ପ୍ରଥମ ଥର ଦେଖିବାକୁ ମିଳିଲା ହିମମାନବ ‘ୟେତି’ର ଉପସ୍ଥିତି, ଭାରତୀୟ ସେନା ସେୟାର କଲା ଫଟୋ

ନୂଆଦିଲ୍ଲୀ,୩୦।୪: ଦୀର୍ଘ ଧରି ହିମମାନବର ଉପସ୍ଥିତି ନେଇ ବିଭିନ୍ନ ପ୍ରକାର କଳ୍ପନା କରାଯାଉଥିଲା। ବହୁବାର ଲୋକମାନେ ସାରା ବିଶ୍ବରେ ହିମମାନବ ‘ୟେତି’କୁ ଦେଖିଥିବାର କହୁତିଲେ। ଏଭଳି ମାନ୍ୟତା ଦୀର୍ଘ ବର୍ଷ ଧରି ରହିଛି ଯେ, ହିମାମାନବ ହିମାଳୟରେ ଥିବା ଗୁମ୍ପା ଗୁଡିକ ଭିତରେ ରହିଥାଏ। ଯଦିଓ ଏପର୍ଯ୍ୟନ୍ତ ଏହାର ଉପସ୍ଥିତି ସମ୍ପର୍କରେ କୌଣସି ପ୍ରମାଣ ମିଳିନାହିଁ। ପ୍ରଥମ ଥର ଭାରତୀୟ ସେନା ହିମମାନବ ‘ୟେତି’ର ଉପସ୍ଥିତିକୁ ନେଇ ବଡ ଧରଣର ଖୁଲାସା କରିଛି।

ଭାରତୀୟ ସେନା ପ୍ରଥମ ଥର ହିମମାନବର ଉପସ୍ଥିତିକୁ ନେଇ ପ୍ରମାଣ ଦେଇଛି। ପ୍ରକୃତ କଥା ହେଉଛି ସେନାକୁ ହିମାଳୟରେ ହିମମାନବ ‘ୟେତି’ର ପାଦର ଚିହ୍ନ ମିଳିଛି, ଯାହାକି ସେନା ଟ୍ବିଟରରେ ସେୟାର କରିଛି। ଫଟୋରେ ବରଫ ଉପରେ ବଡ ବଡ ପାଦର ଚିହ୍ନ ଦେଖିବାକୁ ମିଳିଛି। କୁହାଯାଉଛି ଯେ, ଏହି ଚିହ୍ନ ହିମମାନବ ‘ୟେତି’ର ପାଦର ଅଟେ।

ଭାରତୀୟ ସେନା ମୋଟ ୩ଟି ଫୋଟା ଟ୍ବିଟରରେ ସେୟାର କରିଛି। ସେନାକୁ ୩୨ ଇଞ୍ଚପାଦର ଚିହ୍ନ ମିଳିଛି। ଏହି ଘଟଣା ଗତ ୯ ତାରିଖରେ ହୋଇଥିବା ବେଳେ ୨୦ ଦିନ ପରେ ସେନା ପକ୍ଷରୁ ଏହାକୁ ସେୟାର କରାଯାଇଛି। ଏହା ସହ ସେନା ପକ୍ଷରୁ କୁହାଯାଇଛି ମକାଲୁ ବରୁଣ ନ୍ୟାସନାଲ ପାର୍କରେ ପୂର୍ବରୁ ମଧ୍ୟ ଏଭଳି ହିମ ମାନବ ଦେଖିବାକୁ ମିଳିଥିଲା।

ସୋସିଆଲ ମିଡିଆରେ ହିମ ମାନବର ଚିହ୍ନକୁ ନେଇ ଏହି ଫଟୋ ସେୟାର କରାଯାଉଛି। ଫଟୋକୁ ଟ୍ବିଟରରେ ଶହ ଶହା ରିଟ୍ବିଟ୍ କରାଯାଇଛି। ଏହାକୁ ୧୨ ଘଣ୍ଟା ୪୪୦୦ ଥର ରିଟ୍ବିଟ୍ କରାଯାଇଚି।  ୮୦୦ରୁ ଅଧିକ ଲୋକ ନିଜର ପ୍ରତିକ୍ରିୟା ଦେଇଛି। ଭାରତୀୟ ସେନା ପକ୍ଷରୁ ମାଉଣ୍ଟେରିଂ ଏକ୍ସପୋଡିଶନ୍ ଟିମ୍ ‘ୟେତି’ର ସନ୍ଧାନ କରିଥିବା ନେଇ କହିଛନ୍ତି। ତେବେ ସେନାର ଏହି ଫଟୋରକୁ ନେଇ  ବହୁ ଲୋକ ବ୍ୟଙ୍ଗ କରିଛନ୍ତି ତ ଆଉ କିଛି ପ୍ରଶ୍ନ ମଧ୍ୟ ଉଠାଇଛନ୍ତି।

ଉଲ୍ଲେଖନୀୟ ଯେ ହିମମାନବ ‘ୟେତି’ ହିମାଳୟରେ ରହୁଥିବା ପ୍ରଥମ ରହସ୍ୟମୟ ପ୍ରାଣୀ। ‘ୟେତି’କୁ ଅଧିକାଂଶ ନେପାଳ ଓ ତିବ୍ଦତର ହିମାଳୟ କ୍ଷେତ୍ରରେ ଦେଖିବାର ଘଟଣା ସାମନାକୁ ଦେଖିବାକୁ ମିଳିଥିଲା। ଯଦିଓ ଏହି କଥାକୁ ନେଇ ବୈଜ୍ଞାନିକମାନେ ଏକମତ ନୁହଁନ୍ତି।

   ସମ୍ବନ୍ଧିତ ଖବର


ଗୋଟେ ବର୍ଷରେ ୨୩ଜଣ ପିଲାଙ୍କର ବାପା ହେଲେ ଯୁବକ ! କହିଲେ, ତାଙ୍କୁ କାହିଁକି ମହିଳାମାନେ ପସନ୍ଦ କରୁଛନ୍ତି

ଭଲ ଖବର- ସିଙ୍ଗାପୁରରେ କୋଭିଡ୍‌ ଆଣ୍ଟିବଡି ସହ ଜନ୍ମ ହେଲା ଶିଶୁ

ଦେଶର ସବୁ ରେଳ ଷ୍ଟେସନରୁ ଉଭାନ ହେବ ପ୍ଲାଷ୍ଟିକ୍‌ କପ୍ – ଏବେ ‘କୁଲହଡ’ରେ ଚା’ ପିଇବେ ଯାତ୍ରୀ

ଯୋଗୀ କହିଲେ ହାଇଦ୍ରାବାଦର ନାମ ହେବ ‘ଭାଗ୍ୟନଗର’, ଓଓ୍ଵେସି କହିଲେ ନାମ…

ବେଦିରେ ବସିବା ଆଗରୁ ବନ୍ଧା ହେଲା ପାଳ ଦଉଡ଼ି – କନ୍ୟାର ମୃତ୍ୟୁରେ ସରିଗଲା ସବୁ ସୁଖ

ମ୍ୟାଚ୍‌ ହାରିବା ସହ ସିରିଜ ହାରିଲା ଟିମ୍‌ ଇଣ୍ଡିଆ, ଦ୍ବିତୀୟ ଦିନିକଆରେ ୫୧ରନରେ ବିଜୟୀ ହେଲା ଅଷ୍ଟ୍ରେଲିଆ