ଜମ୍ମୁ-କଶ୍ମୀରରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ: ୨ ଆତଙ୍କବାଦୀକୁ ଧରିଲା ସେନା, ଭିଡିଓ ଜାରି

ଶ୍ରୀନଗର ୪।୯: ପୁଣି ମିଳିଛି ବଡ଼ ସଫଳତା। କଶ୍ମୀରରେ ଅନୁପ୍ରବେଶ କରିଥିବା ଦୁଇ ଆତଙ୍କବାଦୀକୁ ଗିରଫ କରିଛି ଭାରତୀୟ ସେନା। ଗିରଫ ହୋଇଥିବା ୨ ଜଣ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତଇବାର। ଚିନାର ସେନାର କମାଣ୍ଡର ଲେଫ୍ଟନେଣ୍ଟ ଜେନେରାଲ୍ କେଜିଏସ ଧିଲୋନ୍ ଏବଂ ଜମ୍ମୁ କଶ୍ମୀର ପୁଲିସର ଏଡିଜି ମୁନୀର ଖାନ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଏହା ସହିତ କହିଛନ୍ତି କି, ପାକିସ୍ତାନ ସେନା ଯେତେ ଚେଷ୍ଟା କଲେ ବି ସେମାନଙ୍କୁ ମହଁତୋଡ୍ ଜବାବ୍ ଦିଆଯିବ। କେବଳ ଏତିକି ନୁହେଁ, ସେ ଆହୁରି ବି କହିଛନ୍ତି କି, ପାକିସ୍ତାନକୁ ୧୯୭୧ ଠାରୁ ବି ଅଧିକ କଡ଼ା ଜବାବ୍ ମିଳିବ।

୨୧ ଅଗଷ୍ଟ ବିଳମ୍ୱିତ ରାତ୍ରିରେ ବାରମୁଳା ଜିଲ୍ଲାର ବୋନିୟର ସେକ୍ଟରରୁ ଏହି ଦୁଇ ଆତଙ୍କବାଦୀକୁ ଗିରଫ କରାଯାଇଥିଲା। ସାମ୍ବାଦିକ ସମ୍ମିଳନୀରେ ଏହି ଗିରଫ ଆତଙ୍କବାଦୀଙ୍କ ଭିଡିଓ ମଧ୍ୟ ଜାରି କରାଯାଇଛି। ଦୁଇ ଆତଙ୍କବାଦୀ ପାକିସ୍ତାନର ନାଗରିକ। ଜଣଙ୍କ ନା ଖଲିଲ୍ ଅହମଦ ଏବଂ ଅନ୍ୟ ଜଣଙ୍କ ନା ମୋଜମ୍ ଖୋକର ବୋଲି ଜଣାପଡ଼ିଛି। ଏହି ଆତଙ୍କବାଦୀ ଲଶ୍କାର-ଇ-ତଇବାର ନିର୍ଦ୍ଦେଶ କ୍ରମେ କଶ୍ମୀରରେ ଆସି ଆକ୍ରମଣ କରିବାର ଯୋଜନା ଥିଲା।

ସେନା ଅଧିକାରୀଙ୍କ ସୂଚନା ଅନୁଯାୟୀ ସୀମାରେ ଆତଙ୍କବାଦୀ ଅନୁପ୍ରବେଶ କରିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରୁଛନ୍ତି। କଶ୍ମୀରରେ ପାକିସ୍ତାନ ହିଂସା କରିବାକୁ ଚେଷ୍ଟା କରୁଥିବା ସେ କହିଛନ୍ତି। ଏଥିପାଇଁ ପାକିସ୍ତାନୀ ସେନା ଆତଙ୍କବାଦୀକୁ ସହଯୋଗ କରୁଛି।

   ସମ୍ବନ୍ଧିତ ଖବର


ଦୀପାବଳି ପୂର୍ବରୁ କିଣନ୍ତୁ ଦେଶର ସବୁଠୁ ଶସ୍ତା ବାଇକ୍, ଯାହାର ମୂଲ୍ୟ ମାତ୍ର ଏତିକି ଟଙ୍କା

ଏବେ କାଶ୍ମୀରରେ ଭାରତର ଅନ୍ୟ ରାଜ୍ୟର ଲୋକ କିଣିପାରିବେ ଜମି

ଚୀନ୍‌ର ମୁଣ୍ଡ ବିନ୍ଧା ଆରମ୍ଭ:ଭାରତ – ଆମେରିକାର ମନ୍ତ୍ରୀ ସ୍ତରୀୟ ଆଲୋଚନା ପରେ ଚୀନ୍‌ ଦେଉଛି ପରୋକ୍ଷ ଧମକ

ଅଷ୍ଟ୍ରେଲିଆ ଗସ୍ତରୁ ରୋହିତ ବାଦ ପଡ଼ିବା ପରେ ପ୍ରଶ୍ନ କଲେ ଗାଭାସ୍କର, କହିଲେ-ଯିଏ ନେଟ୍‌ ପ୍ରାକ୍ଟିସ୍‌ କରୁଛି…

ଲଦାଖ ନିର୍ବାଚନ: ୧୫ ଆସନରେ ବିଜେପିର ବିଜୟ , କଂଗ୍ରେସ ହାତରେ ୯…

ହୋଟେଲରେ ପ୍ରେମିକା ସହ ମଉଜ କରୁଥିବା ସମୟରେ ପହଞ୍ଚିଗଲେ ପତ୍ନୀ, ଆଉ ତା ପରେ…