ଟୁର ଅଫ୍ ଡ୍ୟୁଟି’ : ଏବେ ସାଧାରଣ ନାଗରିକ ୩ ବର୍ଷ ପାଇଁ ସେନାରେ ଭର୍ତ୍ତି ହୋଇପାରିବେ

ନୂଆଦିଲ୍ଲୀ,୧୩।୫: ସାଧାରଣ ଲୋକ ସେନାରେ ଭର୍ତ୍ତି ହୋଇ କରିପାରିବେ ଦେଶ ସେବା।  ଏଥିପାଇଁ ଭାରତୀୟ ସେନା ୩ ବର୍ଷ ପାଇଁ ‘ଟୁର ଅଫ୍ ଡ୍ୟୁଟି’ (Tour of Duty) ପାଇଁ  ସାଧାରର ନାଗରିକଙ୍କୁ ନିଜର ସଂସ୍ଥାନରେ ସାମିଲ କରିବାର ପ୍ରସ୍ତାବ ଉପରେ ବିଚାର କରୁଛି।

ଭାରତୀୟ ସେନାର ସୁତ୍ରରୁ ମିଳିଥିବା ଖବର ଅନୁସାରେ, ଏକ ପ୍ରସ୍ତାବ ଉପରେ ଚର୍ଚ୍ଚା କରାଯାଉଛି, ଯାହା ଅନୁଯାୟୀ ସାଧାରଣ ନାଗରିକଙ୍କୁ ରାଷ୍ଟ୍ର ସେବା କରିବା ପାଇଁ ୩ ବର୍ଷର ‘ଟୁର ଅଫ୍ ଡ୍ୟୁଟି’ର ଅନୁମତି ଦିଆଯିବ। ’ ପ୍ରସ୍ତାବ ସମ୍ପର୍କରେ ପଚରାଯିବା ପରେ ସେନାର ମୁଖପାତ୍ର ଏହାର ସୂଚନା ଦେଇଛନ୍ତି। ଏହି ପ୍ରସ୍ତାବ ଦେଶର ସର୍ବଶ୍ରେଷ୍ଟ ପ୍ରତିଭାଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ଭାରତୀୟ ସେନାର ପ୍ରୟାସର ଅଂଶ। ବର୍ତ୍ତମାନ, ଯାହାକି ସବୁଠାରୁ ଛୋଟ କାର୍ଯ୍ୟକାଳ ଅଟେ।

ଯୁବପୀଢିଙ୍କ ପାଇଁ ଏହାକୁ ଅଧିକ ଆକର୍ଷିତ କରିବା ପାଇଁ ସେନାର ଶୀର୍ଷ ଅଧିକାରୀଙ୍କ ଦ୍ବାରା ଲଘୁ ସେବା ଆୟୋଗର ସମୀକ୍ଷା ମଧ୍ୟ କରାଯାଉଛି। ଭାରତୀୟ ସେନା ଗତ କିଛି ବର୍ଷ ହେବ ଅଧିକାରୀଙ୍କ ଅଭାବର ସମ୍ମୁଖୀନ ହେଉଛି ଓ ଖୁବ୍ ଶୀଘ୍ର ଏହି ସମସ୍ୟାକୁ ଦୂର କରିବାକୁ ଚାହେଁ। ଲଘୁ ସେବା ଆୟୋଗକୁ ପୂର୍ବରୁ ୫ ବର୍ଷର ନ୍ୟୁନତମ ସେବା ସହିତ ଆରମ୍ଭ କରାଯାଇଥିଲା କିନ୍ତୁ ପରେ ଏହାକୁ ଆହୁରି ଅଧିକ ଆକର୍ଷକ କରିବା ପାଇଁ ୧୦ ବର୍ଷ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି।

   ସମ୍ବନ୍ଧିତ ଖବର


ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା: ୨ ଗୁରୁତର

ଏଥର ଦଶହରା ଛୁଟିରେ ବି ଆର୍‌ଟିଓରେ ହେବ ଗାଡି ପଞ୍ଜିକରଣ, ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ଖୋଲା ରହିବ ପରିବହନ କାର୍ଯ୍ୟାଳୟ

ଆଜି ମୃଣ୍ମୟୀ ଦେବୀଙ୍କ ମହାଷ୍ଟମୀ ପୂଜା, ମଣ୍ଡପରେ ସନ୍ଧିପୂଜା

ଆସୁଛି ଆଉ ଏକ ଲଘୁଚାପ ! ୩୧ ପରେ ପୁଣି ବର୍ଷା ସମ୍ଭାବନା, ୪ ଦିନରେ ସମଗ୍ର ରାଜ୍ୟରୁ ବିଦାୟ ନେବ ମୌସୁମୀ

ED ସ୍କାନରରେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ପୁଅ

ଇମ୍ରାନ୍‌ଙ୍କୁ ଝଟକା : ପୂର୍ବଭଳି ଗ୍ରେ ଲିଷ୍ଟରେ ପାକିସ୍ତାନ, FATF କହିଲା…