PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ସେନାରେ ଆମେରିକାର ସିଗ ସଉର ରାଇଫଲ ସାମିଲ: ଆତଙ୍କବାଦୀଙ୍କୁ ଦେବ ଚେକ୍

ନୂଆଦିଲ୍ଲୀ ୧୧/୧୨: ଭାରତୀୟ ସ୍ଥଳସେନାରେ ଏବେ ଆମେରିକା ନିର୍ମର୍ିତ ସିଗ ସଉର ଆସଲ୍ଟ ରାଇଫଲକୁ ସାମିଲ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଏଭଳି ୧୦,୦୦୦ ରାଇଫଲକୁ ସେନାରେ ସାମିଲ କରାଯାଇଛି ଏବଂ ଏସବୁ ରାଇଫଲକୁ ସେନାର ଉତ୍ତର କମାଣ୍ଡକୁ ହସ୍ତାନ୍ତର କରାଯାଇଛି । ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ବିରୋଧୀ ଅଭିଯାନ ଏବଂ ପାକ୍‌ ସଂଲଗ୍ନ ସୀମା ନିକଟରେ ସେନା ଏହାକୁ ବ୍ୟବହାର କରିବ ।

ଏହି ରାଇଫଲ ବ୍ୟବହାର କରିବା ଦ୍ୱାରା ସେନାର ଆକ୍ରମଣ କ୍ଷମତା ବୃଦ୍ଧି ପାଇବ । ଅତି ନିକଟରୁ କରାଯାଉଥିବା ଅପରେସନ କିମ୍ବା ଅଧିକ ଦୂରରୁ କରାଯାଉଥିବା ଅପରେସନ, ଉଭୟ ପରିସ୍ଥିତି ପାଇଁ ଏହି ରାଇଫଲ ଅତି ଉପଯୋଗୀ ଅଟେ । ଭାରତ ସରକାର ସ୍ଥଳସେନାର ଇନଫ୍ୟାଣ୍ଟ୍ରି ଡିଭିଜନ, ନୌସେନା ଏବଂ ଅର୍ଦ୍ଧ-ସାମରିକ ବାହିନୀ ପାଇଁ ତ୍ୱରିତ ପ୍ରକ୍ରିୟାରେ ସମୁଦାୟ ୭୨,୪୦୦ ସିଗ ସଉର ରାଇଫଲ କିଣିବାକୁ ଚୁକ୍ତି କରିଥିଲେ । ଏଥିପାଇଁ ଭାରତ ୭୦୦ କୋଟି ଟଙ୍କା ବ୍ୟୟ କରିବ । ଏହାକୁ ନିର୍ମାଣ କରୁଥିବା ଆମେରିକୀୟ କଂପାନି ବର୍ଷକ ଭିତରେ ଏହି ରାଇଫଲଗୁଡିକୁ ଭାରତକୁ ହସ୍ତାନ୍ତର କରିବ । ଭାରତୀୟ ସ୍ଥଳସେନା ଏବେ ଇନସାସ ରାଇଫଲକୁ ହଟାଇ ତା’ ବଦଳରେ ଏକେ-୨୦୩ ଏବଂ ସିଗ ସଉର ରାଇଫଲ ବ୍ୟାପକ ମାତ୍ରାରେ ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛି