ଭାରତୀୟ ସେନା ଲଞ୍ଚ କଲା ସ୍ବଦେଶୀ ମେସେଜିଂ ଆପ୍ SAI, ହ୍ବାଟସଆପ୍‌ଠାରୁ ମଧ୍ୟ ଆହୁରି ସୁରକ୍ଷିତ

 ନୂଆଦିଲ୍ଲୀ,୩୦।୧୦: ଆତ୍ମନିର୍ଭର ଭାରତ  ଦିଗରେ ଆଉ ଗୋଟିଏ ପାଦ ଆଗେଇଛି ଭାରତୀୟ ସେନା। ଏବେ ନିଜର ଏକ ମେସେଜିଂ ଆପ୍ ପ୍ରସ୍ତୁତ କରାଯାଇଚି। ସେନା ପକ୍ଷରୁ ଏହି ଆପର ନାମ ‘ସିକ୍ବୋର ଆପ୍ଲିକେସନ୍ ଫର ଇଣ୍ଟରନେଟ୍’ (SAI – Secure Application for Internet)   ରଖାଯାଇଛି। ସେ ଏହି ଆପ୍ ଭଏସ୍, ଟେକ୍ସଟ୍ ଓ ଭିଡିଓ କଲିଂର ସୁବିଧା ଏଣ୍ଡ-ଟୁ-ଏଣ୍ଡ  (End-To-End Encryption) ମଧ୍ୟ ଦେଇଥାଏ। ଏହି ଆପ୍ ଆଣ୍ଡ୍ରଏଡ୍ ପ୍ଲାଟଫର୍ମ ପାଇଁ ପ୍ରସ୍ତୁତ କରାଯାଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ (Ministry of Defence) ଏ ବିଷୟରେ ସୂଚନା ଦେଇଛି।

ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ବୟାନରେ କୁହାଯାଇଛି, ମେସେଜିଂ ଆପ୍ଲିକେସନର ଏହା ମଡେଲ ହ୍ବାଟସଆପ୍, ଟେଲିଗ୍ରାମ୍, SAMVAD ଓ GIMS ଭଳି ରହିଛି। ଏଥିରେ ଏଣ୍ଡ-ଟୁ-ଏଣ୍ଡ ଏନସ୍କ୍ରିପସନରେ ସେଜିଙ୍ଗ ପ୍ରୋଟକଲକୁ ଗ୍ରହଣ କରାଯାଇଛି।  ସୁରକ୍ଷା ମାମଲାରେ ଏହା ଏକ ଖୁବ୍ ସୁନ୍ଦର, କାରଣ ଏଥିରେ ଏହି-ହାଉସ ସର୍ଭର ଓ କୋଡିଂ ଜରିଆରେ ଉପଲବ୍ଓ କରାଯିବ। ଦରକାର ପଡିଲେ ଏଥିରେ ସହଜରେ ପରିବର୍ତ୍ତନ କରାଯାଇପାରେ।

ଏହି ଆପ୍ଲିକେସନକୁ CERT  ସମ୍ପର୍କିତ ଅଡିଟର ଓ ଆର୍ମି ସାଇବର ଗ୍ରୁପ୍ ଦ୍ବାରା ଭିଟୋ କରାଯାଇଛି ଓ ବୌଦ୍ଧିକ ସମ୍ବଳ ଅଧିକାର (Intellectual Property Rights-IPR) ପାଣି, NIC ଉପରେ ହୋଷ୍ଟିଂ ଓ  iOS  ପ୍ଲାଟଫର୍ମରେ ଉପଲବ୍ଧ କରିବାର ପକ୍ରିୟା ଏବେ ଜାରି ରହିଛି।

ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନାରୁ ଜଣାପଡିଛି ଯେ, ଏହି ଏସଏଆଇ ଆପ୍ ସମ୍ପୂର୍ଣ୍ଣ ଭାବରେ ଭାରତରେ  ସେନା ଦ୍ବାରା ବ୍ୟବହାର କରାଯିବ। ଏହାଦ୍ବାରା ସେନାକୁ ସୁରକ୍ଷିତ ମେସେଜିଂର ଏକ ବିକଳ୍ପ ମିଳିପାରିବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆପ୍‌ର କାର୍ଯ୍ୟକ୍ଷମତାର ସମୀକ୍ଷା କରିବା ପରେ କର୍ଣ୍ଣଲ ସାଇ ଶଙ୍କରଙ୍କୁ ତାଙ୍କର କୌଶଳ ଓ ଆପ୍ଲିକେସନ୍ ଡେଭଲପ କରିବା ଉପରେ ଶୁଭେଚ୍ଛା ଦେଇଛନ୍ତି ଓ ତାଙ୍କର କାମର ପ୍ରଂଶସା କରାଯାଉଛି।

   ସମ୍ବନ୍ଧିତ ଖବର


ସ୍ପଷ୍ଟ କଲା ଗୁଗଲ, ‘Google Pay’ରେ ଲାଗିବନି କୌଣସି ଚାର୍ଜ

ମାସ୍କ ପିନ୍ଧୁନଥିଲେ ସାବଧାନ ! ୨୪ ଘଣ୍ଟା ଆପଣଙ୍କ ଉପରେ ନଜର ରଖୁଛି ଡ୍ରୋନ କ୍ୟାମେରା…

କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ ଦ୍ୱାରା ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ସମ୍ମାନିତ

କରୋନା ବଦଳାଇ ଦେଲା ଜୀବନ ଜୀବିକା; ଦିନେ ଏରୋପ୍ଲେନ ଚଲାଉଥିଲେ, ଆଜି ଦୁଆର ଦୁଆର ବୁଲି କରୁଛନ୍ତି ଫୁଡ ଡେଲିଭରୀ…

Truecaller ଭଳି ଆପ୍ ଲଞ୍ଚ୍ କରିବ ଗୁଗଲ, ରହିବ ଏହି ସବୁ ଫିଚର୍ସ

ସମୁଦ୍ର କୂଳରେ ମୃତଦେହ ଦେଖି ଡରିଗଲେ ମହିଳା, ପାଖରୁ ଦେଖିବା ପରେ ହୋଇଗଲେ ଆଶ୍ଚର୍ଯ୍ୟ…