ଗମ୍ଭୀର ଆର୍ଥିକ ସଙ୍କଟରେ ଦେଶ: ବିଗତ ୫ ବର୍ଷରେ ପ୍ରତି ପରିବାର ଉପରେ ବଢିଛି ୫୮% ଋଣ

ନୂଆଦିଲ୍ଲୀ,୧୬।୯: ଆର୍ଥିକ ମାନ୍ଦାବସ୍ଥା, ବେରୋଜଗାରୀ, ଉଦ୍ୟୋଗ ଜଗତରେ ଅସ୍ଥିରତା ଓ ଦରଦାମ ବୃଦ୍ଧି ଭିତରେ ଭାରତୀୟଙ୍କ ପାଇଁ ଆଉ ଏକ ଖରାପ ଖବର। ନିକଟରେ ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଗତ ୫ ବର୍ଷରେ ଭାରତୀୟ ପରିବାରର ଋଣଭାର ଦୁଇଗୁଣା ହୋଇପଡିଛି ଓ ଏହି ସମୟରେ ପ୍ରତି ପରିବାର ପ୍ରତି ଋଣ ଭାର ୫୮ ପ୍ରତିଶତ ବଢି ୭.୪ ଲକ୍ଷ କୋଟି ଟଙ୍କାରେ ପହଁଞ୍ଚି ଯାଇଛି। ଏହା ପୂର୍ବରୁ ୨୦୧୭ରେ ଏହା ବଢି ମାତ୍ର ୨୨ ପ୍ରତିଶତ ରହିଥିଲା। ଏହି ପରିସଂଖ୍ୟନ ଦେଶର ସବୁଠାରୁ ବଡ ସରକାରୀ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ରିସର୍ଚ୍ଚ ଓ୍ବିଙ୍ଗର ଅଧ୍ୟୟନରୁ ଜଣାପଡିଛି।

କେବଳ ସେତିକି ନୁହେଁ, ଏହି ୫ ବର୍ଷ ଭିତରେ ଭାରତୀୟ ପରିବାରର ଋଣ ଦୁଇଗୁଣା ହୋଇପଡିଛି। ସେଭଳି ଘରୋଇ ସେଭିଂ(ସଞ୍ଚୟ) ୪ ପ୍ରତିଶତର ହ୍ରାସ ଘଟିଛି ଓ ଏହା ୩୪.୬ ପ୍ରତିଶତରୁ ହ୍ରାସ ପାଇ ୩୦.୫ ପ୍ରତିଶତରେ ପହଁଞ୍ଚି ଯାଇଛି। ଏହି ସମୟରେ ଖର୍ଚ୍ଚ ଯୋଗ୍ୟ ଆମଦାନୀ(ଡିସପୋଜାଲ ଇନକମ୍) ମାତ୍ର ଦେଢଗୁଣା ବଢିଛି। ଏହାର ଫଳରେ ଦେଶର ମୋଟ ସେଭିଂରେ ୪ ପ୍ରତିଶତ ହ୍ରାସ ଘଟିଛି।

ଘରୋଇ ସ୍ତରରେ ସଞ୍ଚୟରେ ହ୍ରାସ ଘଟିବା ଯୋଗୁଁ ଏହାର ପ୍ରଭାବ ସାରା ଦେଶରେ ପଡିଛି। ଗତ ୫ ବର୍ଷରେ ଦେଶର ଘରୋଇ ସଞ୍ଚୟରେ ହ୍ରାସ ଘଟିବା ଯୋଗୁଁ ପ୍ରାୟ ୬ ପ୍ରତିଶତ (ଜିଡିପି) ତଳକୁ ଖସି ଯାଇଛି। ପରିସଂଖ୍ୟନକୁ ଦେଖିଲେ ଗତ ୨୦୧୨ରେ ଘରୋଇ ସଞ୍ଚୟ ଦର ୨୩.୬ ପ୍ରତିଶତରେ ଥିଲା ତାହା ୨୦୧୮ରେ ହ୍ରାସ ପାଇଁ ୧୭.୨ ପ୍ରତିଶତରେ ରହିଯାଇଛି। ଏହାର ପ୍ରଭାବ ଏବେ ଅର୍ଥବ୍ୟବସ୍ଥା ଉପରେ ପଡିଛି। ସେଭଳି ଏହି ସମୟରେ ଦେଶରେ  ଘରୋଇ ପୁଞ୍ଜିନିବେଶରେ ବହୁ ହ୍ରାସ ଘଟିଛି। ୨୦୦୭ରୁ ୨୦୪ ଭିତରେ ଯେଉଁଠି ଘରୋଇ ପୁଞ୍ଜିନିବେଶ ୫୦ ପ୍ରତିଶତ ରହିଥିଲା ତାହା  ୨୦୧୪ରୁ ୨୦୧୯ ଭିତରେ ମାତ୍ର ୩୦ ପ୍ରତିଶତ ହୋଇଯାଇଛି।

ଚାରିଆଡୁ ଆସୁଥିବା ଏହି ସଙ୍କେତ ଓ ତାଜା ପରିସଂଖ୍ୟନରୁ ସ୍ପଷ୍ଟ ହୋଇଯାଇଛି ଯେ, ଏହା କେବଳ ଏକ ଆର୍ଥିକ ସଙ୍କଟ ନୁହେଁ, ଏହି ସ୍ଥିତିର ମୂଳ ଆହୁରି ଅଧିକ ଗଭୀର ଓ ଗତ ୫ ବର୍ଷରେ ଏହା ଖୁବ୍ ଗଭୀର ହୋଇଯାଇଛି। ଏବେ ସ୍ଥିତି ଖୁବ୍ ଚିନ୍ତାଜନକ ହୋଇପଡିଛି। ଏଭଳି ସ୍ଥିତିରେ ସରକାର କିଛି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ ନକଲେ ଦେଶବାସୀ ଆହୁରି ଋଣଭାରରେ ବୁଡି ଯିବେ।

   ସମ୍ବନ୍ଧିତ ଖବର


ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଅଟକ ରଖି ଭୟରେ ଥିଲା ପାକିସ୍ତାନ, ବୈଠକରେ ସେନାମୁଖ୍ୟଙ୍କ ଗୋଡ ଥରିବା ସହ ମୁଣ୍ଡରୁ ବାହାରୁଥିଲା ଝାଳ…

ରେଲଓ୍ବେ ଇତିହାସର ପ୍ରଥମ ମାମଲା: ଅପହୃତ ଶିଶୁକୁ ବଞ୍ଚାଇବା ପାଇଁ ବିନା ଷ୍ଟପେଜରେ ଲଗାତାର ୨୪୦ କିଲୋମିଟର ଚାଲିଲା ଟ୍ରେନ

ଆମେରିକାରେ ‘ଭଣ୍ଡଗୁରୁ’: ଯୁବତୀଙ୍କୁ ପ୍ରଭାବିତ କରି କରୁଥିଲେ ଯୌନଦାସି, ୧୨୦ ବର୍ଷ ଜେଲ ନିର୍ଦ୍ଦେଶ ଦେଲେ ଅଦାଲତ

ଗାନ୍ଧିଙ୍କ ମାଟିରେ ମଦ ଢାଳି ଭୂମି ପୂଜନ କଲେ ନେତା, ପରେ ପ୍ରସାଦ କରି ବାଣ୍ଟିଲେ…

ମହାକାଶରୁ ମହାବିପଦ ! ପୃଥିବୀ ଆଡ଼କୁ ମାଡ଼ିଆସୁଛି ବିଶାଳ ଧୂମକେତୁ, ଧକ୍କା ହେଲେ ଆସିବ ପ୍ରଳୟ

ବାଲେଶ୍ୱର ସଦର ଉପନିର୍ବାଚନ: ମୁଖ୍ୟମନ୍ତ୍ରୀଙ୍କ ଭର୍ଚୁଆଲ ରାଲି ଆଜି