୫ ମାସ ପରେ ବ୍ୟାଟିଂ ଅଭ୍ୟାସ ପାଇଁ ନେଟ୍ ପ୍ରାଟିସ୍‌କୁ ଓହ୍ଲାଇଲେ ପାଣ୍ଡ୍ୟା

ବେଙ୍ଗାଲୁରୁ ୧୩/୨ : ଆହତ ସମସ୍ୟା ଓ ଅସ୍ତ୍ରୋପଚାର ଯୋଗୁ ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦୀର୍ଘ ୫ ମାସ ହେଲା ଭାରତୀୟ ଦଳରେ ଦେଖିବାକୁ ମିଳି ନାହିଁ । ହେଲେ ଖୁବ୍‌ ଶୀଘ୍ର ସେ ଦଳକୁ ଫେରିବା ଆଶା କରାଯାଉଛି ।

ଏନ୍‌ସିଏରେ ଚିକିତ୍ସିତ ହେଉଥିବା ପାଣ୍ଡ୍ୟା ଇତି ମଧ୍ୟରେ ବ୍ୟାଟିଂ ଅଭ୍ୟାସ ଆରମ୍ଭ କରିଛନ୍ତି । ବେଙ୍ଗାଲୁରୁ ସ୍ଥିତ ଏମ୍‌ ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ରେ ପେସ୍‌ ବୋଲର ଈଶାନ୍ତ ଶର୍ମା ଓ ହାର୍ଦ୍ଦିକ ପାଣ୍ଡ୍ୟା ଅଭ୍ୟାସ କରିଥିବା ଦେଖିବାକୁ ମିଳିଥିଲା । ଏହି ଗ୍ରାଉଣ୍ଡରେ ଘରୋଇ କର୍ଣ୍ଣାଟକ ଓ ବରୋଦା ମଧ୍ୟରେ ରଣଜୀ ଟ୍ରଫି ମୁକାବିଲା ଖେଳାଯାଉଥିଲା । ଏନ୍‌ସିଏର ଡାକ୍ତିରୀ ଦଳର ତତ୍ତ୍ୱାବଧରନରେ ଈଶାନ୍ତ ଓ ପାଣ୍ଡ୍ୟା ଅଭ୍ୟାସ କରିଥିଲେ । ଉଭୟ ଦୀର୍ଘ ସମୟ ଧରି ୱାର୍ମଅପ୍‌ କରିଥିଲେ । ଏହାପରେ ପାଣ୍ଡ୍ୟା ନେଟ୍ସକୁ ଓହ୍ଲାଇଥିଲେ । ଅବଶ୍ୟ ସେ କେବଳ ଥ୍ରୋ-ଡାଉନ୍‌ରେ ହାଲ୍‌କା ବ୍ୟାଟିଂ ଅଭ୍ୟାସ କରିଥିଲେ । ଶେଷ ଥର ପାଇଁ ସେପ୍ଟେମ୍ବର ମାସ ୨୨ ତାରିଖରେ ଅନୁଷ୍ଠିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-ଟ୍ୱେଣ୍ଟିରେ ଖେଳିଥିଲେ । ଏହାପରେ ସେ ଲଣ୍ଡନ ଗସ୍ତ କରି ପିଠିରେ ଅସ୍ତ୍ରୋପଚାର କରାଇଥିଲେ ।

ଗତ ଡିସେମ୍ବର ମାସରେ ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଘୋଷିତ ଭାରତ ଏ’ ଦଳରେ ପାଣ୍ଡ୍ୟାଙ୍କୁ ସ୍ଥାନ ମିଳିଥିଲା । ହେଲେ ଫିଟ୍‌ନେସ୍‌ ଫେରି ପାଇବା ପାଇଁ ଅଧିକ ସମୟ ଆବଶ୍ୟକ ହେଉଥିବାରୁ ଜାନୁଆରୀ ମାସ ୧୨ ତାରିଖରେ ତାଙ୍କୁ ଦଳରୁ ବାଦ ଦିଆଯାଇଥିଲା । ଏହାପରେ ପାଣ୍ଡ୍ୟା ଲଣ୍ଡନ ଗସ୍ତ କରି ସ୍ପାଇନାଲ ସର୍ଜନ ଜେମ୍ସ ଆଲିବନଙ୍କ ନିକଟରେ ଅସ୍ତ୍ରୋପଚାର ସ୍ଥାନର ପରୀକ୍ଷା କରାଇଥିଲେ । ପାଣ୍ଡ୍ୟାଙ୍କ ନିକଟରେ କୌଣସି ଅସ୍ତ୍ରୋପଚାର ଜନିତ ସମସ୍ୟା ନଥିବା ସ୍ପଷ୍ଟ ହୋଇଛି । ଆଗାମୀ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଦିନିକିଆ ସିରିଜ୍‌ ପୂର୍ବରୁ ଫିଟ୍‌ ହେବାକୁ ସେ ଲକ୍ଷ୍ୟ ରଖିଛନ୍ତି ।

   ସମ୍ବନ୍ଧିତ ଖବର


ଜିମ୍‌ରେ ଧୋନୀଙ୍କ ଷ୍ଟଣ୍ଟ ଦେଖି ଆଶ୍ଚର୍ଯ୍ୟ ହେଲେ ଲୋକେ ; ଭିଡ଼ିଓ ଭାଇରାଲ

ପୃଥ୍ୱୀଙ୍କ ଉପରେ ଭରସା କରନ୍ତି ବିରାଟ, କୋହଲି କହିଲେ…

ଅଣ୍ଡର-୧୯ ମହିଳା କ୍ରିକେଟ୍‌ରେ ଇତିହାସ ରଚିଲେ କାଶଭି: ଦିନିକିଆ ମ୍ୟାଚ୍‌ରେ ନେଲେ ୧୦ ୱିକେଟ୍‌

ଆଇପିଏଲ୍‌-୧୩: ଅଭ୍ୟାସ୍‌ ପାଇଁ ହୋମ୍ ଗ୍ରାଉଣ୍ଡକୁ ଫୋରିଲେ ମାହୀ, ୨ତାରିଖରୁ ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମ ଦଳ ସହ ଆରମ୍ଭ କରିବେ ଅଭ୍ୟାସ