ଏବେ ଚୋରି କିମ୍ବା ହଜିଯାଇଥିବା ମୋବାଇଲ ଫୋନ୍ ଖୋଜିବା ହେବ ସହଜ,ଏହି ସରକାରୀ ଓ୍ବେବସାଇଟ୍ କରିବ ସାହାର୍ଯ୍ୟ

ନୂଆଦିଲ୍ଲୀ,୧୯।୯: ମୋବାଇଲ ହଜି ଯାଇଥିବା ଲୋକଙ୍କ ପାଇଁ ଖୁସି ଖବର। କାରଣ ଏବେ ସେମାନଙ୍କୁ ଆଶ୍ବସ୍ଥି ଦେବା ପାଇଁ ଭାରତ ସରକାର ଏକ ନୂଆ ଓ୍ବେବପୋର୍ଟାଲ ସେବା ଆରମ୍ଭ କରିଛନ୍ତି। ଏହି ସର୍ଭିସ ଜରିଆାରେ ଲୋକମାନେ ଚୋରି ହୋଇଥିବା କିମ୍ବା ହଜି ଯାଇଥିବା​‌ ମୋବାଇଲକୁ ଖୋଜିପାରିବେ। ଏସମ୍ପର୍କରେ ବୁଧବାର କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହି ପୋର୍ଟାଲକୁ ଲଞ୍ଚ କରିଛନ୍ତି। ସେଭଳି ସରକାର ଏହି ସର୍ଭିସକୁ ‘ସେଣ୍ଟ୍ରାଲ ଇକ୍ୟୁପମେଣ୍ଟ ଆଇଡେଣ୍ଟିଟି ରେଜିଷ୍ଟର’ର ନାମ ଦେଇଛନ୍ତି। ଅନ୍ୟପକ୍ଷେ ଏହି ପୋର୍ଟାଲ ମାଧ୍ୟମରେ ଫୋନକୁ ଅନ୍ୟ ନେଟଓ୍ବର୍କ ଦ୍ବାରା ଡିସକନେକ୍ଟ କରିହେବ ଏହା ସହିତ ପୋର୍ଟାଲ ୟୁଜରଙ୍କୁ ଫୋନର ଲୋକେସନ୍ ଟ୍ରେସ୍ କରିପାରିବେ।

ଏହି ଓ୍ବେବପୋର୍ଟାଲର ସହାୟତାରେ ୟୁଜର୍ସ ଫୋନକୁ ବ୍ଲକ, ଚୋରି କିମ୍ବା ହଜି ଯାଇଥିଲେ ଫୋନ୍ ଖୋଜିବା, ଫୋନର ଲୋକସନ୍ ଟ୍ରାକ୍ ଓ ଆଇଏମଆଇ ନମ୍ବରକୁ ବଞ୍ଚାଇ ପାରିବେ।  ଆପଣଙ୍କୁ କହି ରଖୁଛୁ ଯେ, ଆଇଏମଆଇ ନମ୍ବର ଜରିଆାରେ ଫୋନର ପରିଚୟ ମିଳିଥାଏ। ସେଭଳି ଆଇଏମଆଇ ନମ୍ବର ରିପୋଗ୍ରାମେବଲ ହୋଇଥାଏ, ଯାହା କାରଣରୁ ଏହାକୁ ବଦଳାଇ ହେବ। ସବୁବେଳେ ଚୋର ଫୋନକୁ ଚୋରି କରିବା ପରେ ଏହାର ନମ୍ବର ବଦଳାଇ ଦେଇଥାନ୍ତି।

ଯଦି ଆପଣଙ୍କ ଫୋନ୍ ଚୋରି ହୋଇଯାଇଛି, ତେବେ ଆପଣ ସବୁଠାରୁ ପ୍ରଥମେ ପୋଲିସ ଷ୍ଟେସନରେ ଏଫଆଇଆର  ଦିଅନ୍ତୁ। ଏହାପ​‌ରେ ଆପଣଙ୍କୁ ଦୂରସଞ୍ଚାର ସହାୟତା କେନ୍ଦୟର ନମ୍ବର ୧୪୪୨ ଉପରେ ଚୋରି ହେବାର ସୂଚନା ଦେବାକୁ ହେବ। ଏବେ ଆପ ଫୋନକୁ ବ୍ଲକ କରି ଦିଆଯିବ। ବ୍ଲକ ହୋଇଥିବା ଫୋନରେ ଯଦି ଅନ୍ୟ କୌଣସି ସିମର ବ୍ୟବହାର ହୁଏ, ତେବେ ଦୂର ସଞ୍ଚାର କମ୍ପାନୀ ଏହାର ସୂଚନା ପୋଲିସ ଷ୍ଟେସନକୁ ଦେବ। ଏବେ ସୀକାର ଏହି ସେବାକୁ କେବଳ ମହାରାଷ୍ଟ୍ରରେ ଆରମ୍ଭ କରିଛନ୍ତି। ଖୁବ୍ ଶୀଘ୍ର ଦେଶର ଅନ୍ୟ ରାଜ୍ୟରେ ମଧ୍ୟ ଆରମ୍ଭ କରିଦିଆଯିବ।

   ସମ୍ବନ୍ଧିତ ଖବର


ଆସନ୍ତା ବର୍ଷ ଏହି ମାସ ସୁଦ୍ଧା ଲଞ୍ଚ ହେବ କରୋନାର ସ୍ୱଦେଶୀ ଭ୍ୟାକସିନ୍, ଭାରତ ବାୟୋଟେକ୍‌ର ସୂଚନା

ନିର୍ବାଚନ ପୂର୍ବରୁ ଗୁଳିକାଣ୍ଡ : ଶିବହରରେ ପ୍ରାର୍ଥୀଙ୍କୁ ଗୁଳିକରି ହତ୍ୟା, ଚିକିତ୍ସା ବେଳେ ଆଉ ୨ ଜଣଙ୍କର ମୃତ୍ୟୁ

ନବରାତ୍ରୀରେ ନରବଳି; ୮ ଦିନ ଉପବାସ ରହିବା ପରେ ପୂଜାଘରେ ନିଜ ସ୍ତ୍ରୀକୁ ବଳି ଦେଲା ଗୁଣିଆ ସ୍ବାମୀ…

ଆମେରିକା ରାଷ୍ଟ୍ରପତି ନିର୍ବାଚନ: ମହାକାଶରୁ ଆସିଲା ଭୋଟ୍, ଜିରୋ ଗ୍ରାଭିଟିରେ ଜାଣନ୍ତୁ କିଭଳି ହେଲା ସମ୍ଭବ?

ମୋଦିଙ୍କ ‘ମନ କୀ ବାତ୍’ : ‘ଦୀପାବଳୀରେ ସୈନିକଙ୍କ ପାଇଁ ଲଗାନ୍ତୁ ଗୋଟିଏ ଦୀପ, ‘ଭୋକାଲ ଫର ଲୋକାଲ’କୁ ଗୁରୁତ୍ବ

ପୃଥିବୀ ପୃଷ୍ଠରୁ ୪୦୮ କିମି ଉଚ୍ଚରେ ଥାଇ ରାଷ୍ଟ୍ରପତିଙ୍କ ପାଇଁ ମତଦାନ କଲେ ମହିଳା ମହାକାଶଚାରୀ