PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିଆଣାରେ ୨୪ମଇ ଯାଏ ବଢ଼ିଲା ଲକ୍‌ ଡାଉନ୍‌ , ମୁଖ୍ୟମନ୍ତ୍ରୀ ଖଟ୍ଟର କହିଲେ –ଜନତାଙ୍କ ଦାବି ନେଇ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ କ୍ରିକେଟ ଅଲରାଉଣ୍ଡର ରାଜେନ୍ଦ୍ର ସିଂ ଜାଡେଜାଙ୍କ କରୋନାରେ ପରଲୋକ
  • ||
  • ଭୁବନେଶ୍ଵର : ରାଜ୍ୟରେ ଫିଲ୍ମ କିମ୍ଵା ସିରିୟଲ ସୁଟିଂ ଉପରେ ପ୍ରତିବନ୍ଧକ, ସମସ୍ତ ଇନଡୋର ଓ ଆଉଟଡୋର ସୁଟିଂ ବନ୍ଦ
  • ||
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ: ଆଣ୍ଡାମାନ ସାଗରରେ ସୃଷ୍ଟି ହେବ, ଅବପାତ ରୂପ ନେବା ପାଇଁ ପାଣିପାଗ ଅନୁକୂଳ…
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୭୩୨ ଜଣ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୧୨ ହଜାର ଟପିଲା
  • ||
  • ଭୁବନେଶ୍ୱର : ଓଡ଼ିଶାରେ ୧୯ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୩୧୩କୁ ବୃଦ୍ଧି
  • ||
  • ସଇଁତଳା : ଜମିବାଡ଼ି କଳହକୁ ନେଇ ଗୋଷ୍ଠୀ ସଙ୍ଘର୍ଷ, ଜଣେ ମୃତ, ୨ ଅଟକ
  • ||
  • ପାଟଣାଗଡ଼ : କରୋନା ଯୁଦ୍ଧରେ ହାରିଗଲେ ବରିଷ୍ଠ ସାମ୍ବାଦିକ କୈଳାଶ ସାହୁ
  • ||
  • ଆଠଗଡ : ଚୋରା ଚାଲାଣ ବେଳେ ଓଲଟିଲା କାଠ ବୋଝେଇ ପିକଅପ୍ ଭ୍ୟାନ, ଡ୍ରାଇଭର ମୃତ ଜଣେ ଗୁରୁତର
  • ||
  • ଭୁବନେଶ୍ୱର : ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, କରୋନା ଆକ୍ରାନ୍ତ ହେବା ପରେ ଚାଲିଛି ଚିକିତ୍ସା
  • ||
  • ଭୁବନେଶ୍ୱର : ସୋମବାରଠୁ ଅନ୍‌ଲାନ୍‌ରେ ମିଳିବ ମଦ, ସକାଳ ୭ଟାରୁ ସଂଧ୍ୟା ୫ଟା ଯାଏଁ ଦେଇ ପାରିବେ ଅର୍ଡର, ହଜାର ଟଙ୍କାରେ ମଦ କିଣିଲେ ୧୦୦ ଟଙ୍କା ଡେଲିଭାରୀ ଚାର୍ଜ
  • ||
  • ଭୁବନେଶ୍ୱର : ପାରା ଧରିବାକୁ ଯାଇ ଟ୍ରେନ୍‌ ଲାଇନ୍ରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଳିଗଲା ନାବାଳକ, ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର
  • ||
  • ଭୁବନେଶ୍ୱର : ମାସ ଶେଷକୁ ଓଡ଼ିଶାରେ ସଂକ୍ରମଣ ପିକ୍‌ରେ ପହଞ୍ଚିବ, ଜୁନ୍‌ ପ୍ରଥମ ସପ୍ତାହରୁ କମିପାରେ
  • ||
  • କଟକ : ବୃଦ୍ଧ ଦମ୍ପତ୍ତିଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ !
  • ||

ଦୁବାଇରେ ଭାରତୀୟ ଶିଳ୍ପପତି କିଣିଲେ ବିଶ୍ୱର ସବୁଠାରୁ ଦାମୀ ନମ୍ବର୍ ପ୍ଲେଟ୍, ଖର୍ଚ୍ଚ କଲେ ୬୦ କୋଟି ଟଙ୍କା

ଆବୁଧାବୀ, ୨୪|୧୨: ଅନେକ ଲୋକଙ୍କର କାର୍  ଓ ବାଇକ୍ ପ୍ରତି ଅହେତୁକ ଦୁର୍ବଳତା ରହିଥାଏ। ସେମାନେ ଗାଡି ରେଜିଷ୍ଟ୍ରେସନ ନମ୍ବର ପାଇଁ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରିଦିଅନ୍ତି। କିନ୍ତୁ ଜଣେ କଣ କେବଳ ରେଜିଷ୍ଟ୍ରେସନ ନମ୍ବର ପାଇଁ ୬୦ କୋଟି ଟଙ୍କା ଖର୍ଚ୍ଚ କରିପାରେ। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଆସନ୍ତୁ ଜାଣିବା ପୁରା ଘଟଣା ସମ୍ପର୍କରେ।

ଦୁବାଇରେ ରହୁଥିବା ଜଣେ ଭାରତୀୟ ଶିଳ୍ପପତି ୬୦ କୋଟି ଟଙ୍କା ଖର୍ଚ୍ଚ କରି ଏକ ଫ୍ୟାନ୍ସି ନମ୍ବର ପ୍ଲେଟ୍ କିଣିଛନ୍ତି। ଏହି ଶିଳ୍ପପତିଙ୍କ ନାମ ହେଉଛି ବଲବିନ୍ଦର ସିଂ। ସେ ୮୦ଟି ସ୍ୱଚନ୍ତ୍ର ନମ୍ବର ପ୍ଲେଟ୍ ମଧ୍ୟରୁ ନିଜ ପସନ୍ଦର ନମ୍ବର ନେବାକୁ ଚାହିଁଥିଲେ। ସେ ଡି ୫ ନମ୍ବର ପ୍ଲେଟ୍ ବାଛିଥିଲେ। ଏହା ତାଙ୍କୁ ଦୁବାଇ ରାସ୍ତା ଓ ପରିବହନ ଅଧିକାରୀଙ୍କଠାରୁ ତାଙ୍କୁ ମିଳିଥିଲା। ଏହାସହ ଏହା ବିଶ୍ୱର ସବୁଠାରୁ ଦାମୀ ରେଜିଷ୍ଟ୍ରେସନ ନମ୍ବର ହୋଇଯାଇଥିଲା। 

ଏହି ନିଲାମରେ ପ୍ରାୟ ୩୦୦ ଜଣ ସାମିଲ ହୋଇଥିଲେ। ତେବେ ଡି୫ ପାଇଁ ସେ ପ୍ରାୟ ୩୦ ମିଲିୟନ ଦିରହାମ ଖର୍ଚ୍ଚ କରିଥିଲେ। ବଲବିନ୍ଦରଙ୍କ ଲକି ନମ୍ବର ୯ ହୋଇଥିବାରୁ ଏହି ନମ୍ବର ପାଇଁ ସେ ଏତେ ଟଙ୍କା ଖର୍ଚ୍ଚ କରିଥିବା କହିଛନ୍ତି।

ଏହି ଶିଳ୍ପପତିଙ୍କ ଗ୍ୟାରେଜରେ ରୋଲସ୍ ରୟାସର ଅନେକ ବିଳାସପୂର୍ଣ୍ଣ କାର୍ ରହିଛି। ତାଙ୍କ ପାଖରେ ପ୍ରାୟ ୧୦୦ରୁ ଅଧିକ ଗାଡି ରହିଛି। ସେ ଆରଏସଜି ଇଣ୍ଟରନ୍ୟାଶନାଲର ମାଲିକ ଅଟନ୍ତି। ଏହା ଏକ ପ୍ରପର୍ଟି ମ୍ୟାନେଜମେଣ୍ଟ୍ କମ୍ପାନୀ।