ଫେରୁଛି ଆମ୍ବାସଡର, ନୂଆ ଲୁକ୍ସ ଦେଖି ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୬।୪: କେବେ ଭାରତର ରାସ୍ତାରେ କାର ଗୁଡିକର ବାଦଶାହା ଥିବା ଆମ୍ବାସଡର ଏବେ ପୁଣିଥରେ ଫେରିବାର ପ୍ରସ୍ତୁତି କରୁଛି। କିନ୍ତୁ ଏଥର ଆମ୍ବାସଡର ପୁରୁଣା ରଙ୍ଗରୂପରେ ନୁହେଁ, ବଂର ନୂଆ ଡିଜାଇନରେ ଫେରୁଛି। ଏଥର ଆମ୍ବାସଡର ସମ୍ପୂର୍ଣ୍ଣ ଭାବରେ ନୂଆ ଅନ୍ଦାଜରେ ଦେଖିବାକୁ ମିଳିବ। ସବୁଠାରୁ ବଡ ଖବର ହେଉଛି ଯେ, ଭଲରୁ ଭଲ କାର ମଧ୍ୟ ଏହା ସାମନାରେ ଫିକା ପଡିଯିବ।

ଫ୍ରେଞ୍ଚର ପିଏସ୍ଏ Peugeot Citroen ୨୦୧୭ରେ ଆମ୍ବାସଡରର ନେମପ୍ଲେଟକୁ ପୁଣିଥରେ ଆଣିବାରେ ସଫଳ ହୋଇଚି। ଏବେ କମ୍ପାନୀ ଏହି ଯୋଜନା ଅନୁସାରେ ପୁଣିଥରେ ତାକୁ ଲଞ୍ଚ କରିବ। ଶୁଣିବାକୁ ମିଳୁଛି ଯେ, ଆମ୍ବାସଡର ନୂଆ ଅବତାରରେ ଲଞ୍ଚ କରାଯିବ ଓ ଏହାର ଇଲେଟ୍ରିକ୍ ଭର୍ସନ ଅଣାଯିବ। ଆମ୍ବାସଡର କେବଳ ବିଶେଷ ଭାବରେ ଭାରତରେ ହିଁ ଲଞ୍ଚ କରାଯିବ।

ଆପଣଙ୍କୁ ମନେଥିବ ହିନ୍ଦୁସ୍ତାନ ମୋଟର୍ସ ସହ ପିଏସ୍ଏ ଜାନୁଆରୀ ୨୦୧୭ରେ ଜଏଣ୍ଟ ଭେଞ୍ଚର କରିଥିଲା। ପିଏସ୍ଏ ଆମ୍ବାସଡର ବ୍ରାଣ୍ଡ ୮୦କୋଟି ଟଙ୍କାରେ କିଣିଥିଲା। ଏହି ସମୟରେ ହିନ୍ଦୁସ୍ତାନ ମୋର୍ଟସ ପକ୍ଷରୁ କୁହାଯାଇଥିଲା ଆମ୍ବାସଡର ଏକ ଆଇକୋନିକ୍ ବ୍ରାଣ୍ଡ ଅଟେ ଓ ଆମ ପାଇଁ ବହୁମୂଲ୍ୟ। ଆମେ ଉଚିତ୍ ସମୟର ସୁଯୋଗରେ ଥିଲୁ ଓ ପିଏସ୍ଏ ସମୁହ ରୂପରେ ଆମକୁ ବିକ୍ରେତା ମିଳିଗଲା।

ଶୁଣିବାକୁ ମିଳୁଛି ଯେ Citroen ନ୍କୁ ୨୦୨୧ରେ ଲଞ୍ଚ କରାଯିବ। ସେଭଳି ଆମ୍ବାସଡର ବ୍ରାଣ୍ଡକୁ ୨୦୨୨ରେ ଲଞ୍ଚ କରାଯିବ। ଏହି  କମ୍ପାନୀ ପେୟୁଗିୟଟ କାର ଭଳି ରହିବ। Citroenକୁ ପ୍ରିମିୟମ ବ୍ରାଣ୍ଡ ଡିଏସ୍ ୟୁରୋପ ପାଇଁ ଇଲେଟ୍ରିକ୍ ଭେଇକିଲ ରେଞ୍ଜର ଘୋଷଣା କରିଛି, ଯାହାକୁ ଇ-ଟେନସ୍ ଭେଜ୍ ଅନୁସାରେ ଲଞ୍ଚ କରାଯିବ। ଡିଏସ୍୩ କ୍ରସବ୍ୟାକ୍ ଇ-ଟେନସକୁ ଆମ୍ବାସଡର ପୁର୍ନଅବତାର ବୋଲି କୁହାଯାଏ। ଏହି ଇଲେଟ୍ରିକ୍ କାର ସିଙ୍ଗଲ ଚାର୍ଜରେ ୩୩୦ କିଲୋମିଟର ଯାତ୍ରା କରିଥାଏ।

   ସମ୍ବନ୍ଧିତ ଖବର


ଘରେ ବସି ଗୋଟିଏ ମିସ୍‌ଡ କଲରେ ଚେକ୍‌ କରନ୍ତୁ PF ଖାତା

ବିଶ୍ୱର ସବୁଠୁ ଦାମୀ ହ୍ୟାଣ୍ଡବ୍ୟାଗ୍‌ ପ୍ରଦର୍ଶନ କଲା ‘ବୋରିନି ମିଲାନେସି’,ଏହା ଦାମ୍ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଭାରତୀୟ ଅର୍ଥବ୍ୟବସ୍ଥା ପ୍ରତି ବିପଦ: ଖରା ଯୋଗୁଁ ବାହାରକୁ ବାହାରିବେନି କର୍ମଚାରୀ, ଜିଡିପିରୁ ପ୍ରାୟ ୧୯ ଲକ୍ଷ କୋଟି ସଂକୁଚିତ ହେବ

ଦେଶର ଡ୍ରପ୍‌ଆଉଟ୍‌ କୋଟିପତି, ଜାଣନ୍ତୁ ତାଙ୍କ ସଂଘର୍ଷର କାହାଣୀ…

ପେନ୍‌ସନଭୋଗୀଙ୍କ ପାଇଁ ଖୁସି ଖବର: ଜୀବନ ପ୍ରମାଣପତ୍ର ଦାଖଲ ଅବଧି ବଢ଼ିଲା

PNB ଗ୍ରାହକଙ୍କ ପାଇଁ ଜରୁରୀ ସୂଚନା : ୧ ଡିସେମ୍ୱରରୁ ବଦଳିବ ଟଙ୍କା ଉଠାଇବାର ନିୟମ