PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ : ବିଶିଷ୍ଟ ଗାନ୍ଧିବାଦୀ ଭଦ୍ରକ ମହାବିଦ୍ୟାଳୟର ପ୍ରାକ୍ତନ ଅଧକ୍ଷ ପ୍ରଫେସର ସନାତନ ମହାନ୍ତିଙ୍କ ପରଲୋକ
  • ||
  • ମାଲକାନଗିରି : ମାଲକାନଗିରି ମୋଟୁ ସୀମାନ୍ତ ୪ ରାଜ୍ୟ ପ୍ରବେଶ ଦ୍ୱାର ଚେକପୋଷ୍ଟ ପରିଦର୍ଶନ କଲେ ପୁଲିସ ମହାନିର୍ଦ୍ଦେଶକ ଅଭୟ, କୋଭିଡ ସ୍ଥିତି ଓ ମାଓ ସମୀକ୍ଷା କଲେ ପୁଲିସ ଡିଜି
  • ||
  • କପିଲାଭଟା : ପାରିବାରିକ କଳହରୁ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ
  • ||
  • ଓଡ଼ିଶା: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୮୦୫ ଜଣ କରୋନା ପଜିଟିଭ, ୨୧ ଜଣଙ୍କ ଜୀବନ ନେଲା ମହାମାରୀ
  • ||
  • ବାଲେଶ୍ଵର : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍, ୩ ମୃତ ୨ ଗୁରୁତର
  • ||
  • OJEE: ଜୁନ୍‌ ୧୫ ଯାଏ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ, ଜୁନ୍‌ ୧୭ତାରିଖ ସୁଦ୍ଧା ଅନ୍‌ଲାଇନ୍‌ରେ ଫି’ଦାଖଲ କରିପାରିବେ
  • ||
  • ପୁରୀ:ଏ ବର୍ଷ ବି ବିନା ଭକ୍ତରେ ହେବ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା, କେବଳ ସେବାୟତ ଟାଣିବେ ରଥ
  • ||
  • ପୁରୀ: ଆଜି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା, ମେ ୧୫ରୁ ଜୁନ୍‌ ୬ ଯାଏଁ ୧୪୪ ଧାରା ଜାରି
  • ||
  • ଚାଷୀ କୂଳ ପାଇଁ ଖୁସି ଖବର: ମେ’ ୩୧ରେ କେରଳ ଛୁଇଁବ ମୌସୁମୀ,ଜୁନ୍ ୧୦ରୁ ୧୨ ସୁଦ୍ଧା ଓଡ଼ିଶା
  • ||
  • ଆଜି ପବିତ୍ର ଅକ୍ଷୟ ତୃତୀୟା, ମାଟି ମା’କୁ ପୂଜା କରି ଚାଷ କାମ ଅନୁୁକୂଳ କରିବେ ଚଷା ପୁଅ
  • ||

ଏସିଆର ସମସ୍ତ କରେନ୍ସି ଉପରେ ଭାରି ପଡିଲା ଭାରତୀୟ ଟଙ୍କା, ସାଧାରଣ ଖାଉଟିଙ୍କ ଉପରେ କଣ ପଡିବ ପ୍ରଭାବ? ପଢନ୍ତୁ…

ନୂଆଦିଲ୍ଲୀ, ୨୩|୧୨:  ସାରା ବିଶ୍ୱର ବୃହତ ଅର୍ଥବ୍ୟବସ୍ଥାର ପ୍ରଚଳିତ କରେନ୍ସି ମୁକାବିଲାରେ ଭାରତୀୟ ଟଙ୍କା ମଜବୁତ ହୋଇଛି। ଆମେରିକା ଡଲାର ତୁଳନାରେ ଡିସେମ୍ବରରେ ଭାରତୀୟ ମୁଦ୍ରା ୧ ପ୍ରତିଶତ ମଜବୁତ ହୋଇଛି। ନ୍ୟୁଜ୍ ଏଜେନ୍ସି ବ୍ଲୁମବର୍ଗର ରିପୋର୍ଟ ଅନୁସାରେ, ଏସିଆରେ ବୃହତ ଅର୍ଥବ୍ୟବସ୍ଥାର କରେନ୍ସିରେ ଭାରତୀୟ ଟଙ୍କା ସବୁଠାରୁ ଭଲ ପ୍ରଦର୍ଶନ କରିଛି। ଅକ୍ଟୋବର ଓ ନଭେମ୍ବରରେ ଭାରତୀୟ ଟଙ୍କା ୧ ପ୍ରତିଶତରୁ ଅଧିକ ଦୁର୍ବଳ ହୋଇଥିଲା।

ଭାରତୀୟ ଟଙ୍କା ମଜବୁତ ହେଲେ ଏହାର ସିଧା ପ୍ରଭାବ ପେଟ୍ରୋଲ ଓ ଡିଜେଲ୍ ଦାମ୍ ଉପରେ ପଡିଥାଏ। କାରଣ ଭାରତ ନିଜ ଆବଶ୍ୟକତାର ୮୦ ପ୍ରତିଶତ ବିଦେଶରୁ କିଣିଥାଏ। ଏବେ ଭାରତୀୟ ତୈଳ କମ୍ପାନୀ ଅଶୋଧିତ ତୈଳ କିଣିବା ପାଇଁ କମ୍ ଅର୍ଥ ଖର୍ଚ୍ଚ କରିବେ। ଏହାର ଫାଇଦା ଗ୍ରାହକଙ୍କୁ ମିଳିବ।

ବ୍ଲୁମବର୍ଗ ଆହୁରି କହିଛି ଯେ, ଅକ୍ଟୋବର ଓ ନଭେମ୍ବରରେ ଭାରତୀୟ ଟଙ୍କା ସବୁଠାରୁ ଅଧିକ ଦୁର୍ବଳ ହୋଇଥିଲା।  କିନ୍ତୁ କର୍ପୋରେଟ୍ ଟିକସ୍ ହ୍ରାସ ପାଇବା ପରେ ବିଦେଶୀ ନିବେଶକମାନେ ଭାରତୀୟ ସେୟାର ବଜାରରେ କାରବାର କରିଥିଲେ। ଏହାର ଫାଇଦା ଟଙ୍କାକୁ ମିଳିଥିଲା। ଏବେ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ୭୧.୧୬ ସ୍ତରରେ ପହଁଚିଛି।

ସାଧାରଣ ଖାଉଟିଙ୍କ ଉପରେ କଣ ପଡିବ ପ୍ରଭାବ

ଭାରତୀୟ କମ୍ପାନୀ ନିଜ ଆବଶ୍ୟକତାର ୮୦ ପ୍ରତିଶତ ପେଟ୍ରୋଲିୟମ ଉତ୍ପାଦ ଆମଦାନୀ କରିଥାଏ। ଟଙ୍କା ମଜବୁତ ହେବା ପରେ ପେଟ୍ରୋଲିୟମ ଉତ୍ପାଦର ଆମଦାନୀରେ କମ ଅର୍ଥ ଖର୍ଚ୍ଚ ହେବ।ତୈଳ କମ୍ପାନୀ ପେଟ୍ରୋଲ୍ ଓ ଡିଜେଲର ମୂଲ୍ୟ କମ କରିପାରନ୍ତି।ଡିଜେଲ ଦାମ କମ ହେଲେ ଦରବୃଦ୍ଧି ହ୍ରାସ ପାଇବ। ଏପରିକି ଭାରତରେ ରନ୍ଧନ ତୈଳ ଓ ଡାଲି ଜାତୀୟ ଉତ୍ପାଦର ଦାମ କମିଯିବ।