ପ୍ରମୁଖ ଖବର
  • ବୌଦ୍ଧ ପୋଲିସକୁ ବଡ଼ ସଫଳତା, ୧୦ ଜଣିଆ ଡକାୟତି ଗ୍ୟାଙ୍ଗ ଧରିଲେ
  • ||
  • ରତ୍ନଭଣ୍ଡାର କମିଟି ଅଧ୍ୟକ୍ଷ ଜଷ୍ଟିସ୍ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ବୈଠକ, ରତ୍ନଭଣ୍ଡାର ଖୋଲିବା, ମରାମତି ନେଇ ଆଲୋଚନା
  • ||
  • ରାଇଘରରେ ପୋଲିସ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିହତ
  • ||
  • ଦିନକ ପରେ ବିଶ୍ୱପ୍ରସିଦ୍ଧ ଚନ୍ଦନଯାତ୍ରା, ନରେନ୍ଦ୍ରରେ ଚାପ ଖେଳିବେ ମଦନମୋହନ
  • ||
  • ଓଡ଼ିଶା ଆସୁଛନ୍ତି ନୀତିନ ଗଡ଼କରୀ, କୃଷ୍ଣପ୍ରସାଦପୁରରେ କରିବେ ପ୍ରଚାର
  • ||
  • ଝାରସୁଗୁଡ଼ା, ପଡିଆରୁ ୩ ମୃତଦେହ ଠାବ, ଗୋଟିଏ ପରିବାର ହୋଇଥିବା ସନ୍ଦେହ
  • ||
  • ଆଇପିଏଲ ମହାସମରରେ ପଞ୍ଜାବ କିଙ୍ଗ୍ସକୁ ଭେଟିବ ରୟାଲ୍‌ ଚ୍ୟାଲେଞ୍ଜର୍ସ, ହାରିଲେ ବିଦା
  • ||
  • ବିଏମ୍‌ସି କର୍ମଚାରୀଙ୍କୁ କଡ଼ା ନିର୍ଦ୍ଦେଶ, ଏଣିକି ବିଳମ୍ବରେ ଅଫିସ୍ ଆସିଲେ ଦରମା କାଟ୍‌
  • ||
  • ରାଜ୍ୟରେ କମ୍ପୁଛି ପ୍ରଚାର ମଇଦାନ୍, ଆଜି ଗଞ୍ଜାମ, କନ୍ଧମାଳରେ କ୍ୟାମ୍ପେନିଂ କରିବେ ନବୀନ
  • ||
  • ରାଜ୍ୟରେ ଆସନ୍ତା ୧୨ ଯାଏ ଅଧିକ ବର୍ଷା ସମ୍ଭାବନା, ୧୫ ଯାଏ ଉପକୂଳରେ ବଢ଼ିବନି ତାତି
  • ||

ଆମେରିକା କମ୍ପାନୀର CEO ହେବାକୁ ହେଲେ ଜଣେ ଭାରତୀୟ ହେବା ଆବଶ୍ୟକ: ଆମେରିକା ରାଷ୍ଟ୍ରଦୂତ

ନୂଆଦିଲ୍ଲୀ: ସାରା ବିଶ୍ବରେ ଏବେ ଭାରତୀୟଙ୍କ ଦବ୍‌ଦବା ବଢିବାରେ ଲାଗିଛି । ଗୁଗୁଲ୍, ୟୁଟ୍ୟୁବ୍, ମାଇକ୍ରୋସଫ୍ଟ, ଷ୍ଟାରବକ୍ସ, ନୋଭାର୍ଟିସ୍, ଆଇବିଏମ୍ ଏବଂ ଆଡୋବ ଭଳି ବିଶ୍ବର ଅନେକ ବଡ କମ୍ପାନୀର ସିଇଓ ଏବେ ଭାରତୀୟ ଅଟନ୍ତି । ବହୁ ଆମେରିକୀୟ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାରତୀୟ ମୂଳ ଅଟନ୍ତି । ଆଉ ଏଭଳି ପରିସ୍ଥିତିରେ ଲୋକମାନେ ଥଟ୍ଟା କରି କୁହନ୍ତି ଯେ ଏକ ଆମେରିକୀୟ କମ୍ପାନୀର ସିଇଓ ହେବାକୁ ହେଲେ ଜଣେ ଭାରତୀୟ ହେବା ଆବଶ୍ୟକ । ଏହି ମଜାଦାର୍ ଉକ୍ତିଟିକୁ ଆମେରିକାର ରାଷ୍ଟ୍ରଦୂତ ଏରିକ ଗାର୍‌ସିଟି ୨୬ ଏପ୍ରିଲରେ ଆମେରିକାରେ ରହୁଥିବା ଭାରତୀୟ ମୂଳ ଲୋକଙ୍କୁ ପ୍ରଶଂସା କରିବା ସହ କହିଥିଲେ ଯେ ଏକ ଆମେରିକୀୟ କମ୍ପାନୀର ସିଇଓ ହେବାକୁ ହେଲେ ଭାରତୀୟ ମୂଳ ହେବା ଆବଶ୍ୟକ।

ଆମେରିକା ରାଷ୍ଟ୍ରଦୂତ ଏରିକ୍ ଗାର୍ସିଟି ନ୍ୟୁଜ୍ ଏଜେନ୍ସି ANI ସହିତ କଥା ହେବା ବେଳେ ଭାରତୀୟଙ୍କୁ ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ ପୂର୍ବରୁ ଆମେରିକାରେ ଏକ ମଜାଦାର ଉକ୍ତି ଥିଲା ଯେ, ଯଦି ଆପଣ ଜଣେ ଭାରତୀୟ, ତେବେ ଆପଣ ଆମେରିକାରେ ସିଇଓ ହୋଇପାରିବେ ନାହିଁ। ଏଥି ସହିତ, ବର୍ତ୍ତମାନ ଲୋକମାନେ ଥଟ୍ଟା କରି କହିଛନ୍ତି ଯେ ଯଦି ଆପଣ ଜଣେ ଭାରତୀୟ ନୁହଁନ୍ତି ତେବେ ଆପଣ ଆମେରିକାରେ ସିଇଓ ହୋଇପାରିବେ ନାହିଁ । ସେ କହିଛନ୍ତି ଯେ ପ୍ରବାସୀ ଭାରତୀୟ ମାନେ ଆମେରିକାରେ ଅନେକ ବଡ଼ ପରିବର୍ତ୍ତନ କରିଛି । ସେ କହିଛନ୍ତି ଯେ ନିକଟ ଅତୀତରେ ଆମେରିକାରେ ଭାରତୀୟଙ୍କୁ ନେଇ ଏକ ବଡ ପରିବର୍ତ୍ତନ ଆସିଛି । ଆମେରିକୀୟ ଲୋକମାନେ ବର୍ତ୍ତମାନ ଭାରତୀୟ ମାନଙ୍କୁ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି।

ଏରିକ୍ ଗାରସିଟି ଭାରତୀୟ ଛାତ୍ରମାନଙ୍କ ପାଇଁ ଆମେରିକାକୁ ଏକ ସୁରକ୍ଷିତ ଦେଶ ବୋଲି ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି ଯେ ଭାରତୀୟ ଛାତ୍ରମାନଙ୍କ ପାଇଁ ଆମେରିକା ଏକ ସୁରକ୍ଷିତ ଦେଶ ଏବଂ ଆମେରିକା ଭାରତୀୟ ଛାତ୍ରମାନଙ୍କ ବିଷୟରେ ଚିନ୍ତା କରେ। ସେ ପିତାମାତାଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ, ସେମାନେ ସର୍ବଦା ବୁଝିବା ଉଚିତ ଯେ ଭାରତୀୟ ପିଲାମାନେ ଆମର । ସେ କହିଛନ୍ତି ଯେ ଆମେରିକାରେ ସମ୍ବଳର ଅଭାବ ନାହିଁ ଏବଂ ଆମେ ଛାତ୍ରମାନଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସାହାଯ୍ୟ କରିବାକୁ ପ୍ରସ୍ତୁତ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.