଏହି ଘଟଣାରେ ପ୍ରାୟ ୨୨ ଜଣ ପାକିସ୍ତାନି ସୈନିକ ଆହତ ହୋଇଛନ୍ତି । କାଶ୍ମୀରର ସୁନ୍ଦରବନୀ ଇଲାକାରେ ଏହି ଆକ୍ରମଣ ହୋଇଥିଲା । ଗୁରୁବାରଦିନ ପାକିସ୍ତାନ ପଟୁ ଗୁଳିମାଡ ଯୋଗୁଁ ଜଣେ ଭାରତୀୟ ରାଇଫଲମ୍ୟାନ ସହିଦ ହୋଇଥିଲେ ।

ଏହାର ଜବାବ ଦେବାକୁ ଯାଇ ଭାରତୀୟ ସେନା ଉପରୋକ୍ତ ଅପରେସନ କରିଥିଲା । ତେବେ ଏହି ଘଟଣାକୁ ସେନା ପକ୍ଷରୁ ଯଥାସମ୍ଭବ ଗୁପ୍ତ ରଖାଯାଇଛି । ଗତ କାଲି ପାକିସ୍ତାନର ଏକ ଏମଆଇ-୧୭ ହେଲିକାପ୍ଟର ଭାରତ ସୀମା ଭିତରକୁ ଆସି  ପାକିସ୍ତାନୀ ସୈନିକଙ୍କ ମୃତଦେହକୁ ନେଇଯାଇଥିଲେ । ଭାରତୀୟ ସେନା ପକ୍ଷରୁ ପାକ ସେନାକୁ ଏହି ମୃତଦେହଗୁଡ଼ିକ ହସ୍ତାନ୍ତର କରାଯାଇଥିଲା ।

   ସମ୍ବନ୍ଧିତ ଖବର


ଡାକ୍ତରଙ୍କ ଘୁଙ୍ଗୁର ଡ୍ୟାନ୍ସ ଭିଡିଓ ଭାଇରାଲ, ହ୍ରିତିକ ରୋଶନ କଲେ ପ୍ରଶଂସା

ଭାରତର ଜନସଂଖ୍ୟାର ଅଧା କରୋନା ସଂକ୍ରମିତ ହୋଇପାରନ୍ତି ! ଜାଣନ୍ତୁ କେବେ ସୁଦ୍ଧା?

୯ ମାସର ଗର୍ଭବତୀ ମହିଳା ୫ମିନିଟ୍‌ରେ ଦୌଡ଼ିଲେ ୧.୬ କି.ମି, ଲୋକେ କହିଲେ…

ରୁଟି ଅମ୍ମାଙ୍କ ଭିଡିଓ ଭାଇରାଲ: ୨୦ ଟଙ୍କାରେ ଲୋକଙ୍କୁ ଖୁଆନ୍ତି, ସରୁନି ଦୁଃଖ…

ବିହାର ନିର୍ବାଚନର ଏକ ରୋଚକ ତଥ୍ୟ, ୪ଟି ମେଣ୍ଟ କିନ୍ତୁ ମୁଖ୍ୟମନ୍ତ୍ରୀ ହେବାକୁ ୬ ଦାବିଦାର

ଚୀନ୍‌ର ଡିଜିଟାଲ୍ ପ୍ଲାନ୍ ! ଚାଇନିଜ୍ ମୋବାଇଲରୁ ଅରୁଣାଚଳ ଗାଏବ୍…