PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

କଟକରେ ଇତିହାସ ରଚିଲେ ମହମ୍ମଦ ସାମି, କପିଲ ଦେବଙ୍କୁ ପଛରେ ପକାଇଲେ ଏହି ଭାରତୀୟ ବୋଲର

କଟକ, ୨୩|୧୨:  ଭାରତୀୟ କ୍ରିକେଟ ଦଳ ପାଇଁ ୨୦୧୯ ଅଧିକ ଭଲ ରହିଛି। ଟିମ୍ ଇଣ୍ଡିଆ ଚଳିତ ବର୍ଷ ସମସ୍ତ ଫର୍ମାଟରେ ଭଲ ପ୍ରଦର୍ଶନ କରିଛି। କଟକ ବାରବାଟୀ ଷ୍ଟାଡିୟମରେ ବିଜୟୀ ହେବା ପରେ ଭାରତ ଇଣ୍ଡିଜ ବିରୋଧରେ ୨-୧ରେ ସିରିଜ୍ ଜିତିଛି। ଏହାପୂର୍ବରୁ ଦଳ ଇଣ଼୍ଡିଜ୍ ବିରୋଧରେ ଟି୨୦ ସିରିଜ୍ ବିଜୟୀ ହୋଇଥିଲା। ଗତକାଲି ଖେଳାଯାଇଥିବା ମ୍ୟାଚରେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମି ଗୋଟିଏ ଓ୍ୱିକେଟ୍ ନେଇଥିଲେ ମଧ୍ୟ ଇତିହାସ ରଚିଛନ୍ତି।

ମହମ୍ମଦ ସାମି ଚଳିତ ବର୍ଷ ଦିନିକିଆରେ ସର୍ବାଧିକ ଓ୍ୱିକେଟ୍ ନେଇଥିବା ଭାରତୀୟ ବୋଲର ହୋଇଛନ୍ତି। କଟକରେ ସେ ସାଇ ହୋପଙ୍କ ଓ୍ୱିକେଟ୍ ନେଇ ଏହି କୀର୍ତ୍ତି ଅର୍ଜନ କରିଛନ୍ତି। ଏହା ତାଙ୍କର ଚଳିତ ବର୍ଷର ୪୨ ତମ ଶିକାର ଥିଲା। ଚଳିତ ବର୍ଷ ଓ୍ୱିକେଟ୍ ନେଇଥିବା ମାମଲାରେ ସାମିଙ୍କ ପରେ ନ୍ୟୁଜିଲାଣ୍ଡ ବୋଲର ଟ୍ରେଟ୍ ବୋଲ୍ଡଙ୍କ ନମ୍ବର ଆସୁଛି। ସେ ୩୮ଟି ଓ୍ୱିକେଟ୍ ନେଇଛନ୍ତି।

ଏହା ଦ୍ୱିତୀୟ ଥର ପାଇଁ ହୋଇଛି ୨୮ ବର୍ଷ ପରେ ଦିନିକିଆ କ୍ରିକେଟରେ ଏହି ରେକର୍ଡ୍ ଭାରତ ପାଖରେ ରହିଛି। ସାମି ଏହା ପୂର୍ବରୁ ୨୦୧୪ରେ ସର୍ବାଧିକ ଓ୍ୱିକେଟ୍ ନେଇ ସାରିଛନ୍ତି। ସେତେବେଳେ ସେ ୩୮ଟି ଓ୍ୱିକେଟ୍ ନେଇଥିଲେ। ତାଙ୍କ ବ୍ୟତୀତ କପିଲ ଦେବ ୧୯୮୬ରେ ୩୨ଟି  ଓ ୧୯୯୮ରେ ଅଜିତ ଅଗରକର ୫୮ଟି, ୨୦୦୪ରେ ଇରଫାନ୍ ପଠାନ ୪୭ଟି ଓ୍ୱିକେଟ୍ ନେଇ ସର୍ବାଧିକ ଓ୍ୱିକେଟ୍ ହାସଲକାରୀ ହୋଇଥିଲେ। କିନ୍ତୁ ସାମି ୨ ଥର ଏହି କରିସ୍ମା କରି ଦେଖାଇଛନ୍ତି।