ପାକିସ୍ତାନ ଓ ପାକ୍ ସେନାକୁ ଭାରତୀୟ ସେନାର ଚେତାବନୀ,କଶ୍ମୀରରେ ଶାନ୍ତି ଭଙ୍ଗ କରିବାକୁ କେହି ଆସିଲେ ଆମେ ତାକୁ…

ନୂଆଦିଲ୍ଲୀ,୯।୮: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇବା ପରେ ରାଗରେ ପାକିସ୍ତାନ ଭାରତ ସହିତ ଦ୍ବିପାକ୍ଷିକ ସମ୍ପର୍କ ​‌ଶେଷ କରିବାରେ ଲାଗିଛି। ସେଭଳି ଗୁଇନ୍ଦା ଏଜେନ୍ସି ମଧ୍ୟ ଆଲର୍ଟ ଜାରି କରିଛି ଯେ, ପାକ୍ ପ୍ରାୟୋଜିତ ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦ ଭାରତରେ ବହୁତ ବଡ ଆତଙ୍କବାଦୀ ଆକ୍ରମଣ କରିବାର ଷଡଯନ୍ତ୍ର କରୁଛି। ପାକିସ୍ତାନ କିମ୍ବା ଏହାର ସେନା ପକ୍ଷରୁ କଶ୍ମୀରରେ ଶାନ୍ତି ଭଙ୍ଗ କରିବାକୁ ନେଇ କରାଯାଉଥିବା ଚେଷ୍ଟାରେ ପ୍ରବଳ ଆଶଙ୍କା ଦେଖି ଭାରତୀୟ ସେନା ଆଗ୍ରହ କରିଛି ଯେ,ଯଦି ପାକିସ୍ତାନ ପଟୁ ଘାଟିରେ କେହି ଶାନ୍ତି ଭଙ୍ଗ କରିବାକୁ ଆସିବ ତେବେ ଆମେ ତାକୁ ଶେଷ କରିଦେବୁ। ଭାରତୀୟ ସେନାର ଚିନାର କର୍ପସ କମାଣ୍ଡର,ଲେଫ୍ଟନାଣ୍ଟ ଜେନେରାଲ କମ୍ବଲଜିତ୍ ସିଂ ଧିଲୋନ ଏହି ଚେତାବନୀ ଦେଇଛନ୍ତି।

ସେ ଟ୍ବିଟରରେ ପୋଷ୍ଟ କରିଥିବା ଏକ ଭିଡିଓରେ କହିଛନ୍ତି, ପାକିସ୍ତାନ କିମ୍ବା ପାକିସ୍ତାନର ସେନା ସବୁବେଳେ କଶ୍ମୀର ଘାଟିରେ ଶାନ୍ତି ଭଙ୍ଗ କରିଥାନ୍ତି। କଶ୍ମୀରରେ କିଛି ଘଟଣାକୁ ନେଇ ନିକଟରେ ପାକିସ୍ତାନ ଖୋଲାଖୋଲି ଭାବରେ ଧମକ ଦେଇଥିଲା। ଏହାପରେ ଏହି ସବୁକୁ ଆମେ ଧ୍ୟାନରେ ରଖିବୁ। ଯଦି କେହି ଘାଟିରେ ଶାନ୍ତି ଭଙ୍ଗ କରିବାର ଚେଷ୍ଟା କରନ୍ତି ତେବେ ଆମେ ତାକୁ ଶେଷ କରିଦେବୁ।

   ସମ୍ବନ୍ଧିତ ଖବର


ଆର୍ମି ଡେଣ୍ଟାଲ ସର୍ଭିସ୍‌ ଡିଜି ପଦରେ ପ୍ରଥମ ଓଡ଼ିଆ: ଲ୍ୟୁଟିନେଣ୍ଟ ଜେନେରାଲ ନନ୍ଦ କିଶୋର ସାହୁଙ୍କ ମିଳିଲା ନିଯୁକ୍ତି

ABP CVoterର ରିପୋର୍ଟ: ବିହାରରେ ସରକାର ଗଢ଼ିବ କିଏ? ଜନତାଙ୍କ ନଜରରେ ଏହି ନେତା ହେବେ ମୁଖ୍ୟମନ୍ତ୍ରୀ

ମୋ ସିନ୍ଦୂର ମୋର – ସ୍ୱାମୀଙ୍କ ପ୍ରେମିକାଙ୍କୁ ଛୁରୀରେ ଆକ୍ରମଣ କଲେ ମହିଳା !

ବିହାର ରାଜନୀତି: ଆଶାୟୀ ବିଧାୟକ ପ୍ରାର୍ଥୀ ଶ୍ରୀନାରାୟଣଙ୍କୁ ଗୁଳିକରି ହତ୍ୟା, ତାଙ୍କ ନାମରେ ଥିଲା ଅପରାଧିକ ମାମଲା

ଆମେରିକାରେ ସମସ୍ତଙ୍କୁ ମାଗଣା କୋରନା ଟିକା ଦେବା ପାଇଁ ଘୋଷଣା କଲେ ରାଷ୍ଟ୍ରପତି ପ୍ରାର୍ଥୀ ବିଡେନ୍‌

ଆଣ୍ଡ୍ରଏଡ୍‌ ୟୁଜର୍ସ ସାବଧାନ, ଭୁଲରେ ବି ଡାଉନଲୋଡ କରନ୍ତୁ ନାହିଁ ଏହି ୧୯ ଆପ୍ସ