ସେନାରେ ସାମିଲ ହେଲା ସ୍ବଦେଶୀ ତୋପ ‘ଧନୁଷ’, ଏତେ କିଲୋମିଟର ପର୍ଯ୍ୟନ୍ତ କରିପାରିବ ଲକ୍ଷ୍ୟଭେଦ

ନୂଆଦିଲ୍ଳୀ,୮।୪: ସ୍ବଦେଶୀ ନିର୍ମିତ ଧନୁଷ ତୋପକୁ ସୋମବାର ସେନାରେ ଭର୍ତ୍ତି ହେବାପରେ ଭାରତୀୟ ସେନାକୁ ଦେଶୀ ବୋଫର୍ସ ମିଳିଯାଇଛି। ଦେଶୀ ବୋଫର୍ସ ରୂପରେ ପ୍ରସିଦ୍ଧ ବହୁପ୍ରତୀକ୍ଷିତ ଧନୁଷ ୧୫୫/୪୫ କ୍ୟାଲିବର ଗନ୍ ପ୍ରଣାଳୀ ନିଶ୍ଚିତ ଭାବରେ ସେନାର କ୍ଷମତାକୁ ବୃଦ୍ଧି କରିବ। ଧନୁଷ ବନ୍ଧୁକ ପ୍ରଣାଳୀ ୧୯୮୦ରେ ମିଳିଥିବା ବୋଫର୍ସ ଉପରେ ଆଧାରିତ ଓ କଥିତ ଭ୍ରଷ୍ଟାଚାର ମାମଲା ନେଇ ଏହାର ବିକ୍ରୀକୁ ନେଇ ବିବାଦ ସୃଷ୍ଟି ହୋଇଥିଲା।

କେ-୯ ଓ୍ବଜ୍ର ସ ଏମ୍-୭୭୭ ଅଲଟ୍ରା-ଲାଇଟ୍ ହାଉଜର ତୋପ ପରେ ଧନୁଷକୁ ସେନାରେ ସାମିଲ କରାଯିବା ଦ୍ବାରା କରାଯିବ। କେ-୯ ଓ୍ବଜ୍ର ଏକ ସ୍ବୟଂ-ଚାଳିତ ଦକ୍ଷିଣ କୋରିୟାର ହାଉଜର ଓ ଏମ୍-୭୭୭ ଆମେରିକା ଠାରୁ ମିଳିଥିବା ଅଲଟ୍ରା-ଲାଇଟ୍ ହାଉଜର ତୋପ ଅଟେ। ଧନୁଷକୁ ବୋଫର୍ସ ଭଳି ଜବଲପୁର ସ୍ଥିତ ଗନ କ୍ୟାରିଜ ଫ୍ୟାକ୍ଟ୍ରିରେ ଅର୍ଡିନାନ୍ସ ଫ୍ୟାକ୍ଟ୍ରି ବୋର୍ଡ ଦ୍ବାରା ଡିଜାଇନ୍ ଓ ବିକଶିତ କରାଯାଇଛି। ସେନାର ସ୍ବଦେଶୀ ବନ୍ଧୁକ ଉତ୍ପାଦନ ପ୍ରକଳ୍ପକୁ ସକ୍ରିୟ ଭାବରେ ସମର୍ଥନ କରାଯାଇଛି ଓ ୧୧୦ରୁ ଅଧିକ ଧନୁଷ ତୋପର ଅର୍ଡର ଦିଆଯାଇଛି।

ଧନୁଷ ଭାରତୀୟ ସେନା ପାଇଁ ଏକ ମହତ୍ତ୍ବପୂର୍ଣ୍ଣ ତୋପ। କାରଣ ଏହା ଦେଶର ନିର୍ମିତ ପ୍ରଥମ ଦୂରଗାମୀ ତୋପ। ଧନୁଷକୁ ତୋପର ବ୍ୟାରେଲ ଓଜନ ୨୬୯୨ କିଲୋଗ୍ରାମ ହୋଇଥିବା ବେଳେ ଏହାର ଲମ୍ବା ୮ସେଣ୍ଟିମିଟର। ଧନୁେ ତୋପର ଲକ୍ଷ୍ୟଭେଦ କ୍ଷମତା ୪୨ ରୁ ୪୫ କିଲୋମିଟର। ଏହାକୁ ଭାରତୀୟ ସେନାରେ ସାମିଲ କରାଯିବା ଦ୍ବାରା ସୀମାପାର ଶତ୍ରୁଙ୍କୁ କଡା ଜବାବ୍ ମିଳିବ। ଧନୁଷ ତୋଷ ଲଗାତାର ୨ ଘଣ୍ଟା ପର୍ଯ୍ୟନ୍ତ ଫାୟାର କରିବାରେ ସକ୍ଷମ ଅଟେ ଓ ଏହା ପ୍ରତି ମିନିଟ ଦୁଇଟି ଫାୟର କରିଥାଏ। ଏଥିରେ ୪୬.୫ କିଲୋ ଗୋଳାବାରୁଦ ପ୍ରୟୋଗ କରାଯାଇଥାଏ।