PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍‌ ଅମରିନ୍ଦର ସିଂହ
  • ||
  • ଏସିଏଫ୍‌ ସୌମରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣା – ଭୁବନେଶ୍ୱର ଫରେନସିକ୍‌ ଲ୍ୟାବ୍‌ରେ ଡିଏଫ୍‌ଓ , ରୋଷେୟାଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଚାଲିଛି
  • ||
  • କେନ୍ଦୁଝର: ମହିଳାଙ୍କୁ ନିର୍ଯାତନା ଦେବା କାରଣରୁ ସ୍ୱାମୀ, ଶାଶୁ, ଶଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ୍
  • ||
  • ଲୋଇସିଂହା: ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଦାରିଙ୍ଗବାଡି : ସଂରକ୍ଷିତ ଜଙ୍ଗଲରୁ ଚୋରା ଚାଲାଣ ବେଳେ କାଠପଟା ଜବତ, ଜଣେ ଗିରଫ
  • ||
  • ଲୋଇସିଂହା : ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ, କାରଣ ଅସ୍ପଷ୍ଟ
  • ||
  • କେନ୍ଦୁଝର : ମହିଳାଙ୍କୁ ନିର୍ଯାତନା ଦେବାରୁ ସ୍ୱାମୀ, ଶାଶୁ, ଶ୍ଵଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ ଦଣ୍ଡ
  • ||
  • ପଦ୍ମପୁର: ଗଜଲକ୍ଷ୍ମୀ ଷ୍ଟୋରରେ ଜିଏସଟି ବିଭାଗର ଚଢ଼ାଉ
  • ||
  • ବ୍ରହ୍ମପୁର: ଗଞ୍ଜାମରେ ୧୦୧୦ଗାଁ ବାଲ୍ୟ ବିବାହ ମୁକ୍ତ ଘୋଷଣା କଲା ପ୍ରଶାସନ
  • ||
  • ବଲାଙ୍ଗୀର: ରାତିରେ ପରିବାର ଲୋକଙ୍କ ସହ ଶୋଇଥିଲା ବେଳେ ମହିଳାଙ୍କୁ କାମୁଡି ଦେଲା ବିଷାକ୍ତ ସାପ, ଆଖିବୁଜଲେ ମହିଳା
  • ||
  • ପାଟଣା: ପୂର୍ବତନ ପାଟଣା ବିଧାୟକ ରାମରାଇ ମୁଣ୍ଡାଙ୍କ ପରଲୋକ
  • ||
  • ସମ୍ବଲପୁର: ହୀରାକୁଦର ପୁଣି ବନ୍ଦ ହେଲା ୬ ଗେଟ୍, ୧୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
  • ||
  • ବାଙ୍କୀ : ହୁଳୁହୁଳା ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ, ବାଙ୍କୀର ବହୁ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୨୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରୁ ୨୪ ଘଣ୍ଟା ମଧ୍ୟରେ ଆଉ ୬୯୫ଜଣ କରୋନା ପଜିଟିଭ୍ ଚିହ୍ନଟ
  • ||
  • ସଠିପୁର : ଦୁଇ କଣ୍ଟେନର ମୁହାଁମୁହିଁ ଧକ୍କା, ଉଭୟ ଡ୍ରାଇଭର ଆହତ
  • ||
  • ଜଗତସିଂହପୁ : ହଂସୁଆ ନଈରେ ଘାଇ, ୧୦ରୁ ଅଧିକ ଗାଁ ଜଳମଗ୍ନ
  • ||
  • ସମ୍ବଲପୁର : ସୁଧୁରୁଛି ଉପରମୁଣ୍ଡର ବନ୍ୟା ସ୍ଥିତି, ହୀରାକୁଦରେ ବନ୍ଦ ହେଲା ୪ ଗେଟ୍‌, ୨୪ ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି
  • ||
  • କାମାକ୍ଷାନଗର : ଚାଷୀଙ୍କୁ ଦଳି ମାରିଲା ଦନ୍ତା
  • ||
  • ରାଉରକେଲା : ବିମାନଘାଟି ପରିସରରେ ଜଣେ ମହିଳା ଶ୍ରମିକଙ୍କୁ ଦୁଷ୍କର୍ମ ଉଦ୍ୟମ, ଠିକା କର୍ମଚାରୀ ଅଟକ
  • ||

‘ଭାରତରେ କର୍ମନିଯୁକ୍ତି କ୍ଷେତ୍ରର ସ୍ଥିତି’ ରିପୋର୍ଟ: ପୁରୁଷଙ୍କ ତୁଳନାରେ ମହିଳାଙ୍କ ଦରମା ୩୪% କମ୍‌

ଭୁବନେଶ୍ୱର,୨୮ା୩(ବ୍ୟୁରୋ): ପୁରୁଷଙ୍କ ଭଳି ସମାନ ଯୋଗ୍ୟତା ଥାଇ ମଧ୍ୟ ସବୁବେଳେ ମହିଳା କର୍ମଜୀବୀ ଉପେକ୍ଷିତ । ଦକ୍ଷତା ଥିଲେ ସୁଦ୍ଧା ଜଣେ ମହିଳା ଶ୍ରମିକ ପୁରୁଷ ଶ୍ରମିକ ଅପେକ୍ଷା ୩୪% କମ୍‌ ଦରମା ପାଇଥାନ୍ତି । ୨୦୧୫ ମସିହାର ଏକ ପରିସଂଖ୍ୟାନରୁ ଜଣାଯାଇଛି ଯେ ୯୨% ମହିଳା ଓ ୮୨% ପୁରୁଷ ମାସକୁ ୧୦ ହଜାର ଟଙ୍କାରୁ କମ୍‌ ଆୟ କରୁଛନ୍ତି । ଗୁଣାତ୍ମକ ଚାକିରିର ଅଭାବ ଓ ମଜୁରୀ କ୍ଷେତ୍ରରେ ପାତର ଅନ୍ତର ଯୋଗୁଁ ଭାରତୀୟ ଶ୍ରମ ବଜାରରେ ଅସମାନତା ଦେଖାଦେଉଛି । ‘ଭାରତରେ କର୍ମନିଯୁକ୍ତି କ୍ଷେତ୍ରର ସ୍ଥିତି’ ଶୀର୍ଷକ ଅକ୍ସଫାମ ଇଣ୍ଡିଆର ସଦ୍ୟ ପ୍ରକାଶିତ ରିପୋର୍ଟ ଏହା ସ୍ପଷ୍ଟ କରୁଛି ।

ଏନେଇ ଗୁରୁବାର ସ୍ଥାନୀୟ ପ୍ରେସ୍‌ କ୍ଲବ୍‌ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ବିଶିଷ୍ଟ ଅର୍ଥନୈତିକ ବିଶ୍ଳେଷକ ଦିଲ୍ଲିପ ଶତପଥୀ ଓ ପ୍ରିୟରଞ୍ଜନ ସାହୁ ଯୋଗଦେଇ ସରକାର ଦେଶରେ କର୍ମକ୍ଷେତ୍ରର ଅସମାନତା ଦୂର କରିବା ପାଇଁ ଯଥେଷ୍ଟ ପଦକ୍ଷେପ ନେବା ଉପରେ ଗୁରୁତ୍ୱାରୋପ କରିଥିଲେ । ସେମାନେ କହିଥିଲେ କର୍ମକ୍ଷେତ୍ରର ଅଭିବୃଦ୍ଧି ତଥା ଲିଙ୍ଗଭେଦ ଦୂର କରିବା ପାଇଁ ଅନେକ ଭାଷଣବାଜି ହେଉଛି, କିନ୍ତୁ ପ୍ରକୃତ କଥା ହେଉଛି ଭାରତର ଅର୍ଥନୈତିକ ବିକାଶ ହାରରେ ମହିଳାମାନଙ୍କୁ ପଛରେ ଛାଡି ଦିଆଯାଉଛି ।
ପ୍ରକାଶିତ ରିପୋର୍ଟରେ ମହିଳା ଓ ପୁରୁଷମାନଙ୍କ ନିଯୁକ୍ତି କ୍ଷେତ୍ରକୁ ସ୍ଥିର କରିବା ଦିଗରେ ସାମାଜିକ ପ୍ରଥାସବୁ କିପରି ପ୍ରଭାବିତ କରୁଛନ୍ତିି ସେଗୁଡିକ ମଧ୍ୟ ଦର୍ଶାଯାଇଛି ।

ଜାତୀୟ ନମୁନା ସର୍ବେକ୍ଷଣ ସଂସ୍ଥାନ (ଏନ୍‌ଏସ୍‌ଏସ୍‌ଓ)ର ରିପୋର୍ଟ ଅନୁସାରେ ନିୟମିତ ଦରମା ପାଉଥିବା ଜଣେ ମହିଳା ଶ୍ରମିକ ସମାନ କାମ ପାଇଁ ପୁରୁଷ ଶ୍ରମିକଙ୍କଠାରୁ ଗ୍ରାମାଞ୍ଚଳରେ ୧୦୫ ଟଙ୍କା ଓ ସହରାଞ୍ଚଳରେ ୧୨୩ ଟଙ୍କା କମ ମଜୁରୀ ପାଇଥାଏ । ସାମୟିକ କାର୍ଯ୍ୟ କ୍ଷେତ୍ରରେ ଏହା ଗ୍ରାମାଞ୍ଚଳରେ ପାଖାପାଖି ୪୭ ଟଙ୍କା ଓ ସହରାଞ୍ଚଳରେ ପାଖାପାଖି ୭୨ ଟଙ୍କା କମ୍‌ ହୋଇଥାଏ । ଧର୍ମକୁ ଭିତ୍ତିକରି ସହରାଞ୍ଚଳର ଜୀବିକା ବଜାରରେ ମହିଳାଙ୍କ ଭାଗିଦାରୀରେ ସେମିତି କିଛି ଅନ୍ତର ପରିଲକ୍ଷିତ ହୁଏ ନାହିଁ । ତଥାପି ଅନେକ ସମୟରେ ଆମେ ଦେଖୁ ଯେ ଘରୋଇ ଉତ୍ପାଦନ କ୍ଷେତ୍ରରେ ମୁସଲିମ୍‌ ମହିଳାମାନେ ଅଧିକ ଯୋଗ ଦେଇଥାନ୍ତି । ଆବର୍ଜନା ସଂଗ୍ରହ କ୍ଷେତ୍ରରେ ଦଳିତ ମହିଳାମାନେ ଏବଂ ଅଣ ଦଳିତ ମହିଳାମାନେ ପାଠ ପଢ଼ାଇବା ବା ସ୍ୱାସ୍ଥ୍ୟସେବା ଭଳି କାର୍ଯ୍ୟରେ ଅଧିକ ଯୋଗ ଦେଇଥାନ୍ତି ।

ସମ୍ବନ୍ଧିତ ଖବର