PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟ: କରୋନାରେ ଆଖିବୁଜିଲେ ୧୭ ଜଣ ସଂକ୍ରମିତ, ମୃତକଙ୍କ ସଂଖ୍ୟା ୨୧୨୧କୁ ଛୁଇଁଲା
  • ||
  • ଓଡ଼ିଶାରେ ୫ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୫୨୧ ଜଣ ଆକ୍ରାନ୍ତ
  • ||
  • ଜାମ୍ମୁ କାଶ୍ମୀର : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୩ ଆତଙ୍କୀ ନିପାତ, ଭୟରେ ଜଣେ ଆତଙ୍କବାଦୀ କଲା ଆତ୍ମସମର୍ପଣ
  • ||
  • ଭୁବନେଶ୍ଵର : ତାତିରୁ ମିଳିଛି ସାମାନ୍ୟ ଆଶ୍ଵସ୍ତି, ଖସିଛି ପାରଦ, ୯ ଯାଏଁ କାଳବୈଶାଖୀ ସମ୍ଭାବନା
  • ||
  • ତାଳଚେର : ଅନୁଗୁଳ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳା ମୃତ
  • ||

ସିକିମ୍‌ରେ ତୁଷାରପାତ: ଫସିଥିବା ୧୭୦୦ ପର୍ଯ୍ୟଟକଙ୍କୁ ଉଦ୍ଧାର କଲା ଭାରତୀୟ ସେନା

ନୁଆଦିଲ୍ଲୀ ୨୮/୧୨: ଭାରତୀୟ ସେନା ଶନିବାର ସିକ୍କିମରେ ନାଥୁ ଲା ନିକଟରେ ହୋଇଥିବା ତୁଷାରପାତରେ ଫସିଥିବା ୧୭୦୦ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଛନ୍ତି । ସେନାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ’୨୭ ଡିସେମ୍ବରରେ ନାଥୁ ଲା ନିକଟରେ ଭାରୀ ତୁଷାରପାତ ଯୋଗୁଁ ପ୍ରାୟ ୧୫୦୦ରୁ ୧୭୦୦ ପର୍ଯ୍ୟଟକ ଫସିଯାଇଥିଲେ ।’ ସେ କହିଛନ୍ତି,’୩୦୦ ଟ୍ୟାକ୍ସିରେ ଯାତ୍ରା କରି ଏମାନେ ତ୍ସୋ ହ୍ରଦ ନାଥୁ ଲା ପାଖରୁ ଫେରିବା ସମୟରେ ଫସି ଯାଇଥିଲେ ।’

ବରଫ ଯୋଗୁଁ ରାସ୍ତା ବନ୍ଦ ହୋଇଯାଇଥିଲା ଯାହା ଫଳରେ ଜବାହରଲାଲ ନେହେରୁ ମାର୍ଗ କଡରେ ଏମାନେ ଫସି ରହିଥିଲେ । ଅଧିକାରୀ କହିଛନ୍ତି ଯେ ଏମିତି ସ୍ଥିତିରେ ସେନା ତୁରନ୍ତ ସାହାଯ୍ୟ କରିଥିଲା । ଖରାପ ପାଣିପାଗ ସତ୍ତ୍ୱେ ସୁରକ୍ଷା ଅଭିଯାନ ଆରମ୍ଭ କରାଯାଇଥିଲା । ସେନା ଦ୍ୱାରା ଫସିଥିବା ପର୍ଯ୍ୟଟକଙ୍କ ପାଖକୁ ଭୋଜନ, ଗରମ କପଡା ଓ ମେଡିସିନ୍ ପ୍ରଦାନ କରାଯାଇଥିଲା ।

ମହିଳା, ଶିଶୁ ଓ ବରିଷ୍ଠ ନାଗରିକଙ୍କ ସମେତ ପ୍ରାୟ ୧୭୦୦ ପର୍ଯ୍ୟଟକଙ୍କୁ ସେନା ବଞ୍ଚାଇଲା ଏବଂ ଏଥିରେ ଏମାନଙ୍କ ମଧ୍ୟରୁ ୫୭୦ଙ୍କୁ ୧୭ତମ ମାଇଲ୍ ସେନା କ୍ୟାମ୍ପରେ ଆଶ୍ରୟ ଦେଇଥିଲା । ଭାରତୀୟ ସେନା ଏବେ ବି ଉଦ୍ଧାର କାର୍ଯ୍ୟକ୍ରମ ଜାରି ରଖିଛି ଏବଂ ଫସିଥିବା ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର ପାଇଁ ଚେଷ୍ଟା ଚଳାଇଛି ।