ଭାରତୀୟ ସେନା ପ୍ରସ୍ତୁତ କରିଛି ସ୍ୱଦେଶୀ ଆଣ୍ଡ୍ରଏଡ୍‌ ମେସେଜିଂ ଆପ୍‌ ‘ସାଇ’

ନୂଆଦିଲ୍ଲୀ – ଭାରତୀୟ ସେନା ସ୍ୱଦେଶୀ ମେସେଜିଂ ଆପ୍‌ ସାଇ କୁ ପ୍ରସ୍ତୁତ କରିଛି । ଏଥିରେ ଏଣ୍ଡ ଟୁ ଏଣ୍ଡ ଏନ୍‌କ୍ରାଇପଟେଡ୍‌ ଭଏସ୍‌ , ଟେକ୍ସ ଏବଂ ଭିଡିଓ କଲିଂ କରିହେବ । ଏହାକୁ ଆଣ୍ଡ୍ରଏଡ୍‌ ପ୍ଲାଟଫର୍ମରେ ବ୍ୟବହାର କରିହେବ ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

ଏହାର ନାମ କରଣ ସିକ୍ୟୁର୍‌ ଆପ୍ଲିକେସନ୍‌ ଫର୍‌ ଇଣ୍ଟରନେଟ୍‌ ବା ସାଇ ରଖାଯାଇଛି । ଏହାକୁ କର୍ଣ୍ଣେଲ୍‌ ସାଇ ଶଙ୍କର ପ୍ରସ୍ତୁତ କରିଛନ୍ତି । ଭାରତ ନୋଡାଲ୍‌ ଏଜେନ୍ସି ସର୍ଟ ଏହାକୁ ପରୀକ୍ଷା କରିବା ପରେ ସବୁଜ ସଙ୍କେତ ଦେଇଛି ।

ପରେ ଆଇଓଏସ୍‌ ପ୍ଲାଟଫର୍ମରେ ଏହା ଉପଲବ୍ଧ ହେବ । ଏହା ଲୋକପ୍ରିୟ ମେସେଜିଂ ଆପ୍‌ ହ୍ୱାଟସ୍‌ଆପ୍‌, ଟେଲିଗ୍ରାମ ଏବଂ ସମ୍ଭାଦ ପରି କାମ କରିବ । ଭାରତୀୟୟ ସେନାରେ କମରସିଆଲ୍ ଆପ୍ ବ୍ୟବହାର ଉପରେ କଟକଣା କରାଯାଇଛି । ଭାରତୟରେ ୫୯ଟି ଚାଇନିଜ୍‌ ଆପ୍‌କୁ ନିଷେଧ କରାଯାଇଛି । ସେନାରେ କାର୍ଯ୍ୟ କରୁଥିବା ଜବାନମାନଙ୍କୁ ଗତ ବର୍ଷ ନଭେମ୍ବର ମାସରେ ଅନ୍ୟ ମେସେଜିଂ ଆପ୍‌ ବ୍ୟବହା ନକରିବା ପାଇଁ ପରାମର୍ଶ ଦିଆଯାଇଥିଲା ।

ହ୍ୱାଟସ୍‌ଆପ୍‌ରେ ମେସେଜିଂ ବିଷୟରେ ଏହାର କର୍ତ୍ତୃପକ୍ଷ ଏବଂ ଭାରତ ସରକାରଙ୍କ ମଧ୍ୟରେ ଆଇନଗତ ଲଢେଇ ହୋଇଥିଲା । ଏହାପରେ ଭାରତ ସରକାର ନିଜର ମେସେଜିଂ ଆପ୍‌ ପ୍ରସ୍ତୁତ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ।

   ସମ୍ବନ୍ଧିତ ଖବର


କାହାକୁ ନଜଣାଇ ଲୁଚିଛପି କିମ ଜୋଙ୍ଗ ଉନ ନିଜ ପରିବାର ସହ ନେଇଗଲେ କରୋନା ଟିକା, ଜାଣନ୍ତୁ କେଉଁଠୁ ପାଇଲେ ସେ ଟିକା ?

ସୁର Vs ସମ୍ବିତ – ଏମିତି ଚେତାବନୀ ଦେଲେ ସୁର କହିଲେ ଆତ୍ମାକୁ ବାଧିଲା.. ୧୫ ଦିନ ସମୟ ଦେଲୁ ନହେଲେ

ଥରେ କି ଦୁଇଥର ନୁହେଁ ଏବେ ତୃତୀୟଥର ପାଇଁ କରୋନାକୁ ମାତ୍ ଦେଲେ ଏହି ମହିଳା, ବୟସ ଜାଣିଲେ ଆଶ୍ଚର୍ଯ୍ୟ ହେବେ…

୧୨୬ ବର୍ଷରେ ପ୍ରଥମ ଥର ପାଇଁ ଜଣେ ଭାରତୀୟ ହେବେ ବାଟାର ବସ୍

ଆତଙ୍କବାଦୀକୁ “ସୈନ୍ୟ ସମ୍ନାନ” ଭୂଷିତ କରୁଛି ପାକିସ୍ତାନ ? 26/11 ଆକ୍ରମଣରେ ନିଭାଇଥିଲା ବଡ ଭୁମିକା…

ତଦନ୍ତ ବେଳେ ଆଶ୍ଚର୍ଯ୍ୟ ହୋଇଗଲା ପୁଲିସ- ହତ୍ୟା ଅଭିଯୋଗ କରିଥିବା ବ୍ୟକ୍ତି ହଁ ହତ୍ୟାକାରୀ