ପାକିସ୍ତାନର ଅସ୍ତ୍ରବିରତୀ ଉଲ୍ଲଙ୍ଘନକୁ କଡା ଜବାବ୍ ଦେଲା ଭାରତ,ଭୟରେ ଧଳା ପତାକା ଦେଖାଇଲା ପାକ୍ ସେନା

ନୂଆଦିଳ୍ଳୀ,୧୪।୯ : ଲଗାତାର ଭାବରେ ପାକିସ୍ତାନ ସୀମାପାର କାର୍ଯ୍ୟକଳାପ ଜାରି ରଖିଛି, ତେବେ ଭାରତୀୟ ସୈନିକ ମଧ୍ୟ ଏହାକୁ ଦେଉଛି କଡା ଜବାବ୍। ବାରମ୍ବାର ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତୀ  ଉଲ୍ଲଙ୍ଘନ କରାଯାଉଥିବା ବେଳେ ଭାରତର ପାଲଟା କାର୍ଯ୍ୟାନୁଷ୍ଠାନରେ କିନ୍ତୁ ପାକିସ୍ତାନ ସେନାକୁ ଦେବାକୁ ପଡିଥିଲା ପଛଘୁଞ୍ଚା। ନିଜକୁ ରକ୍ଷା କରିବା ପାଇଁ ସେମାନେ ଧଳା ପତାକା ଦେଖାଇଥିଲେ।  ମିଳିଥିବା ଖବର ଅନୁସାରେ ଜମ୍ମୁ-କଶ୍ମୀରର ହାଜିପୁରା ସେକ୍ଟରରେ ଗତ ୧୦-୧୧ ତାରିଖରେ ଯେତେବେଳେ ପାକିସ୍ତାନୀ ସେନା ନିୟନ୍ତ୍ରଣ ରେଖା ଉଲଂଘନ କରିଥିଲେ ଏହି ସମୟରେ ଭାରତୀୟ ସେନା ଦେଇଥିଲେ କଡା ଜବାବ୍। ଏଥିରେ ୨ ଜଣ ପାକିସ୍ତାନୀ ସେନା ନିହତ ହେବା ପରେ ଭୟରେ ଅନ୍ୟ ସୈନିକମାନେ ଭାରତକୁ ଧଳା ପାତାକା ଦେଖାଇଥିଲେ, ଯେପରି ସେମାନେ ନିଜର ଯବାନଙ୍କ ମୃତଦେହକୁ ନେଇପାରିବେ। ଏହାପରେ ଭାରତୀୟ ସେନା ଫାୟାରିଂ ରୋକି ଦେଇଥିଲେ।

 ଭାରତୀୟ ସୀମାରେ ମଧ୍ୟରେ ଜଣେ ନାବାଳକକୁ ଅନୁପ୍ରବେଶ କରି ପାକିସ୍ତାନ ଆମ ଦେଶର ସେନା ଗତିବିଧି ଉପରେ ନଜର ରଖିବାକୁ ଚେଷ୍ଟା କରିଥିଲା। ସୀମରେ ଥିବା ତାର ବାଡ ପାଖରେ ଉଠିଥିବା ଘାସ ଆଢୁଆଳରେ ସବୁଜ ରଙ୍ଗର ପୋଷାକ ପିନ୍ଧି ଏହି ନାବାଳକ ଜଣକ ସକାଳେ ଭାରତୀୟ ସୀମା ଭିତରକୁ ଅନୁପ୍ରବେଶ କରିବା ସମୟରେ ବିଏସଏଫ୍ ଯବାନମାନେ ତାକୁ ଦେଖିବାପରେ ଯୋରରେ ପାଟି କରିଥିଲେ। ଏହାପରେ ନାବାଳକ ଜଣକ ସେଠାରୁ ତୁରନ୍ତ ଦୌଡିକି ପଳାଇବାକୁ ଚେଷ୍ଟା କରିବା ସମୟରେ ନିକଟସ୍ଥ ଗ୍ରାମବାସୀମାନେ ତାକୁ ଧରିନେଇଥିଲେ। ପଚରାଉଚରା ବେଳେ  ନାବାଳକ ଜଣକ ମାନିନେଇଥିଲା ଯେ, ଭାରତୀୟ ସେନା ଉପରେ ନଜର ରଖିବା ପାଇଁ ତାକୁ ସଲୀମ ଖାନ୍ ପଠାନ ନାମକ ଜଣେ ବ୍ୟକ୍ତି ପଠାଇଥିଲେ।

   ସମ୍ବନ୍ଧିତ ଖବର


ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଅଟକ ରଖି ଭୟରେ ଥିଲା ପାକିସ୍ତାନ, ବୈଠକରେ ସେନାମୁଖ୍ୟଙ୍କ ଗୋଡ ଥରିବା ସହ ମୁଣ୍ଡରୁ ବାହାରୁଥିଲା ଝାଳ…

ରେଲଓ୍ବେ ଇତିହାସର ପ୍ରଥମ ମାମଲା: ଅପହୃତ ଶିଶୁକୁ ବଞ୍ଚାଇବା ପାଇଁ ବିନା ଷ୍ଟପେଜରେ ଲଗାତାର ୨୪୦ କିଲୋମିଟର ଚାଲିଲା ଟ୍ରେନ

ଆମେରିକାରେ ‘ଭଣ୍ଡଗୁରୁ’: ଯୁବତୀଙ୍କୁ ପ୍ରଭାବିତ କରି କରୁଥିଲେ ଯୌନଦାସି, ୧୨୦ ବର୍ଷ ଜେଲ ନିର୍ଦ୍ଦେଶ ଦେଲେ ଅଦାଲତ

ଗାନ୍ଧିଙ୍କ ମାଟିରେ ମଦ ଢାଳି ଭୂମି ପୂଜନ କଲେ ନେତା, ପରେ ପ୍ରସାଦ କରି ବାଣ୍ଟିଲେ…

ମହାକାଶରୁ ମହାବିପଦ ! ପୃଥିବୀ ଆଡ଼କୁ ମାଡ଼ିଆସୁଛି ବିଶାଳ ଧୂମକେତୁ, ଧକ୍କା ହେଲେ ଆସିବ ପ୍ରଳୟ

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କରୋନା ପଜିଟିଭ୍